ETV Bharat / bharat

ଏଲୋପାଥି ବିରୋଧରେ ରାମଦେବଙ୍କ ଟିପ୍ପଣୀ; ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : May 24, 2021, 10:42 AM IST

ଯୋଗ ଗୁରୁ ରାମଦେବ ବାବା ଏଲୋପାଥି ଔଷଧକୁ ନେଇ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବାକୁ ଟ୍ବିଟ କରି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ । ଅଧିକ ପଢନ୍ତ...

ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଯୋଗ ଗୁରୁ ରାମଦେବ ବାବା ଏଲୋପାଥି ଔଷଧକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ବିବାଦୀୟ ହୋଇଛନ୍ତି । ତାଙ୍କ ବିବାଦୀୟ ବୟାନରେ ହସ୍ତକ୍ଷେପ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ତାଙ୍କର ଏହି ଟିପ୍ପଣୀକୁ ପ୍ରତ୍ୟାହାର କରିବାକୁ ଟ୍ବିଟ କରି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ।

ଏଲୋପାଥି ଔଷଧକୁ ନେଇ ଦିଆଯାଇଥିବା ବୟାନ ଉପରେ ହର୍ଷବର୍ଦ୍ଧନ କହିଛନ୍ତି, ରାମଦେବା ବାବାଙ୍କର ଏହି ବୟାନରେ ଦେଶର ଅନେକ ଲୋକ ଓ ଡାକ୍ତରଙ୍କୁ ଦୁଃଖ ପହଞ୍ଚିଛି । କୋରୋନା ସହିତ ଦିନରାତି ଲଢେଇ କରୁଥିବା ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଭଗବାନଙ୍କ ଦ୍ବାରା ପଠାଯାଇଥିବା ଦୂତ । ତୁମେ ତୁମ ଟିପ୍ପଣୀ ଦ୍ବାରା କେବେଳ ତାଙ୍କୁ କଷ୍ଟ ପହଞ୍ଚାଇ ନାହଁ ବରଂ ସମଗ୍ର ଦେଶବାସୀଙ୍କୁ ଦୁଃଖ ଦେଇଛ ବୋଲି ଟ୍ବିଟ କରି କହିଛନ୍ତି ହର୍ଷବର୍ଦ୍ଧନ ।

ସେ ଆହୁରି କହିଛନ୍ତି ଆପଣ ଦେଇଥିବା ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୋରୋନା ବିରୋଧରେ ଏ ଲଢେଇରେ ଆମେ କେବଳ ସାମୂହିକ ପ୍ରୟାସ କରିବା ଦ୍ବାରା ଜିତି ପାରିବା ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ବାବା ରାମଦେବ ଆପଣ ଭାରତର ଜଣେ ପ୍ରମୁଖ ବ୍ୟକ୍ତତ୍ବ । ତେଣୁ ଆପଣଙ୍କ ଦ୍ବାରା କୌଣସି ବିବୃତ୍ତି ବା ଟିପ୍ପଣୀ ବେଶ ଗୁରୁତ୍ବପୂର୍ଣ୍ଣ । ଏହି ସଂଙ୍କଟ ସମୟରେ ଆପଣଙ୍କର ଏହି ମନ୍ତବ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ଭାଙ୍ଗିବା ସହିତ କୋଭିଡ ଯୁ୍ଦ୍ଧରେ ଆମକୁ ଦୁର୍ବଳ କରିଦେଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ତେଣୁ ନିଜର ବିବାଦୀୟ ବୟାନକୁ ପ୍ରତ୍ୟାହାର କରିବା ଉଚିତ ।

ପ୍ରକାଶ ଥାଉ କି, କିଛି ଦିନ ତଳେ ଏକ ଭିଡିଓରେ ଏଲୋପାଥିକୁ ଷ୍ଟୁପିଡ ସାଇନ୍ସ ବୋଲି କହିଥିଲେ ବାବା ରାମଦେବ । ସେ ଆହୁରି ମଧ୍ୟ କହିଥିଲେ ରେମଡେସିଭିର, ଫାଭିଫ୍ଲୁ ଏବଂ ଡିସିଜିଆଇଙ୍କ ଦ୍ବାରା ଅନୁମୋଦିତ ଏଲୋପ୍ୟାଥିକ ମେଡିସିନ କୋରୋନା ରୋରୀଙ୍କୁ ସୁସ୍ଥ କରିବାରେ ଉପଯୋଗୀ ହୋଇପାରୁନାହିଁ । ବାବାଙ୍କର ଏହି ଟିପ୍ପଣୀକୁ ନେଇ ଆଇଏମଏ ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.