ETV Bharat / bharat

Suryanagari Express Derailed: ଟ୍ରାକରୁ ଖସିଲା ୧୨ ବଗି, 20ରୁ ଊର୍ଦ୍ଧ୍ବ ଆହତ

author img

By

Published : Jan 2, 2023, 7:10 AM IST

Updated : Jan 2, 2023, 7:18 AM IST

ରାଜସ୍ଥାନର ପାଲି ନିକଟରେ ଟ୍ରାକରୁ ଖସିଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୧୨ଟି ବଗି(Suryanagari Express derails in Rajasthans Pali) । ଅଧିକ ପଢନ୍ତୁ

ସୂର୍ଯ୍ୟନଗରୀ ଏକ୍ସପ୍ରେସ ଲାଇନଚ୍ୟୁତ
ସୂର୍ଯ୍ୟନଗରୀ ଏକ୍ସପ୍ରେସ ଲାଇନଚ୍ୟୁତ

ଜୟପୁର: ସକାଳୁ ସକାଳୁ ଟ୍ରେନ ଦୁର୍ଘଟଣା । ରାଜସ୍ଥାନରେ ଟ୍ରାକରୁ ଖସିଲା ଟ୍ରେନ । ସୂର୍ଯ୍ୟନଗରୀ ଏକ୍ସପ୍ରେସ ଲାଇନ ଚ୍ୟୁଚ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି (Suryanagari Express derails in Rajasthans Pali)। ରାଜସ୍ଥାନର ପାଲି ନିକଟରେ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି ।

  • Helpline numbers for passengers & concerned family members:

    For Jodhpur: 02912654979, 02912654993, 02912624125, 02912431646

    For Pali Marwar: 02932250324

    Passengers and their families can also contact- 138 and 1072- for any information: CPRO, North Western Railway pic.twitter.com/sLow9bbIOf

    — ANI MP/CG/Rajasthan (@ANI_MP_CG_RJ) January 2, 2023 " class="align-text-top noRightClick twitterSection" data=" ">

ଖବରଅନୁସାରେ, ଟ୍ରେନଟି ବାନ୍ଦ୍ରାରୁ ଯୋଧପୁର ଅଭିମୁଖେ ଯାଉଥିଲା । ଆଜି ଭୋର ୩.୨୭ ମିନିଟରେ ଏହି ଦୁର୍ଘଟଣା ହୋଇଛି । ରାଜକିଆବା ଏବଂ ବୋମାଦ୍ରା ଭିତରେ ଏହି ଟ୍ରେନ ଦୁର୍ଘଟଣା ହୋଇଛି । ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।

  • "Within 5 minutes of departing from Marwar junction, a vibration sound was heard inside the train & after 2-3 minutes, the train stopped. We got down & saw that at least 8 sleeper class coaches were off the tracks. Within 15-20 minutes, ambulances arrived," says a passenger pic.twitter.com/aCDjmZEFyq

ଏହା ମଧ୍ୟ ପଢନ୍ତୁ: Road Accident: ସ୍କୁଟି ଆରୋହୀ ଯୁବତୀଙ୍କୁ ୪କିମି ଘୋଷାଡିଲା କାର, ନଗ୍ନ ମୃତଦେହ ଉଦ୍ଧାର ସହ ୫ ଅଟକ

ଉତ୍ତର ପଶ୍ଚିମ ରେଳପଥର CPRO କହିଛନ୍ତି(North Western Railway CPRO), " ଟ୍ରେନ ଦୁର୍ଘଟଣାରେ କୌଣସି କ୍ଷତିକ୍ଷତିର ସୂଚନା ମିଳିପାରି ନାହିଁ । ଉଚ୍ଛପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି । ଏହି ଦୁର୍ଘଟଣାରେ ୧୧ଟି ବଗି ପ୍ରଭାବିତ ହୋଇଛି । ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚେଇବା ପାଇଁ ବସର ବ୍ୟବସ୍ଥା କରାଯାଉଛି । ଯାତ୍ରୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଯୋଧପୁର ପାଇଁ ୪ଟି ହେଲ୍ପଲାଇନ ଲମ୍ବର ଜାରି ହୋଇଛି । 02912654979, 02912654993, 02912624125 ଏବଂ 02912431646 ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ଅନ୍ୟପଟେ ପାଲି ମାରଓ୍ବାର ପାଇଁ 02932250324ରେ ଯୋଗାଯୋଗ କରିପାରିବେ । ଏହାସହ ଟ୍ରେନରେ ରହିଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାର ଲୋକେ ଯେକୌଣସି ସୂଚନ ପାଇବାକୁ ଚାହୁଁଥିଲେ ୧୩୮ ଏବଂ ୧୦୭୨ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ।"

ଏନେଇ ଟ୍ରେନ ଭିତରେ ଥିବା ଏକ ଯାତ୍ରୀ କହିଛନ୍ତି, "ଟ୍ରେନଟି ମାରଓ୍ବାର ଷ୍ଟେସନରୁ ଛାଡିବାର ୫ ମିନିଟ ପରେ ଟ୍ରେନଟି ଥରିଉଠିଥିଲା । ଏହାର ୨ ରୁ ୩ ମିନିଟ ପରେ ଟ୍ରେନଟି ରହିଯାଇଥିଲା । ଏହାପରେ ଆମେ ବାହାରକୁ ଦେଖିଲା ବେଳକୁ ବଗି ଲାଇନଚ୍ୟୁତ ହୋଇଯାଇଛି । ଦୁର୍ଘଟଣା ଘଟିବାର ୧୫-୨୦ ମିନିଟ ଭିତରେ ଆମ୍ବୁଲାନ୍ସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । "

Last Updated : Jan 2, 2023, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.