କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ନନ୍ଦିଗ୍ରାମ ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏହି ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ରହିଛି ଜୋରଦାର ଟକ୍କର । ଏହାରି ମଧ୍ୟରେ ନିର୍ବାଚନୀ ରାଲିରେ ତେଜୁଛି ରାଜନୈତିକ ବୟାନବାଜି ।
ସୋମବାର ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ଉପରେ ସଂଖ୍ୟାଲଘୁଙ୍କ ଭୋଟ ହାତେଇବାକୁ ତୁଷ୍ଟିକରଣର ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ବେଗମ ମମତା ବାନାର୍ଜୀ ତୁଷ୍ଟିକରଣ କରିକରି ବଙ୍ଗକୁ ମିନି ପାକିସ୍ତାନ କରିଦେବେ ।
ଏହାପୂର୍ବରୁ ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ନନ୍ଦିଗ୍ରାମର କୌଣସି ବ୍ୟକ୍ତି ମୋ ଉପରେ ଆକ୍ରମଣ କରିନାହାନ୍ତି । ହେଲେ ଆପଣ ଉତ୍ତରପ୍ରଦେଶ ଆଉ ବିହାରରୁ ଗୁଣ୍ଡା ଆଣିଛନ୍ତି ।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମମତା ବାନାର୍ଜୀଙ୍କର ଇଦ ମୁବାରକ କହିବାର ଅଭ୍ୟାସ ଅଛି। ତେଣୁ ଆଜି ସେ ହୋଲିରେ ଅଭିବାଦନ କରିବା ପରିବର୍ତ୍ତେ ହୋଲି ମୁବାରକ କହିଥିଲେ। ସେ କହିଛନ୍ତି ଯେ ଯଦି ଆପଣ ବେଗମକୁ ଭୋଟ ଦିଅନ୍ତି, ତେବେ ସେ ବଙ୍ଗକୁ ଏକ ମିନି ପାକିସ୍ତାନରେ ପରିଣତ କରିଦେବେ।