ETV Bharat / bharat

ଆଜି ସୁପ୍ରିମକୋର୍ଟରେ ନାରଦା ମାମଲାର ଶୁଣାଣି - ସୁପ୍ରିମକୋର୍ଟ

ଆଜି(ମଙ୍ଗଳବାର) ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ନାରଦା ମାମଲାର ଶୁଣାଣି ହେବ । ଅଧିକ ପଢନ୍ତୁ...

ଆଜି ସୁପ୍ରିମକୋର୍ଟରେ ନାରଦା ମାମଲାର ହେବ ଶୁଣାଣି

author img

By

Published : May 25, 2021, 12:15 PM IST

କୋଲକାତା: ଆଜି(ମଙ୍ଗଳବାର) ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାର ହେବ ଶୁଣାଣି । ଏହି ମାମଲାରେ ଗିରଫ ହୋଇଥିବା 4 ଟିଏମସି ନେତା କୋଲକାତା ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ଗୃହବନ୍ଦୀରେ ରହିଛନ୍ତି ।

ଏହି ମାମଲାଟି କୋଲକାତା ହୋଇକୋର୍ଟରେ ବୁଧବାର ହେବାକୁ ଥିଲା । କିନ୍ତୁ ପୂର୍ବରୁ କୋଲକାତା ହାଇକୋର୍ଟଙ୍କ ରାୟ ବିରୋଧରେ ଯାଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ କୋଲକାତା ହାଇକୋର୍ଟରେ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲା । ଏହାପରେ ମଙ୍ଗଳବାର ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ ।

ଟିଏମିସର 4 ହେଭିୱେଟ ନେତା ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଓ ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କୁ ନାରଦା ମାମଲାରେ ସିବିଆଇ ଗିରଫ କରିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପ୍ରଥମେ ସିବିଆଇ କାର୍ଯ୍ୟାଳୟ 4 ନେତାଙ୍କୁ ଜାମିନ ଦେବା ପରେ ହାଇକୋର୍ଟ ସେମାନଙ୍କ ଜାମିନ ଉପରେ ରୋକ ଲଗାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଗୃହବନ୍ଦୀ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.