ETV Bharat / bharat

Bihar Hooch Tragedy: ବିଷାକ୍ତ ମଦ ପିଇ ଦାଦା ପୁତୁରା ମୃତ !

author img

By

Published : Jan 6, 2023, 9:01 AM IST

ବିହାରରେ ପୁଣି ସାମ୍ନାକୁ ଆସିଲା ମଦ ମୃତ୍ୟୁ ଘଟଣା । ବିଷାକ୍ତ ମଦ ପିଇ ସାରଣ ଜିଲ୍ଲାରେ ଦାଦା ପୁତୁରାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Bihar Hooch Tragedy
Bihar Hooch Tragedy

ପାଟନା: ବିହାର ଛପରାରେ ମଦ ମୃତ୍ୟୁ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ହୋଇଛି । ଏଥି ସହ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ସାରଣ ଜିଲ୍ଲାର ତାରାୟା ନିକଟ ଶାହନେୱାଜପୁର ଗ୍ରାମରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ନୂଆବର୍ଷ ରାତିରେ ଦୁଇ ଦାଦା ପୁତୁରା ଏକ ପାର୍ଟିରେ ଯୋଗ ଦେଇ ସେଠାରେ ମଦ ପିଇଥିଲେ । ଏହାପରେ ଉଭୟଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା ଏବଂ ଚିକିତ୍ସା ସମୟରେ ଉଭୟର ମୃତ୍ୟୁ ହୋଇଥିଲା। ଦୁଇ ମୃତକ ହେଉଛନ୍ତି ଶାହନେୱାଜପୁର ଗାଁର ମନୋଜ ସାହା ଏବଂ ତାଙ୍କ ପୁତୁରା ସୁନୀଲ କୁମାର ।

ବିଷାକ୍ତ ମଦ ପିଇବା ପରେ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଗତ ରବିବାର ରାତିରେ ଉଭୟ ଦାଦା ପୁତୁରା ଏକ ପାର୍ଟିରେ ଯୋଗ ଦେଇ ମଦ୍ୟପାନ କରିଥିଲେ । ଏହାପରେ ସୋମବାର ସକାଳେ ଉଭୟଙ୍କ ସ୍ବାସ୍ଥ୍ୟା ଖରାପ ହୋଇଥିଲା । ପେଟରେ ଯନ୍ତ୍ରଣା ହେବା ସହ ଆଖିକୁ କିଛି ଦେଖାଯାଇନଥିଲା । ଏହାପରେ ପରିବାର ଲୋକେ ଉଭୟଙ୍କୁ ଛପରା ସଦର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ରାତିରେ ସୁନିଲଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବୁଧବାର ତାଙ୍କ ଦାଦା ମନୋଜ ସାହା ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ସେହିଦିନ ମନୋଜଙ୍କ ମୃତଦେହ ଘରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାରରେ ଶୋକର ଛାୟା ଖେଳିଯାଇଥିଲା ।

ତିନି ଜଣଙ୍କ ଅବସ୍ଥା ଗୁରୁତର: ଦାଦା ପୁତୁରାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ସେହିପରି ଏହି ଗ୍ରାମରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତିନି ଗୁରୁତର ହେଉଛନ୍ତି ପଙ୍କଜ କୁମାର, ସୋନୁ ଅନସାରୀ ଓ ଶାହନାୱାଜ ନିବାସୀ ଦିଲୀପ ରାୱତ ବୋଲି ଜଣାପଡିଛି । ଏହି ତିନି ଜଣ ମଧ୍ୟ ମୃତ ଦାଦା ପୁତୁରାଙ୍କ ସହ ମଦ୍ୟପାନ କରିଥିଲେ । ଏହାପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ହସ୍ପିଚାଲରେ ଚିକିତ୍ସା ଜାରି ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏଠାରେ ବେଧଡକ ଭାବେ ମଦବିକ୍ରି ଜାରି ରହିଛି । କିନ୍ତୁ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ମଦ ମୃତ୍ୟୁ ପରେ ପୋଲିସ ମୃତକଙ୍କ ପରିବାରକୁ ଧମକ ଦେଉଥିବା ମଧ୍ୟ ଶୁଣିବାକୁ ମିଳୁଛି ।

ଗତ ବର୍ଷ ଡିସେମ୍ବର ମାସରେ ବିହାରର ଛପରା ଜିଲ୍ଲାରେ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଫଳରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ତଦନ୍ତକୁ ଜୋରଦାର କରିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା । ବାରଣାସୀରୁ ମଦ ଯୋଗାଣକାରୀ ସଞ୍ଜିବ କୁମାରକୁ ଗିରଫ କରାଯିବା ସହ ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଛି । ଶେଷରେ ମଦ ବିକ୍ରି କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.