ଶ୍ରୀନଗର: ଜମ୍ମୁକାଶ୍ମୀରର ସାତପାଲ ଅଞ୍ଚଳ ଓ ଅନ୍ତଃରାଷ୍ଟ୍ରୀୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଡ୍ରୋନକୁ ଠାବ(Suspected drone activity reported in J&K) କରାଯାଇଛି । ସନ୍ଦେହଜନକ ଭାବେ ଶୁକ୍ରବାର ଓ ଶନିବାର ରାତ୍ରି ସମୟରେ ଏହି ଡ୍ରୋନ ଉଡୁଥିବା ସୁରକ୍ଷା କର୍ମୀ ଠାବ କରିଥିଲେ । ସାତପାଲ ସହିତ କାଠୁଆ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଏହି ଇଲେକ୍ଟ୍ରୋନିକ୍ସ ଡିଭାଇସ ଉଡୁଥିବା ବରିଷ୍ଠ BSF(Border Security Officer) ଅଫିସର ସୂଚନା ଦେଇଛନ୍ତି ।
ଏହି ଡ୍ରୋନ ଉଡୁଥିବା ସମ୍ପର୍କରେ ବରିଷ୍ଠ BSF ଅଧିକାରୀ ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ଜମ୍ମୁକାଶ୍ମୀର ପୋଲିସକୁ ଅବଗତ କରାଇଥିଲେ । ଡ୍ରୋନର ହମିଙ୍ଗ ଶବ୍ଦ ଶୁଣିବା ପରେ ଅଧିକାରୀମାନେ ସନ୍ଦେହଜନକ ଭାବେ ଉଡୁଥିବା ଡ୍ରୋନକୁ ଠାବ କରିଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ବିଏସଏଫ ଯବାନଙ୍କ ସମେତ ଜମ୍ମୁକାଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
ତେବେ ଏହି ଡ୍ରୋନରେ ଅସ୍ତ୍ରଶସ୍ତ୍ର ରହିଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରିବା ପାଇଁ ସୁରକ୍ଷା ଦଳ ଯାଞ୍ଚ କରିଥିଲେ । ସୂଚନା ଥାଉ କି ପୂର୍ବରୁ ଅନେକ ଥର ଏଭଳି ଡ୍ରୋନକୁ ଠାବ କରାଯାଇଛି । ସୀମାବର୍ତ୍ତୀ ଅଞ୍ଚଳରେ ଲୁଚି ରହି ଆତଙ୍କବାଦୀ ସଙ୍ଗଠନକୁ ସହଯୋଗ କରୁଥିବା ଅନ୍ୟ ଆତଙ୍କବାଦୀଙ୍କ ନିକଟକୁ ଏହି ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଯାଇଥାଏ ।
@ANI