ETV Bharat / bharat

ଏଲଓସିରେ ସନ୍ଦେହ ଜନକ କାର୍ଯ୍ୟକଳାପ, ସୀମାରେ ହାଇଆଲର୍ଟ

author img

By

Published : Sep 20, 2021, 7:37 AM IST

ବଦମାସୀ ଦେଖାଉଛି ପାକିସ୍ତାନ । ବାରମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳରେ ସନ୍ଦିଗ୍ଧଙ୍କ ସନ୍ଦେହ ଜନକ କାର୍ଯ୍ୟକଳାପ । c ଅଧିକ ପଢନ୍ତୁ...

ଏଲଓସିରେ ସନ୍ଧିଗ୍ଧଙ୍କ ସନ୍ଧେହ ଜନକ କାର୍ଯ୍ୟକଳାପ ; ସୀମାରେ ହାଇଆଲର୍ଟ

ଶ୍ରୀନଗର: ବଦମାସୀ ଦେଖାଉଛି ପାକିସ୍ତାନ । କେତେବେଳେ ଏଲଓସିରେ ଅନୁପ୍ରବେଶ କରୁଛି ତ ଆଉ କେତେବେଳେ କରୁଛି ଅସ୍ତ୍ରବିରତି ଉଲଘଂନ । ଜମ୍ମୁକାଶ୍ମୀର ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳରେ ସନ୍ଦିଗ୍ଧଙ୍କ ସନ୍ଦେହ ଜନକ କାର୍ଯ୍ୟକଳାପ ନେଇ ସେନାକୁ ମିଳିଥିଲା ଖବର । ନ୧୮ ତାରିଖ ମଧ୍ୟ ରାତ୍ରରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଯାହା ଏବେବି ଜାରି ରହିଛି ।

ଏହାପୂର୍ବରୁ ଶ୍ରୀନଗର ନୋରବାଗ ଅଞ୍ଚଳରେ ଏକ ପୋଲିସ ଟିମ ଉପରକୁ ଆତଙ୍କୀମାନେ ଆଖିବୁଜା ଗୁଳିମାଡ କରିଥିଲେ । ପରେ ସେନା ପକ୍ଷରୁ ମଧ୍ୟ ଏହାର ପ୍ରତିଜବାବ ଦିଆଯାଇଥିଲା । ପୋଲିସ ପକ୍ଷରୁ ପୁରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଗୁଳିବର୍ଷଣ କରିଥିବା ବେଳେ ଆତଙ୍କୀ ଘଟଣାସ୍ଥଳରୁ ପଳାଇଥିଲେ । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ଓ ଏକେ ୪୭ ଜବତ କରିଥିଲା ସେନା । ଏହି ଅପରେସନ ସିଆରପିଏଫ ଓ ପୋଲିସର ମିଳିତ ଉଦ୍ୟମରେ ହୋଇଥିଲା । ସେପଟେ, ଶୁକ୍ରବାର ଦିନ କୁଲଗାମ ଜିଲ୍ଲାରେ ଆତଙ୍କୀ ଗୁଳି ବର୍ଷଣ ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.