ETV Bharat / bharat

Swachh Survekshan ୨୦୨୧: ପ୍ରଥମ ସ୍ଥାନରେ Indore, ପଛକୁ ସୁରଟ ଓ ବିଜୟୱାଡା

author img

By

Published : Nov 20, 2021, 7:28 PM IST

ପ୍ରକାଶ ପାଇଲା ସ୍ବଚ୍ଛତା ସର୍ବେକ୍ଷଣ ୨୦୨୧ । କ୍ରମାଗତ ୫ମ ଥର ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଲା ଇନ୍ଦୋର । ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ସୁରଟ ଓ ବିଜୟଓ୍ବାଡା । ଅଧିକ ପଢନ୍ତୁ

Swachh Survekshan ୨୦୨୧: ୧ମ ସ୍ଥାନରେ ଇନ୍ଦୋର, ପଛକୁ ସୁରଟ ଓ ବିଜୟଓ୍ବାଡା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଚଳିତବର୍ଷର ସ୍ବଚ୍ଛତା ସର୍ବେକ୍ଷଣ(cleanliness survey)ଫଳାଫଳ । ଏହି ସର୍ବେକ୍ଷଣ ତାଲିକାରେ ମଧ୍ୟପ୍ରଦେଶର ଇନ୍ଦୋର (Indore)କୁ ଦେଶର ସ୍ବଚ୍ଛ ସହରର ମାନ୍ୟତା ଦେଇଛି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ୍ୟ ବିବେଚିତ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ପୁରସ୍କୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ (Housing and Urban Affairs Minister Hardeep Singh) ମଧ୍ୟ ଉପସ୍ଥିତ ଥିଲେ ।

ସ୍ବଚ୍ଛ ଭାରତ ମିଶନ (swachha bharat mission) ଅଧୀନରେ ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବାର୍ଷିକ ପରିଚ୍ଛନ୍ନତା ସର୍ଭେ 2021 ଦ୍ବାରା କ୍ରମାଗତ ପଞ୍ଚମ ବର୍ଷ ପାଇଁ ଦେଶର ସ୍ବଚ୍ଛ ସହର ଭାବ ଗୌରବ ଅର୍ଜନ କରିଛି ଇନ୍ଦୋର । ସେହିପରି ଦ୍ବିତୀୟ ସ୍ଥାନରେ 1 ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗୁଜୁରାଟର ସୁରଟ ରହିଥିବାବେଳେ ଏବଂ ଆନ୍ଧ୍ର ପ୍ରଦେଶର ବିଜୟୱାଡା ତୃତୀୟ ସ୍ବଚ୍ଛ ସହର ଭାବରେ ତାଲିକାରେ ସ୍ଥାନିତ ହୋଇଛି ।

2014ରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ଅଭିଯାନ (CLEAN INDIA MISSION)ର ଅଂଶ ଭାବରେ ଏହି ସର୍ବେକ୍ଷଣ କରାଯାଇଥାଏ । ସହରର ଲୋକସଂଖ୍ୟା, ପରିଚ୍ଛନ୍ନତା ଏବଂ ପରିମଳ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନା ଆଦି ବିଭିନ୍ନ ମାପଦଣ୍ଡକୁ ଆଧାରରେ ଏହି “ସ୍ବଚ୍ଛ ସହର”( clean city) ତାଲିକା ପ୍ରସ୍ତୁତ ହୋଇଥାଏ ।

ଚଳିତବର୍ଷ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ 10 ଟି ଶୀର୍ଷ ମାନ୍ୟତାପ୍ରାପ୍ତ ସହର ମଧ୍ୟରେ ଇନ୍ଦୋର, ସୁରଟ, ବିଜୟୱାଡା, ନଭି ମୁମ୍ବାଇ, ନୂଆଦିଲ୍ଲୀ, ଅମ୍ବିକାପୁର, ତିରୁପତି, ପୁଣେ, ନୋଏଡା ଏବଂ ଉଜ୍ଜୟିନୀ ରହିଥିବାବେଳେ ଏହି ବର୍ଗରେ ମୋଟ ୨୫ ସହର ସ୍ଥାନିତ ହୋଇଛନ୍ତି । ଏହି ତାଲିକାରେ ଲକ୍ଷ୍ନୌ ସର୍ବନିମ୍ନ ସ୍ଥାନରେ ରହିଛି ।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ (Housing and Urban Affairs Ministry) ପକ୍ଷରୁ 2016ରେ ଏହି ସ୍ବଚ୍ଛତା ସର୍ବେକ୍ଷଣ ପ୍ରଥମ ଥର ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ଏହି ସର୍ବେକ୍ଷଣରେ 73ଟି ସହରକୁ ତାଲିକା ଭୁକ୍ତ କରାଯାଇଥିଲା । ସେହପରି ପରବର୍ତ୍ତୀ ବର୍ଷ ଅର୍ଥାତ ୨୦୧୭ ରେ 434ଟି ସହରକୁ ଏହି ସ୍ବଚ୍ଛତା ତାଲିକାରେ ମାନ୍ୟତା ଦେଇଥିଲା କେନ୍ଦ୍ର । ସେହିପରି 2018 ରେ 4,203 ସହର, 2019 ସ୍ବଚ୍ଛତା ସର୍ବେକ୍ଷଣରେ 4,237 ଟି ସହରକୁ ଯୋଗ୍ୟ ଭାବେ ବିବେଚିତ କରାଯାଇଥିବା ବେଳେ ଚଳିତବର୍ଷ 4,320 ଟି ସହର ଏହି ତାଲିକାରେ ସ୍ଥାନ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.