ETV Bharat / bharat

ଦିଲ୍ଲୀରେ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ - ପଶ୍ଚିମବଙ୍ଗର ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗର ନିର୍ବାଚନୀ ହିଂସା ଘଟଣାକୁ ନେଇ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...

ନିର୍ବାଚନୀ ହିଂସା ଘଟଣାକୁ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ସୁଭେନ୍ଦୁ ଅଧିକାରୀ

author img

By

Published : Jun 8, 2021, 3:57 PM IST

ନୂଆଦିଲ୍ଲୀ: ନିର୍ବାଚନୀ ହିଂସା ଘଟଣାକୁ ନେଇ ଆଜି ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆଲୋଚନା କଲେ ପଶ୍ଚିମବଙ୍ଗର ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ । ସୋମବାର ବିଳମ୍ବିତ ରାତିରେ ଶୁଭେନ୍ଦୁ ଅଧିକାରୀ ପହଞ୍ଚିବା ପରେ ଆଜି ଶାହାଙ୍କୁ ଭେଟି ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ବିରୋଧରେ ହୋଇଥିବା ହିଂସା ଘଟଣା ନେଇ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ପରେ ସେ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାଙ୍କୁ ମଧ୍ୟ ଭେଟିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି । ଗତ ସପ୍ତାହରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ନିକଟରେ ପୋଷ୍ଟ ପୋଲ ପ୍ରତିଶୋଧ ପରାୟଣ ହିଂସା ବିଷୟରେ ଏକ ପ୍ରତିନିଧିତ୍ବ ଦାଖଲ କରିଥିଲେ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଅନେକ ହିଂସା ଘଟଣା ସାମ୍ନାକୁ ଆସିଥିଲା । ବିଜେପି ଅଭିଯୋଗ କରିଛି ଯେ ଏହି ହିଂସା ଘଟଣାରେ ଦଳର ଅନେକ କର୍ମୀ ନିହତ ହୋଇଥିଲେ । ତେବେ ଟିଏମସି ଏହି ଅଭିଯୋଗକୁ ଅସ୍ବୀକାର କରୁଛି । ମେ 25ରେ ରାଜ୍ୟ ସରକାର କୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ମେ 2ରେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାରେ 2ଜଣ ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗରେ 3ଜଣଙ୍କୁ ଗିରଫ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.