ଶ୍ରୀନଗର: ଇସ୍ତଫା ଦେଲେ ଜାମ୍ମୁ-କାଶ୍ମୀରର ନିଲମ୍ବିତ ଆଇପିଏସ ଅଫିସର ବସନ୍ତ ରଥ(Suspended J&K IPS officer Basant Rath resigns) । ଏହି ଚର୍ଚ୍ଚିତ ଆଇପିଏସ୍ ଅଫିସର ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇ ରାଜନୀତିରେ ଯୋଗେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ନିଜର ଇସ୍ତଫା ପତ୍ର ସେୟାର କରି ସୂଚନା ଦେଇଛନ୍ତି । ଏଥିରେ ସେ କହିଛନ୍ତି, ''ମୁଁ ରାଜନୀତିରେ ଯୋଗ ଦେବା ପାଇଁ ସକ୍ଷମ ହେବାକୁ ପୋଲିସ ସେବାରୁ ଇସ୍ତଫା ଦେବାକୁ ଚାହୁଁଛି । ଏହି ପତ୍ରକୁ ମୋର ଇସ୍ତଫା କିମ୍ବା ସ୍ବେଚ୍ଛାକୃତ ଅବସର ରୂପେ ଗ୍ରହଣ କରିବାକୁ ଅନୁରୋଧ ।''
-
Politics is a noble profession. pic.twitter.com/K6HckP4VXp
— ବସନ୍ତ بسنت बसंत (@KangriCarrier) June 26, 2022 " class="align-text-top noRightClick twitterSection" data="
">Politics is a noble profession. pic.twitter.com/K6HckP4VXp
— ବସନ୍ତ بسنت बसंत (@KangriCarrier) June 26, 2022Politics is a noble profession. pic.twitter.com/K6HckP4VXp
— ବସନ୍ତ بسنت बसंत (@KangriCarrier) June 26, 2022
ସେ କେଉଁ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି ତାହା ମଧ୍ୟ ରଥ ଜଣାଇଛନ୍ତି । ସେ ଟ୍ବିଟ୍ କରିଛନ୍ତି କି, ଯଦି କେବେ ବି ରାଜନୀତିରେ ଯୋଗେ ଦେବି, ତାହା ଭାରତୀୟ ଜନତା ପାର୍ଟି(BJP) ହେବ । ସେହିପରି ଯଦି କେବେ ବି ନିର୍ବାଚନ ଲଢିବି, ତାହା ହେଲେ କାଶ୍ମୀରରୁ ହିଁ ଲଢିବି ।'' ଏଥିସହ ସେ ଯଦି ରାଜନୀତିରେ ସାମିଲ ହୁଅନ୍ତି ତେବେ ୨୦୨୪ ମାର୍ଚ୍ଚ ୬ ତାରିଖ ପୂର୍ବରୁ ହିଁ ଏହା କରିବେ ବୋଲି ସେ ସୂଚନା ଦେଇଛନ୍ତି ।
-
If I ever join a political party, it WILL be BJP.
— ବସନ୍ତ بسنت बसंत (@KangriCarrier) June 25, 2022 " class="align-text-top noRightClick twitterSection" data="
If I ever contest an election, it WILL be from Kashmir.
If I ever join politics, it WILL be before March 6, 2024.
">If I ever join a political party, it WILL be BJP.
— ବସନ୍ତ بسنت बसंत (@KangriCarrier) June 25, 2022
If I ever contest an election, it WILL be from Kashmir.
If I ever join politics, it WILL be before March 6, 2024.If I ever join a political party, it WILL be BJP.
— ବସନ୍ତ بسنت बसंत (@KangriCarrier) June 25, 2022
If I ever contest an election, it WILL be from Kashmir.
If I ever join politics, it WILL be before March 6, 2024.
ଉଲ୍ଲେଖଯୋଗ୍ୟ, ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗରେ କାଶ୍ମୀରରେ ଅବସ୍ଥାପିତ ଥିବା ବରିଷ୍ଠ ଆଇପିଏସ ଅଫିସର ବସନ୍ତ ରଥଙ୍କୁ ଦୁଇ ବର୍ଷ ପୂର୍ବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ଆସନ୍ତା ମାସରେ ତାଙ୍କ ନିଲମ୍ବନକୁ ୨ ବର୍ଷ ପୂରିବ । ଏହାପୂର୍ବରୁ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି ।