ETV Bharat / bharat

ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ - ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ

ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ । ୧୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ
ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ
author img

By

Published : Sep 1, 2022, 7:49 AM IST

ରାଞ୍ଚି: ଘରୋଇ ସହାୟିକାଙ୍କୁ ମାଡ ମାରିବା ଓ ନିର୍ଯାତନା ଦେବା ଘଟଣାରେ ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ ହୋଇଛନ୍ତି(suspended BJP leader Seema Patra arrested) । ବୁଧବାର ତାଙ୍କୁ ଗିରଫ କରାଯିବ ସହ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଆସନ୍ତା ୧୨ ତାରିଖ ଯାଏଁ ସୀମା ପାତ୍ର ରିମାଣ୍ଡରେ ରହିବେ । ଏନେଇ ସରକାରୀ ଓକିଲ ପ୍ରଦୀପ ଚୌରସିଆ ସୂଚନା ଦେଇଛନ୍ତି ।

ଅନ୍ୟପଟେ ନିଲମ୍ବିତ ବିଜେପି ନେତ୍ରୀ ନିଜ ବିରୁଦ୍ଧରେ ଅଣାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ''ମୋତେ ଫସେଇ ଦିଆଯାଉଛି । ଏସବୁ ଅଭିଯୋଗ ମିଛ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ'' ବୋଲି ସୀମା ପାତ୍ର ଗଣମାଧ୍ୟମ ଆଗରେ କହିଛନ୍ତି । ତେବେ ବିଜେପି ନେତ୍ରୀ ଜଣକ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଘଟଣା ଗତ ସୋମବାର ଦିନ ସାମ୍ନାକୁ ଆସିଥିଲା । ସୀମା ପାତ୍ରଙ୍କ ପୁଅ ବିବେକ ଆନନ୍ଦ ବସ୍କି ନାମକ ଜଣେ ବନ୍ଧୁଙ୍କୁ ଏ ସମ୍ପର୍କରେ କହିଥିଲେ । ଏହାପରେ ବିବେକ ବସ୍କି ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣା ପଦାକୁ ଆସିବା ମାତ୍ରେ ଚାରିଆଡେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଝାଡଖଣ୍ଡ ବିଜେପି ମୁଖ୍ୟ ତୁରନ୍ତ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ଏହାସହିତ ଏହି ନିର୍ଯାତନା ଘଟଣାର ତଦନ୍ତ ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ ହୋଇଥିବା ବିଜେପି ସୂଚନା ଦେଇଥିଲା ।

ଏହାମଧ୍ୟ ପଢନ୍ତୁ: ହଠାତ୍ ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ସୀମା ପାତ୍ର ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କମିଟିର ସଦସ୍ୟ ଥିଲେ । ତାଙ୍କର ସ୍ବାମୀ ମହେଶ୍ବର ପାତ୍ର ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର ଅଟନ୍ତି । ସେ ନିଜର ଘରୋଇ ସହାୟିକା ସୁନୀତା, ଯିଏକି ଜଣେ ଆଦିବାସୀ ମହିଳା ଅଟନ୍ତି ତାଙ୍କୁ ୮ ବର୍ଷ ଧରି ଘରେ ବନ୍ଦୀ କରି ରଖିଥିଲେ ଏବଂ ଅକଥନୀୟ ନିର୍ଯାତନା ଦେଇଥିଲେ । ହସ୍ପିଟାଲ ବେଡ୍‌ରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡିତା ସୁନୀତା ନିଜ ଉପରେ ବିତିଥିବା ଅତ୍ୟାଚାର ସମ୍ପର୍କରେ କହିଛନ୍ତି । ବିଜେପି ନେତ୍ରୀ ତାଙ୍କୁ ମାଡ ମାରୁଥିଲେ । ଖାଇବାକୁ ନ ଦେବା ସହ ତାଙ୍କ ଦେହରେ ଚେଙ୍କ ମଧ୍ୟ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.