ETV Bharat / bharat

BrahMos missile: ପୁଣି ବଢିଲା ପାକିସ୍ତାନ ଟେନସନ, ଆଣ୍ଡାମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

author img

By

Published : Mar 23, 2022, 8:55 PM IST

ଆଣ୍ଡାମାନରେ ସଫଳତାର ସହ ପରୀକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଶୁଭେଚ୍ଛା ଜଣାଇଲେ ବାୟୁସେନା ମୁଖ୍ୟ । ଅଧିକ ପଢନ୍ତୁ

BrahMos missile: ଆଣ୍ଡାମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ । ଆଜି ଅପରାହ୍ନରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟକ୍ଷେଦ କ୍ଷମତା ରଖିଥିବା ଏହି ଅତ୍ୟାଧୁନିକ ସୁପରସୋନିକ ମିସାଇଲ ପରୀକ୍ଷଣ କରାଯାଇଥିଲା । ତେବେ ଏହା ନିର୍ଦ୍ଧାରିତ ସମୟରେ ନିଜର ଲକ୍ଷ୍ୟକୁ ଭେଦ କରିଥିବାବେଳେ ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ମିସାଇଲଟି ଅଧିକ ଦୂରଗାମୀ ସଂସ୍କରଣ ଥିଲା ।

  • India today successfully testfired surface to surface BrahMos supersonic cruise missile in Andaman & Nicobar. Extended range missile hit its target with pinpoint accuracy: Defence officials pic.twitter.com/Yz54DAyTxq

    — ANI (@ANI) March 23, 2022 " class="align-text-top noRightClick twitterSection" data=" ">

India today successfully testfired surface to surface BrahMos supersonic cruise missile in Andaman & Nicobar. Extended range missile hit its target with pinpoint accuracy: Defence officials pic.twitter.com/Yz54DAyTxq

— ANI (@ANI) March 23, 2022

ପରୀକ୍ଷଣ ଶେଷ ହେବା ପରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ପରୀକ୍ଷଣରେ ସାମିଲ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରୀକ୍ଷଣ ସମୟରେ ସେ ନିଜେ ଆଣ୍ଡାମାନରେ ଥାଇ ସ୍ଥିତି ସମୀକ୍ଷା କରିଥିବା ମଧ୍ୟ ସୂଚନା ମିଳିଛି । ଏହି ଅତ୍ୟାଧୁନିକ ମିସାଇଲକୁ ଋଷ ଏବଂ ଭାରତ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି । ଏହାର ଏକାଧିକ ସଂସ୍କରଣର ବିକାଶ ମଧ୍ୟ କରାଯାଇ ସରିଥିବାବେଳେ ପର୍ଯ୍ୟାୟକ୍ରମେ ଏହାର ପରୀକ୍ଷଣ ଜାରି ରହିଛି ।

ପ୍ରକାଶ ଯେ, ନିକଟରେ କିଛି ଦିନ ତଳେ ପାକିସ୍ତାନରେ ଭାରତର ଏକ ମିସାଇଲ ପଡିଥିଲା । ଏହାକୁ ନେଇ ପାକିସ୍ତାନ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିବା ବେଳେ ଭାରତ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ । ଆଜି ଅପରାହ୍ନରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟକ୍ଷେଦ କ୍ଷମତା ରଖିଥିବା ଏହି ଅତ୍ୟାଧୁନିକ ସୁପରସୋନିକ ମିସାଇଲ ପରୀକ୍ଷଣ କରାଯାଇଥିଲା । ତେବେ ଏହା ନିର୍ଦ୍ଧାରିତ ସମୟରେ ନିଜର ଲକ୍ଷ୍ୟକୁ ଭେଦ କରିଥିବାବେଳେ ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ମିସାଇଲଟି ଅଧିକ ଦୂରଗାମୀ ସଂସ୍କରଣ ଥିଲା ।

  • India today successfully testfired surface to surface BrahMos supersonic cruise missile in Andaman & Nicobar. Extended range missile hit its target with pinpoint accuracy: Defence officials pic.twitter.com/Yz54DAyTxq

    — ANI (@ANI) March 23, 2022 " class="align-text-top noRightClick twitterSection" data=" ">

ପରୀକ୍ଷଣ ଶେଷ ହେବା ପରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ପରୀକ୍ଷଣରେ ସାମିଲ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପରୀକ୍ଷଣ ସମୟରେ ସେ ନିଜେ ଆଣ୍ଡାମାନରେ ଥାଇ ସ୍ଥିତି ସମୀକ୍ଷା କରିଥିବା ମଧ୍ୟ ସୂଚନା ମିଳିଛି । ଏହି ଅତ୍ୟାଧୁନିକ ମିସାଇଲକୁ ଋଷ ଏବଂ ଭାରତ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି । ଏହାର ଏକାଧିକ ସଂସ୍କରଣର ବିକାଶ ମଧ୍ୟ କରାଯାଇ ସରିଥିବାବେଳେ ପର୍ଯ୍ୟାୟକ୍ରମେ ଏହାର ପରୀକ୍ଷଣ ଜାରି ରହିଛି ।

ପ୍ରକାଶ ଯେ, ନିକଟରେ କିଛି ଦିନ ତଳେ ପାକିସ୍ତାନରେ ଭାରତର ଏକ ମିସାଇଲ ପଡିଥିଲା । ଏହାକୁ ନେଇ ପାକିସ୍ତାନ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିବା ବେଳେ ଭାରତ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.