ETV Bharat / bharat

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା, ଆମେରିକାର ସହାୟତା ଲୋଡିଲା CBI

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆମେରିକା ଠାରୁ ବୈଷୟିକ ସହାୟତା ଲୋଡିଲା ସିବିଆଇ । ଡିିଲିଟ ହୋଇଥିବା ସୋସିଆଲ ମିଡିଆ ଚାଟ, ମେଲର ରିଷ୍ଟୋର ଓ ଯାଞ୍ଚ ପାଇଁ ଗୁଗୁଲ ଓ ଫେସବୁକ କରିବ ସହାୟତା । ଅଧିକ ପଢନ୍ତୁ...

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା, ଆମେରିକାର ସହାୟତା ଲୋଡିଲା CBI
ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା, ଆମେରିକାର ସହାୟତା ଲୋଡିଲା CBI
author img

By

Published : Nov 8, 2021, 9:40 PM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି। ତଦନ୍ତରେ ସିବିଆଇ ବର୍ତ୍ତମାନ ଆମେରିକାର ସହାୟତା ଚାହିଁଛି । ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଚୁକ୍ତି (MLAT ) ଅଧୀନରେ ଆମେରିକା ଠାରୁ ବୈଷୟିକ ସହାୟତା ଲୋଡିଛି ସିବିଆଇ ।

କାଲିଫର୍ନିଆସ୍ଥିତ ଗୁଗୁଲ ଏବଂ ଫେସବୁକ୍ ମୁଖ୍ୟାଳୟରୁ ସୁଶାନ୍ତ ସିଂଙ୍କର ଡିଲିଟ ହୋଇଥିବା ଚାଟ୍, ମେଲ ଏବଂ ଅନ୍ୟ ତଥ୍ୟକୁ ରିଷ୍ଟୋର କରିବାକୁ ଚେଷ୍ଟା କରିଛି ସିବିଆଇ । ମାମଲାକୁ ଶେଷ ପର୍ଯ୍ୟାୟକୁ ନେବା ପୂର୍ବରୁ ଏହାର କୌଣସି ଦିଗକୁ ହାତ ଛଡା କରିବାକୁ ଚାହିଁନାହିଁ ସଂସ୍ଥା ।

2020 ମସିହା ଜୁନ 14 ତାରିଖରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସୁଶାନ୍ତଙ୍କ ମୃତ୍ୟୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଥିବାବେଳେ ସେ ବ୍ୟବହାର କରୁଥିବା ସୋସିଆଲ୍ ମିଡିଆ ଆକାଉଣ୍ଟ୍, ଇମେଲରୁ କିଛି ଠୋସ ପ୍ରମାଣ ମିଳିପାରେ ବୋଲି ଆଶା କରୁଛି ସିବିଆଇ । ତେଣୁ ଡିଲିଟ ହୋଇଥିବା ଡାଟା ସବୁକୁ ରିଷ୍ଟୋର କରିବା ଓ ଯାଞ୍ଚ କରିବା ପାଇଁ ଗୁଗୁଲ ଓ ଫେସବୁକର ସହାୟତା ଲୋଡାଯାଇଛି ।

ଏହି ଘଟଣାରେ ନିଶା ଦ୍ରବ୍ୟ ସେବନର ଅଭିଯୋଗ ଆସିବା ପରେ ସିବିଆଇ ବ୍ୟତୀତ ଆଉ ଦୁଇଟି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଇଡି ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଏହି ମାମଲାର ତଦନ୍ତ କରିଥିଲେ। ଡ୍ରଗ୍ସ ସମ୍ପୃକ୍ତି ନେଇ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ଜେରା କରିଥିଲା ଏନସିବି । ପରେ ରିୟା ଗିରଫ ହୋଇ ବେଲରେ ଆସିଥିଲା । ତେବେ ପ୍ରକୃତ ମୃତ୍ୟୁ ମାମଲା ଉପରୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ରହସ୍ୟ ଉନ୍ମେଚନ ହୋଇପାରିନଥିବା ବେଳେ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.