ETV Bharat / bharat

ନନ୍ଦିଗ୍ରାମରୁ ଲଢିବେ ମମତା, ନିର୍ବାଚନ ମୈଦାନରେ ଦେଖିବୁ କହିଲେ ଶୁଭେନ୍ଦୁ

author img

By

Published : Mar 6, 2021, 8:33 AM IST

ନନ୍ଦିଗ୍ରାମରୁ ଲଢିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ନିର୍ବାଚନ ମୈଦାନରେ ଦେଖିବୁ ବୋଲି କହିଲେ ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...

ଶୁଭେନ୍ଦୁ ଅଧିକାରୀ
ଶୁଭେନ୍ଦୁ ଅଧିକାରୀ

କୋଲକାତା: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପଶ୍ଚିମବଙ୍ଗରେ ରାଜନୀତି ସେତିକି ଉଷ୍ଣ ହେବାରେ ଲାଗିଛି । ଆଉ ଏହି ଉଷ୍ଣତାକୁ ଅଧିକ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ନନ୍ଦିଗ୍ରାମରୁ ଲଢିବାକୁ ଘୋଷଣା କରିବା ପରେ ରାଜନୀତି ଜୋର ଧରିଛି । ସେପଟେ ଏହାକୁ ନେଇ ତାଙ୍କ ପ୍ରତିନ୍ଦ୍ବନ୍ଦୀ ତଥା ପୂର୍ବର ଦଳଭାଇ ଶୁଭେନ୍ଦୁ ଅଧିକାରୀ ତାଙ୍କୁ ବାହାର ଲୋକ ବୋଲି ଦର୍ଶାଇଛନ୍ତି ।

ଶୁଭେନ୍ଦୁ ଅଧିକାରୀ ଯେକି ନନ୍ଦିଗ୍ରାମର ବିଧାୟକ ଥିଲେ ସେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଛନ୍ତି । ତେବେ ତାଙ୍କୁ ଟକ୍କର ଦେବାକୁ ମମତା ସେଠାରୁ ହିଁ ପ୍ରାର୍ଥୀ ହୋଇଛନ୍ତି । ଗତକାଲି(ଶୁକ୍ରବାର) ସେ ନନ୍ଦିଗ୍ରାମରୁ ଛିଡା ହେଉନଥିବା ନେଇ ମମତା ଘୋଷଣା କରିଛନ୍ତି ।

ତେବେ ଏହା ପରେ ଶୁଭେନ୍ଦୁ ଅଧିକାରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ମମତା ବାନାର୍ଜୀଙ୍କୁ ସେ ବାହାର ଲୋକ କହିବା ସହ ନିର୍ବାଚନ ମୈଦାନରେ ଦେଖିବୁ ବୋଲି ଶୁଭେନ୍ଦୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ନନ୍ଦିଗ୍ରାମରୁ ଲଢୁଛନ୍ତି । ତାଙ୍କୁ ସ୍ବାଗତ କରୁଛି ବୋଲି ମଧ୍ୟ ସେ କହିଛନ୍ତି ।

ସେହିପରି ମେ 2 ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ସେ(ମମତା ବାନାର୍ଜୀ) ହାରିଥିବେ ଓ ଏଠାରୁ ପଳାଇଥିବେ ବୋଲି ଶୁଭେନ୍ଦୁ କହିଛନ୍ତି । ସୂଚନାଥାଉକି, ମମତା ବାନାର୍ଜୀ ବିଜେପିର ନେତାଙ୍କୁ ବାହାର ଲୋକ ବୋଲି ସବୁବେଳେ କହୁଥିବାବେଳେ ଶୁଭେନ୍ଦୁ ନନ୍ଦିଗ୍ରାମରେ ତାଙ୍କୁ ବାହାର ଲୋକ ବୋଲି କହିଛନ୍ତି ।

ଟିଏମସି ଶୁକ୍ରବାର 291 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ମମତା ବାନାର୍ଜୀ ଭବାନୀପୁର ପରିବର୍ତ୍ତେ ନନ୍ଦିଗ୍ରାମରୁ ଲଢିବେ ବୋଲି କହିଛନ୍ତି । ତେବେ 2011 ମସିହାରୁ ସେ ଭବାନୀପୁରରୁ ଲଗାତାର ଜିତୁଥିବାବେଳେ ଚଳିତ ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ ଦେବାକୁ ନନ୍ଦିଗ୍ରାମରୁ ଲଢୁଛନ୍ତି ।

(ANI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.