ETV Bharat / bharat

ପଞ୍ଜାବ ଗୁରୁଦାସପୁରରେ ଉଡିଲା ପାକ୍‌ ଡ୍ରୋନ

author img

By

Published : Sep 26, 2022, 2:01 PM IST

ପଞ୍ଜାବ ଗୁରୁଦାସପୁର ସେକ୍ଟର ଚକ୍ରି ପୋଷ୍ଟରେ ଉଡିଲା ପାକିସ୍ତାନୀ ଡ୍ରୋନ । ଗୁଳିମାଡ କଲା ସୀମା ସୁରକ୍ଷା ବଳ । ଅଧିକ ପଢନ୍ତୁ

ପଞ୍ଜାବ ଗୁରୁଦାସପୁରରେ ଉଡିଲା ପାକିସ୍ତାନୀ ଡ୍ରୋନ

ନୂଆଦିଲ୍ଲୀ: ଭାରତ ଆକାଶରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବ ଗୁରୁଦାସପୁର ସେକ୍ଟର ଚକ୍ରି ପୋଷ୍ଟରେ ଏକ ପାକ୍ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଡ୍ରୋନଟି ରବିବାର ରାତିରେ ଆକାଶରେ ଉଡୁଥିବାର ଦେଖିବାକୁ ପାଇଥିଲେ ବିଏସଏଫ ଯବାନ । ପ୍ରାୟ ୨୫ ମିନିଟ ପର୍ଯ୍ୟନ୍ତ ଆକାଶରେ ଡ୍ରୋନଟି ଉଡିବା ପରେ ସୀମା ସୁରକ୍ଷା ବଳ(BSF) ଏହା ଉପରେ ଗୁଳିମାଡ କରିଥିଲେ । ଏହା ପରେ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା । ବିଏସଏଫ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତକାଲି (ରବିବାର) ବିଳମ୍ବିତ ରାତିରେ ହଠାତ୍ ଚକ୍ରି ପୋଷ୍ଟର ଆକାଶରେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା, ଏହାଦେଖି ବିଏସଏଫ ଯବାନ ସଙ୍ଗେ ସଙ୍ଗେ ଆଲର୍ଟ ହୋଇଯାଇଥିଲେ ଏବଂ ଡ୍ରୋନକୁ ଗୁଳିମାଡ କରି ଖସାଇବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ସମଗ୍ର ଅଞ୍ଚଳରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ବିଏସଏଫ ଯବାନ ଓ ପଞ୍ଜାବ ପୋଲିସ ।

ଏହା ମଧ୍ୟ ପଢନ୍ତୁ-ହିମାଚଳ ପ୍ରଦେଶରେ ଭୂସ୍ଖଳନ: ଗୋଟିଏ ପରିବାରର ୪ ଶିଶୁଙ୍କ ସମେତ ୫ ମୃତ

ଏହା ପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଥିଲା । ବିଏସଏଫ ଯବାନ ଏହା ଉପରକୁ ଗୁଳିମାଡ କରିବାରୁ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା । ବିଏସଏଫ ରୋଜା ପୋଷ୍ଟ ବିଓପି ୮୯ ବାଟାଲିୟନ ଅଞ୍ଚଳରେ ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ସେହିପରି ସେପ୍ଟେମ୍ବର ୧୮ ତାରିଖରେ ଜମ୍ମୁ କଶ୍ମୀରର ସମ୍ବା ଜିଲ୍ଲାର ଅନ୍ତର୍ଜାତୀୟ ସୀମା(International Border)ରେ ଏକ ପାକିସ୍ତାନୀ ସନ୍ଦିଗ୍ଧ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିବା ବିଏସଏଫ ତରଫରୁ ସୂଚନା ଦିଆଯାଇଥିଲା । ସନ୍ଦିଗ୍ଧ ଡ୍ରେନ ନଜରକୁ ଆସିବା ପରେ ସୀମା ସୁରକ୍ଷା ବଳ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ମଇ ୨୯ରେ ଜମ୍ମୁ କଶ୍ମୀର କାଠୁଆ ଜିଲ୍ଲାରେ ଭାରତ ସୀମାରେ ପଶିଥିବା ପେଲୋଡ ଲାଗିଥିବା ଡ୍ରୋନକୁ ଗୁଳି କରି ଖସାଇଥିଲା ପୋଲିସ । ଫଳରେ ପାକର ଏକ ବଡ ଧରଣର ଯୋଜନା ପଣ୍ଡ ହୋଇଥିଲା । ଏପ୍ରିଲ ୨୯ରେ ପଞ୍ଜାବର ତରନତାରନର ବିଓପି ବାବା ପିର ଅଞ୍ଚଳରେ ପାକ୍ ଡ୍ରୋନ ଠାବ ହୋଇଥିଲା । ଜୁଲାଇ ୨୩ ତାରିଖରେ ଜମ୍ମୁ ଅଖନୂର ସେକ୍ଟରରେ ପାକିସ୍ତାନୀ ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳିଥିଲା । ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶକୁ କ୍ଷତି ପହଞ୍ଚାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.