ETV Bharat / bharat

ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ 3 ବର୍ଷ ଜେଲ୍ - ମହିଳା IPS ଅଧିକାରୀଙ୍କୁ ଯୌନ ନିର୍ଯାତନା

ଯୌନ ନିର୍ଯାତନା ମାମଲାରେ ଓଡ଼ିଆ IPS ରାଜେଶ ଦାସଙ୍କୁ 3 ବର୍ଷ ଜେଲ୍ । ମହିଳା IPS ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ 3 ବର୍ଷ ଜେଲ୍

author img

By

Published : Jun 16, 2023, 2:19 PM IST

ଚେନ୍ନାଇ: ତାମିଲନାଡୁର ପୂର୍ବତନ ସ୍ପେଶାଲ ପୋଲିସ ଡିଜି ରାଜେଶ ଦାସଙ୍କୁ 3 ବର୍ଷ ଜେଲ୍ । ଯୌନ ନିର୍ଯାତନା ମାମଲାରେ ଦଣ୍ଡିତ ହୋଇଛନ୍ତି ତତ୍କାଳୀନ ସ୍ପେଶାଲ ଡିଜିପି ତଥା ଓଡ଼ିଆ IPS ରାଜେଶ ଦାସ । ଜଣେ ମହିଳା IPS ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାମିଲନାଡୁର ଭିଲ୍ଲୁପୁରମ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି 3 ବର୍ଷ ଜେଲଦଣ୍ଡ ସହ 10 ହଜାର ଟଙ୍କା ନିର୍ଦ୍ଦେଶ ଦେଇଛନ୍ତି । 2021 ମସିହା ଫେବୃଆରୀରେ ମହିଳା IPS ଜଣକ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ ।

ଏକାଠି ଯିବା ବେଳେ ଗାଡି ଭିତରେ ମହିଳା ଆଇପିଏସ୍ ଅଧିକାରୀଙ୍କୁ ରାଜେଶ ଦାସ ଯୌନ ନିର୍ଯାତନା ଦେଇଥିଲେ । ମାମଲାରେ ଚୁପ୍ ରହିବାକୁ ଉକ୍ତ IPSଙ୍କୁ ଚାପ ପକାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ମାଡ୍ରାସ ହାଇକୋର୍ଟ ଏହି ମାମଲାରେ ଚିନ୍ତା ପ୍ରକଟ କରିବା ସହ ନିରପେକ୍ଷ ତଦନ୍ତ ନିର୍ଦ୍ଦଶ ଦେଇଥିଲେ । ଏଥିସହ ତଦନ୍ତର ଅଗ୍ରଗତି ଓ ବିଚାର ପ୍ରକ୍ରିୟା ମଧ୍ୟ ତଦାରଖ କରିଥିଲେ ।

କ'ଣ ଥିଲା ପୁରା ଘଟଣା: ନିର୍ବାଚନ ପ୍ରଚାର ସମୟରେ ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକେ ପାଲାନିସ୍ବାମୀଙ୍କ ସୁରକ୍ଷା ଦାୟିତ୍ବରେ ଥିବାବେଳେ ରାଜେଶ ଦାସ IPS ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଡିଜିପି ଓ ଗୃହ ସଚିବଙ୍କ ନିକଟରେ ଅଭିଯୋଗ କରିବା ପାଇଁ ତାଙ୍କୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ସେ ଡିଜିପିଙ୍କୁ ଭେଟିବାକୁ ଯାଉଥିବା ବେଳେ ସେହି ସମୟର ଭିଲ୍ଲୁପୁରମର ଜଣେ ଏସପି ମହିଳା ଆଇପିଏସଙ୍କୁ ଚେନ୍ନାଇରେ ପ୍ରବେଶ କରିବାରୁ ଅଟକାଇ ଥିଲେ ।

ଏସପି ଟୋଲ ପ୍ଲାଜା ନିକଟରେ ମହିଳା ଆଇପିଏସ ଅଧିକାରୀଙ୍କୁ ଅଟକାଇ ଥିଲେ । ଏଥିପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ନିଲମ୍ବନ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଓ CID ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ଭାର ନେଇଥିଲେ । ତଦନ୍ତକାରୀ ଟିମ୍ ଅଭିଯୁକ୍ତ ତତ୍କାଳୀନ ସ୍ପେଶାଲ ଡିଜି ରାଜେଶଙ୍କ ବିରୁଦ୍ଧରେ 400 ପୃଷ୍ଠାର ଚାର୍ଜସିଟ୍ ଭିଲ୍ଲୁପୁରମ କୋର୍ଟରେ ଦାଖଲ କରିଥିଲେ । ଆଜି କୋର୍ଟ ଏହି ମାମଲାର ବିଚାର କରି ଅଭିଯୁକ୍ତ IPS ରାଜେଶ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 3 ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ରାଜେଶଙ୍କ ସହିତ ଉକ୍ତ ଏସପିଙ୍କୁ 500 ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.