ETV Bharat / bharat

Inspiring Stroy: ମହିଳାଙ୍କ ମହତ କାର୍ଯ୍ୟ, ସ୍ତନ୍ୟପାନ କରାଇ ଭୋକିଲା ନବଜାତଙ୍କ ମେଣ୍ଟାଉଛନ୍ତି ଭୋକ

author img

By

Published : Feb 1, 2023, 6:57 AM IST

ଖାଲି ନିଜ ଶିଶୁର ନୁହେଁ, ବରଂ ହଜାର ହଜାର ଶିଶୁଙ୍କ ଭୋକ ମେଣ୍ଟାଉଛନ୍ତି ଏହି ମହିଳା । ଅନ୍ୟ ଶିଶୁଙ୍କୁ ସ୍ତନ୍ୟପାନ କରାଇ ଏପରି ମହତ କାର୍ଯ୍ୟ କରିଚାଲିଛନ୍ତି ତାମିଲନାଡୁ ନିବାସୀ ମହିଳା ଶ୍ରୀବିଦ୍ୟା । ଅଧିକ ପଢନ୍ତୁ

Tamil Nadu based woman donates her breast milk

ଚେନ୍ନାଇ: ଅନେକଙ୍କ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ତାମିଲନାଡୁ ନିବାସୀ ମହିଳା ଶ୍ରୀବିଦ୍ୟା । ଯିଏକି ହଜାରହଜାର ଶିଶୁଙ୍କୁ କରାଉଛନ୍ତି ସ୍ତନ୍ୟପାନ । ଏଭଳି ମହତ କାର୍ଯ୍ୟ କରି ସେ ଅନେକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ସେ ଏକ NGO ସଂସ୍ଥା 'ଅମୃତମ ବ୍ରେଷ୍ଟ ମିଲ୍କ ଡୋନେସନ କ୍ୟାମ୍ପ' ଜରିଆରେ ଅନେକ ନବଜାତଙ୍କୁ ସ୍ତନ୍ୟପାନ କରାଉଛନ୍ତି ଶ୍ରୀବିଦ୍ୟା । ଏହି କାର୍ଯ୍ୟରେ ତାଙ୍କ ପରିବାର ସମର୍ଥନ କରୁଥିବା କହିଛନ୍ତି ଶ୍ରୀବିଦ୍ୟା । ଏହି କାର୍ଯ୍ୟ କରି ଶୀବିଦ୍ୟା ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସରେ ନିଜ ସ୍ଥାନ ପକ୍କା କରିଛନ୍ତି ।

ଶ୍ରୀବିଦ୍ୟା ପ୍ରଥମ ଥର ସନ୍ତାନ ଜନ୍ମ ଦେବା ପରେ ଏହି ମହତ କାର୍ଯ୍ୟ କରିବାକୁ ସ୍ଥିର କରିଥିଲେ । ଏନେଇ ସେ ତାଙ୍କ ସ୍ବାମୀ ଭୈରବଙ୍କୁ ଜଣାଇଥିଲେ । ମାତ୍ର ତାଙ୍କ ଶରୀର ଅସୁସ୍ଥ ହେବା ପରେ ସେ ଏହି କାର୍ଯ୍ୟ କରିପାରିନଥିଲେ । ୨୭ ବର୍ଷ ବୟସରେ ଶ୍ରୀବିଦ୍ୟା ପୁଣି ଦ୍ବିତୀୟ ଥର ଲାଗି ଗର୍ଭବତୀ ହୋଇଥିଲେ । ସେ ଦ୍ବିତୀୟ ସନ୍ତାନ ଭାବେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଡେଲିଭରୀର ୫ମ ଦିନରେ ସେ ନିଜ ଶିଶୁ ବ୍ୟତୀତ ଅନ୍ୟ ନବଜାତଙ୍କୁ ସ୍ତନ୍ୟପାନ କରାଇବା ଆରମ୍ଭ କରିଥିଲେ । ଏହି କାର୍ଯ୍ୟ ଲାଗି ଦମ୍ପତି ଏକ NGO ସଂସ୍ଥା ସମ୍ପର୍କରେ ସୂଚନା ପାଇଥିଲେ । ଏହାପରେ ଏନଜିଓ ସଂସ୍ଥା ସହାୟତାରେ ସେ ଶ୍ରୀବିଦ୍ୟା ହଜାରହଜାର ନବଜାତଙ୍କୁ ସ୍ତନ୍ୟପାନ କରାଇଛନ୍ତି ।

ଏହା ବି ପଢନ୍ତୁ- Bageshwar Dham Pandit: ହାତକୁ ଦୁଇ ହାତ ହେବେ ବହୁଚର୍ଚ୍ଚିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ

ସ୍ବାଭାବିକଠାରୁ କମ ଓଜନର ନବଜାତଙ୍କୁ ଶ୍ରୀବିଦ୍ୟା ସ୍ତନ୍ୟପାନ କରାଇଥିଲେ । ଏହାସହ ଯେଉଁ ମାଆର କ୍ଷୀର ଜାତ ହେଉନଥିଲା ଉକ୍ତ ମାଆର ଶିଶୁକୁ ମଧ୍ୟ ସେ ସ୍ତନ୍ୟପାନ କରାଉଥିଲେ । ଯେଉଁ ମହିଳା ଶିଶୁକୁ ଜନ୍ମ ଦେବା ପରେ ମୃତ୍ୟୁବରଣ କରୁଥିଲେ ଉକ୍ତ ନବଜାତଙ୍କୁ ମଧ୍ୟ ସେ ସ୍ତନ୍ୟପାନ କରାଉଥିଲେ । ଏହି କାର୍ଯ୍ୟ ଦ୍ବାରା ଶ୍ରୀବିଦ୍ୟା ଆତ୍ମସନ୍ତୋଷ ଲାଭ କରନ୍ତି ବୋଲି କହିଛନ୍ତି । କଏମ୍ବାଟୋର ସରକାରୀ ମେଡିକାକ କଲେଜ ହସ୍ପିଟାଲରେ ଏଭଳି ଶିଶୁଙ୍କୁ ସେ ସ୍ତନ୍ୟପାନ କରାଇଥାନ୍ତି । "ମୋ ଶିଶୁ ପରି ଅନ୍ୟ ନବଜାତଙ୍କୁ ସ୍ତନ୍ୟପାନ କରାଇ ସେମାନଙ୍କ ଭୋକ ମେଣ୍ଟାଇ ପାରୁଥିବାରୁ ମୁଁ ବହୁତ ଖୁସି" ବୋଲି କହିଛନ୍ତି ଶ୍ରୀବିଦ୍ୟା ।

ମିଲ୍କ ବ୍ୟାଙ୍କରେ ଶ୍ରୀବିଦ୍ୟାଙ୍କ କ୍ଷୀରକୁ ଗଚ୍ଛିତ କରି ରଖାଯାଏ । ହସ୍ପିଟାଲରେ ଆବଶ୍ୟକ କରୁଥିବା ଏପରି ଶିଶୁଙ୍କୁ ସେ ସ୍ତନ୍ୟପାନ କରାଇଥାନ୍ତି । ସେ ଗତ ୭ ମାସ ଧରି ୧୦୫ ଲିଟର କ୍ଷୀର ଦାନ କରିଥିବା କହିଛନ୍ତି । ଏହାଦ୍ବାରା ପ୍ରାୟ ୨୫୦୦ ନବଜାତ ଉପକୃତ ହୋଇପାରିଛନ୍ତି ବୋଲି କହିଛନ୍ତି ଶ୍ରୀବିଦ୍ୟା । ଯେତେବେଳେ ଗୋଟିଏ ମାଆ ନିଜ ଶିଶୁର ଭୋକ ମେଣ୍ଟାଇବାରେ ସକ୍ଷମ ହେଉନାହିଁ ସେତେବେଳେ ଶ୍ରୀବିଦ୍ୟାଙ୍କ ପରି ମହିୟସୀ ମହିଳା ଅନେକ ନବଜାତଙ୍କୁ ସ୍ତନ୍ୟପାନ କରାଇପାରୁଛନ୍ତି । ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.