ETV Bharat / bharat

Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

2019ରେ ନିର୍ବାଚନ ସମୟରେ କର୍ଣ୍ଣାଟକରେ ମୋଦି ଉପନାମକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସୁରଟ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 23, 2023, 11:37 AM IST

Updated : Mar 23, 2023, 12:46 PM IST

ମୋଦି ଉପନାମ ମାମଲା ରାହୁଲ ଦୋଷୀ ସାବ୍ୟସ୍ତ
Rahul Gandhi Modi surname Remark

ନୂଆଦିଲ୍ଲୀ: ବ୍ରିଟେନରେ ଦେଶର ଗଣତନ୍ତ୍ର ଉପରେ ବୟାନ ଦେଇ ସମାଲୋଚନାର ଶିକାର ହୋଇଥିବା ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଛି । ରାହୁଲଙ୍କୁ ଏବେ ଏକ ବଡ ଝଟକା ଲାଗିଛି । ମୋଦି ଉପନାମକୁ ନେଇ ରାହୁଲ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ଆଜି ରାୟ ଶୁଣାଇଛନ୍ତି ସୁରଟ ଜିଲ୍ଲା ଅଦାଲତ । ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ସହ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁରଟ ଜିଲ୍ଲା କୋର୍ଟ । କୋର୍ଟ ରାୟ ଶୁଣାଇବାର କିଛି ସମୟ ପରେ ରାହୁଲଙ୍କୁ ଜାମିନ ମିଳିଛି । ଜାମିନ ମଞ୍ଜୁର କରିଛନ୍ତି ସୁରଟ ଜିଲ୍ଲା କୋର୍ଟ ।

  • Gujarat | Surat District Court holds Congress MP Rahul Gandhi guilty in the criminal defamation case filed against him over his alleged 'Modi surname' remark. pic.twitter.com/VXdrvFAjyK

    — ANI (@ANI) March 23, 2023 " class="align-text-top noRightClick twitterSection" data=" ">

2019ରେ ସାଧାରଣ ଉପନିର୍ବାଚନ ସମୟରେ କର୍ଣ୍ଣାଟକରେ ମୋଦି ଉପନାମ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ବିଧାୟକ ତଥା ଗୁଜୁରାଟ ତତ୍କକାଳୀନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି ଏକ ମାମଲା ଦାୟର କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରିବା ପରେ ଆଜି ସୁରଟ ଜିଲ୍ଲା ନ୍ୟାୟାଳୟ ରାୟ ଶୁଣାଇଛନ୍ତି । ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରଟ ଜିଲ୍ଲା ନ୍ୟାୟାଳୟ । 4 ବର୍ଷ ପୁରୁଣା ମାମଲାରେ ରାହୁଲଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜେଲ ଦଣ୍ଡାଦେଶର ମାତ୍ର କିଛି ସମୟ ପରେ ରାହୁଙ୍କୁ ବେଲ ମିଳିଛି ।

ସୂଚନା ଥାଉକି, ରାହୁଲ ଗାନ୍ଧୀ କର୍ଣ୍ଣାଟକରେ 13 ଏପ୍ରିଲ 2019ରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି ସରନେମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯେଉଁଥିରେ ସେ କହିଥିଲେ,'' ସମସ୍ତ ଚୋରଙ୍କ ଉପନାମ ବା ସରନେମ ମୋଦି କାହିଁକି ? ଯେପରି ନୀରବ ମୋଦି, ଲଳିତ ମୋଦି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିଶାନା କରିଥିଲେ । ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ଜୋରଦାର ହଙ୍ଗମା ହୋଇଥିଲା । ଏହି ବୟାନ ପାଇଁ ରାହୁଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା । 4 ବର୍ଷ ପୁରୁଣା ଅପରାଧିକ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାୟ ଶୁଣାଇ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ହୋଇଛି । ରାୟ ଶୁଣାଇବାର କିଛି ସମୟ ପରେ ରାହୁଲଙ୍କୁ ଜାମିନ ମିଳିଛି ।

ଶୁଣାଣି ସମୟରେ ରାହୁଲ ଗାନ୍ଧୀ ବିଚାରପତିଙ୍କୁ କହିଥିଲେ, ''ମୋର ଉଦ୍ଦେଶ୍ୟ ଭୁଲ ନଥିଲା । ମୁଁ ଯାହା କହିଥିଲି ତାହା ରାଜନୈତିକ ହିସାବରେ ଥିଲା । ମୁଁ ସବୁବେଳେ ଦେଶରେ ଭ୍ରଷ୍ଟାଚାର ମୁଦ୍ଦା ଉଠାଇଥାଏ ।'' ରାହୁଲଙ୍କୁ ଏହି ମାମଲାରେ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି । ମାତ୍ର ସଙ୍ଗେ ସଙ୍ଗେ ତାଙ୍କୁ 30 ଦିନ ପାଇଁ ଜାମିନ ମିଳିଛି । ଏହି ମାମଲାରେ ସେ ଉପର ଅଦାଲତଙ୍କ ଦ୍ବାରସ୍ଥ ହୋଇପାରନ୍ତି ।

ଗୁଜୁରାଟ ନିର୍ବାଚନ ପରେ ରାହୁଲଙ୍କ ପ୍ରଥମ ଗସ୍ତ... ଗତବର୍ଷ ଡିସେମ୍ବରରେ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରୁ ସୁରଟରେ ପହଞ୍ଚିଥିଲେ ରାହୁଲ । ନିର୍ବାଚନ ପରେ ଏହା ତାଙ୍କ ପ୍ରଥମ ଗୁଜୁରାଟ ଗସ୍ତ ଏହା ସହ ଗୁଜୁରାଟର ସମସ୍ତ କଂଗ୍ରେସ ନେତା ତାଙ୍କ ସହିତ ଥିଲେ । ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ 182 ଆସନରୁ 17ଟି ଆସନରେ ଜିତିଥିଲା । 1960 ପରେ ଏଠାରେ କଂଗ୍ରେସର ନିରାଶଜନକ ପ୍ରଦର୍ଶନ ରହିଛି ।

Last Updated : Mar 23, 2023, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.