ETV Bharat / bharat

Bihar politics: ଆଜି ଶପଥ ନେବେ ନୀତିଶ ଓ ତେଜସ୍ୱୀ

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ତେଜସ୍ବୀ ଯାଦବ ନେବେ ଉପ ମୁଖ୍ୟମନ୍ତ୍ରୀ ଶପଥ । ମଙ୍ଗଳବାର ଅପରାହ୍ନରେ ନୀତିଶ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

author img

By

Published : Aug 9, 2022, 9:23 PM IST

Updated : Aug 10, 2022, 7:07 AM IST

Bihar politics: କାଲି ଅପରାହ୍ନରେ ଶପଥ ନେବେ ନୀତିଶ ଓ ତେଜସ୍ବୀ

ପାଟନା: ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମଙ୍ଗଳବାର ଅପରାହ୍ନରେ ବିଜେପି ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା RJD ସୁପ୍ରିମୋ ନୀତିଶ କୁମାର ଆଜି ଅପରାହ୍ନରେ ମହାମେଣ୍ଟ ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଆଜି (ବୁଧବାର) ଅପରାହ୍ନ 2 ଟାରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ରାଷ୍ଟ୍ରୀୟ ଜନତା ଦଳ ଟ୍ବିଟ କରି ସୂଚନା ଦେଇଛି ।

  • माननीय मुख्यमंत्री जी और उपमुख्यमंत्री जी का कल अपराहन 2 बजे राजभवन में शपथ ग्रहण समारोह होगा।

    — Rashtriya Janata Dal (@RJDforIndia) August 9, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:- ମହାମେଣ୍ଟର ନେତା ହେଲେ ନୀତିଶ, ରାଜ୍ୟପାଳଙ୍କୁ ପ୍ରଦାନ କଲେ 164 ବିଧାୟକଙ୍କ ସମର୍ଥନପତ୍ର

ଆଜି ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ RJD ନେତା ତେଜସ୍ବୀ ଯାଦବ ଶପଥ ଗ୍ରହଣ କରିବେ । ଅନ୍ୟମନ୍ତ୍ରୀ ମାନେ ପରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ନାଟକୀୟ ଢଙ୍ଗରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ତାଙ୍କୁ 7 ଦଳକୁ ନେଇ ଗଠିତ ମହାମେଣ୍ଟର ନେତା ଭାବେ ନିର୍ବାଚିତ କରାଯାଇଥିଲା । ମହାମେଣ୍ଟର 164 ବିଧାୟକଙ୍କ ସମର୍ଥନପତ୍ର ନେଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଜଣାଇଥିଲେ ନୀତିଶ ।

ତେବେ ରାଜଭବନ ପକ୍ଷରୁ ଆଜି ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । 2017ରେ ମହାମେଣ୍ଟରୁ ଓହରି ବିଜେପି ସମର୍ଥନରେ ସରକାର କରିଥିବା ନୀତିଶ ପୁଣି ଥରେ ମହାମେଣ୍ଟ ସହ ଯୋଡି ହୋଇ କ୍ଷମତା ବଜାୟ ରଖିବାକୁ ଯାଉଛନ୍ତି । ଅନ୍ୟପଟେ ନୀତିଶଙ୍କ ଏହି ନିଷ୍ପତ୍ତିକୁ ବିଶ୍ବାସଘାତକତା ବୋଲି କହିଛି ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 10, 2022, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.