ETV Bharat / bharat

ମୋଦିଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ - ଶୁଭେନ୍ଦୁ ଅଧିକାରୀ ମୋଦି ସାକ୍ଷାତ

ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ...

ମୋଦିଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ
ମୋଦିଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ
author img

By

Published : Jun 9, 2021, 4:17 PM IST

Updated : Jun 9, 2021, 4:59 PM IST

ନୂଆଦିଲ୍ଲୀ: ମୋଦିଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ । ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ଶୁଭେନ୍ଦୁ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ ।

  • Delhi: BJP MLA and Leader of Opposition in the West Bengal Assembly, Suvendu Adhikari arrives at 7 Lok Kalyan Marg, Prime Minister's official residence, to meet PM Narendra Modi. pic.twitter.com/IxE5bQgMs7

    — ANI (@ANI) June 9, 2021 " class="align-text-top noRightClick twitterSection" data=" ">

ଅମିତ ଶାହଙ୍କ ସହ ଶୁଭେନ୍ଦୁଙ୍କ ସାକ୍ଷାତ ସମୟରେ ପଶ୍ଚିମବଙ୍ଗ ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ପଶ୍ଚିମବଙ୍ଗ ପାଇଁ ସବୁବେଳେ ଉପସ୍ଥିତ ରହିବାକୁ ଗୃହମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ଏହାପରେ ଶୁଭେନ୍ଦୁ ଅଧିକାରୀ ଜେପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ଦେଖା କରିଥିଲେ ଏବଂ ପଶ୍ଚିମବଙ୍ଗ ରାଜନୈତିକ ହିଂସା ଘଟଣା ସମେତ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ । ନଡ୍ଡାଙ୍କ ସହ ବୈଠକ ପରେ ବିଧାୟକ ଶୁଭେନ୍ଦୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ବର୍ତ୍ତମାନ ପଶ୍ଚିମବଙ୍ଗରେ ସ୍ଥିତି ଭୟଙ୍କର ରହିଛି । କାରଣ ରାଜ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଲଗାତାର ଭାବେ ଟାର୍ଗେଟ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2021, 4:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.