ETV Bharat / bharat

Modi Surname Remark: ନିରାଶ ହେଲେ ରାହୁଲ, ସୁରଟ କୋର୍ଟରୁ ମିଳିଲାନି ଆଶ୍ବସ୍ତି

ମୋଦି ସାଙ୍ଗିଆ ମାମଲା । ସୁରଟ କୋର୍ଟରେ ରାହୁଲ ଗାନ୍ଧୀଙ୍କ ରହିତାଦେଶ ଆବେଦନ ଖାରଜ । ଅଧିକ ପଢନ୍ତୁ

author img

By

Published : Apr 20, 2023, 11:31 AM IST

Updated : Apr 20, 2023, 11:54 AM IST

Rahul Gandhi
Rahul Gandhi

ଗାନ୍ଧୀନଗର: ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟ୍‌କା । ରାହୁଲଙ୍କ ରହିତାଦେଶ ଆବେଦନକୁ ଖାରଜ କଲେ ସୁରଟ ସେସନ କୋର୍ଟ । ବିବାଦୀୟ ମୋଦି ସାଙ୍ଗିଆ ମନ୍ତବ୍ୟ ପାଇଁ ଅପରାଧିକ ମାନହାନୀ ମାମଲାରେ ତଳ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ୨ ବର୍ଷର ଜେଲ୍ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାକୁ କଂଗ୍ରେସ ନେତା ସୁରଟ କୋର୍ଟରେ ଆବେଦନ କରିଥିଲେ । ହେଲେ ତାଙ୍କୁ ନିରାଶ ହେବାକୁ ପଡିଛି । ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଅଦାଲତ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଙ୍ଗିଆ ନେଇ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏନେଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ । ଏହି ମାମଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଯେଉଁ କାରଣରୁ ସେ ନିଜର ଲୋକସଭା ସଦସ୍ୟତା ପଦ ହରାଇଥିଲେ ।

ଏହାପରେ ରାହୁଲ ଗାନ୍ଧୀ ତଳ କୋର୍ଟଙ୍କ ରାୟକୁ ସୁରଟ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ତାଙ୍କର ଓକିଲ ଦୁଇଟି ଆବେଦନ ଦାଖଲ କରିଥିଲେ । ଗତ ଗୁରୁବାର ଦିନ ରାହୁଲଙ୍କ ରହିତାଦେଶ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଅଦାଲତ । ପୂର୍ବ ଶୁଣାଣି ସମୟରେ ପୂର୍ବତନ ସାଂସଦଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ, ମୋଦି ସାଙ୍ଗିଆ ମାମଲାରେ ରୁଜୁ ମାନହାନି ମାମଲା ଯର୍ଥାଥ ନୁହେଁ । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମାତ୍ରାଧିକ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଯାହାର ଆବଶ୍ୟକତା ନଥିଲା ।

ଏହାମଧ୍ୟ ପଢନ୍ତୁ: Naroda Massacre Case: 21 ବର୍ଷ ପରେ ଆଜି ଆସିବ ରାୟ, ସ୍ବତନ୍ତ୍ର ଅଦାଲତ ଶୁଣାଇବେ ଫଇସଲା

ଗତ ୧୩ ତାରିଖରେ ସୁରଟ କୋର୍ଟ ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କ ଆବେଦନର ଶୁଣାଣି କରି ଏପ୍ରିଲ ୨୦ ଅର୍ଥାତ୍ ଆଜି ପାଇଁ ରାୟ ସଂରକ୍ଷିତ ରଖିଥିଲେ । ତେଣୁ ଆଜି କୋର୍ଟଙ୍କ ରାୟ ଉପରେ ସଭିଁଙ୍କ ନଜର ଥିଲା । ହେଲେ ସୁରଟ କୋର୍ଟରୁ କଂଗ୍ରେସ ନେତାଙ୍କୁ ନିରାଶ ହେବାକୁ ପଡିଛି । ଅଦାଲତ ରାହୁଲଙ୍କ ରହିତାଦେଶ ଆବେଦନ ଖାରଜ କରିଦେଇଛନ୍ତି । ଯଦି ତାଙ୍କର ଦଣ୍ଡାଦେଶ ଉପରେ ରୋକ୍ ଲାଗିଥାନ୍ତେ ତାହାହେଲେ ରାହୁଲ ହରାଇଥିବା ଲୋକସଭା ସଦସ୍ୟତା ପଦ ଫେରି ପାଇଥାନ୍ତେ ।

Last Updated : Apr 20, 2023, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.