ନୂଆଦିଲ୍ଲୀ: ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ଓ ସାମୟିକ ଭାବେ ନିଲମ୍ବିତ ସାଂସଦମାନେ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି । ସେମାନେ ଦିବା-ରାତ୍ର 50 ଘଣ୍ଟିଆ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି ଏହି ବିରୋଧୀ ସାଂସଦମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ରାତ୍ରୀଯାପନ କରିବେ । ଗାନ୍ଧୀ ମୂର୍ତ୍ତି ତଳେ ହିଁ ସେମାନେ ରାତ୍ରୀଯାପନ କରିବା ପାଇଁ ପ୍ରସ୍ତୁତି ସାରିଥିବା ଦେଖିବାକୁ ମିଳିଛି ।
-
Delhi | Suspended MPs continue their 50-hour long day-night protest at the Gandhi statue in Parliament.
— ANI (@ANI) July 27, 2022 " class="align-text-top noRightClick twitterSection" data="
"Suspended MPs will sit on dharna till Friday 5pm. Meanwhile, some women MPs and elderly MPs will sit shift-wise," says AAP MP Sanjay Singh. pic.twitter.com/nAViFJmh8S
">Delhi | Suspended MPs continue their 50-hour long day-night protest at the Gandhi statue in Parliament.
— ANI (@ANI) July 27, 2022
"Suspended MPs will sit on dharna till Friday 5pm. Meanwhile, some women MPs and elderly MPs will sit shift-wise," says AAP MP Sanjay Singh. pic.twitter.com/nAViFJmh8SDelhi | Suspended MPs continue their 50-hour long day-night protest at the Gandhi statue in Parliament.
— ANI (@ANI) July 27, 2022
"Suspended MPs will sit on dharna till Friday 5pm. Meanwhile, some women MPs and elderly MPs will sit shift-wise," says AAP MP Sanjay Singh. pic.twitter.com/nAViFJmh8S
ସେମାନଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଗଣତନ୍ତ୍ରର କଣ୍ଠରୋଧ ବୋଲି ଦର୍ଶାଇ ଏହି ସାଂସଦମାନେ ପ୍ରତିବାଦ ଜାରି ରଖିଛନ୍ତି । ଆଜି ଆମ ଆଦମୀ ପାର୍ଟି (AAP)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ସାମାନ ଅଭିଯୋଗରେ ନିଲମ୍ବିତ ହେବା ପରେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଏହି ସାଂସଦମାନେ 50 ଘଣ୍ଟାର ପ୍ରତିକାତ୍ମକ ଧାରଣାରେ ବଜାୟ ରଖିବେ । ଏହି ଧାରଣା ଶୁକ୍ରବାର ସଂଧ୍ୟାର ଶେଷ ହେବ । କିଛି ମହିଳା ଓ ବୟସାଧିକ ସାଂସଦ ଏହି ଧାରଣାରେ ସିଫ୍ଟ ଓ୍ବାରୀ ଅଂଶଗ୍ରହଣ କରିବା ନେଇ ମଧ୍ୟ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ