ETV Bharat / bharat

ଆଜି ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି - ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି

ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଗଠିତ ଖଣ୍ଡପୀଠ ଆଜି (ସୋମବାର) ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରିବେ । ଏନେଇ ମୋଟ 15ଟି ଖଣ୍ଡପୀଠ ବସିବ । ଅଧିକ ପଢନ୍ତୁ

ଆଜି ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି

author img

By

Published : Sep 12, 2022, 9:26 AM IST

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟଳୟରେ ଆଜି (ସୋମବାର) 200ରୁ ଅଧିକ ଜନସ୍ବାର୍ଥ ମାମଲାର (Public interest litigation) ଶୁଣାଣି ହେବ । ଏଥିରେ ନାଗରିକ ସଂଶୋଧନ ଆଇନ ମଧ୍ୟ (CAA) ରହିଛି । ସମସ୍ତ ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ମୋଟ 15ଟି ଖଣ୍ଡପୀଠ ବସିବ । ଦେଶର 49ତମ ପ୍ରଧାନ ବିଚାରପତି ୟୁୟୁ ଲଳିତ ଦାୟିତ୍ବ ଗ୍ରହଣ କରିବା ପରେ ସମସ୍ତ ପିଆଇଏଲ ବା ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ୱେବସାଇଟରେ ଏନେଇ ସୂଚନା ମିଳିବା ପରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ପୀଠ ସମକ୍ଷ ଶୁଣାଣିି ପାଇଁ 220ଟି ମାମଲାର ଆବେଦନ କରାଯାଇଛି । ଯେଉଁଥିରେ CAA ବିରୋଧରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML)ର ମୁଖ୍ୟ ଆବେଦନ ସାମିଲ ରହିଛି ।

ଆଜି ଶୁଣାଣି ହେବାକୁ ଥିବା 200ରୁ ଅଧିକ ଜନସ୍ବାର୍ଥ ମାମଲା ମଧ୍ୟରୁ 205ଟି ପ୍ରଧାନ ବିଚାରପତିଙ୍କ କୋର୍ଟରେ ରହିଛି । ଏଥିରୁ 189ଟି ପିଆଇଏଲ ବା ଜନସ୍ବାର୍ଥ ମାମଲା ନାଗରିକତା ସଂଶୋଧନ ଆଇନ (CAA)କୁ ଚ୍ୟାଲେଞ୍ଜ କରାଯାଇଛି ଯାହାର ଏକା ସଙ୍ଗରେ ଶୁଣାଣି କରାଯିବ । ଶୀର୍ଷ ଅଦାଲତରେ କିଛି ବର୍ଷ ହେବ ରହିଥିଲା ଜନସ୍ବାର୍ଥ ମାମଲାର ଶୁଣାଣି ହେବ । ସେପ୍ଟେମ୍ବର 5ରୁ 9 ମଧ୍ୟରେ ସୁପ୍ରିମକୋର୍ଟରେ ମୋଟ 152ଟି ପିଆଇଏଲର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । ଏଥିରୁ 51ଟି ପିଏଆଇଏଲ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଅଧୀନରେ ରହିଥିଲା । ସୁପ୍ରିମକୋର୍ଟରେ ଅନେକ ମାମଲା ବିଚାରଧୀନ ଥିବାବେଳେ ଜନସ୍ବାର୍ଥ ମାମଲା ବୃଦ୍ଧି ଚିନ୍ତାର କାରଣ ହୋଇଥିଲା ତେଣୁ ଆଜି ଏକକାଳୀନ 200ରୁ ଅଧିକ ଜନସ୍ବାର୍ଥ ମାମଲାରୁ ଶୁଣାଣି କରାଯିବାକୁ ନିଷ୍ପତ୍ତି ହୋଇଛି ।

ଏହା ବି ପଢନ୍ତୁ...ରାଜସ୍ଥାନରେ ବଜ୍ରପାତ, ଚାଲିଗଲା 7 ଜୀବନ

ସିଏଏ ବିରୋଧରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ଦ୍ବାରା ସୁପ୍ରିମକୋର୍ଟରେ ଏକ ପିଆଇଏଲ ହୋଇଥିଲା । କଂଗ୍ରେସ ନେତା ଜୟରାମ ରମେଶ, ଆରଜେଡି ନେତା ମନୋଜ ଝା, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ ପକ୍ଷରୁ ମଧ୍ୟ ଜନସ୍ବାର୍ଥ ମାମଲା ହୋଇଥିଲା ଯାହାର ଆଜି ଶୁଣାଣି କରାଯିବ । ଏହା ସହ ଅନ୍ୟ ଜନହିତ ଜାଚିକା 'ୱୁ ଦ ଓମେନ ଅଫ ଇଣ୍ଡିଆ' ସଂଗଠନ ଦ୍ବାରା ହୋଇଥିବା ଆବେଦନର ଶୁଣାଣି ହେବ।

CAA ଅଧୀନରେ ଡିସେମ୍ବର 31, 2014 କିମ୍ବା ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଆଇନର କାର୍ଯ୍ୟକାରିତାକୁ ବାରଣ କରିବାକୁ ମନା କରି ସର୍ବୋଚ୍ଚ ନ୍ୟାୟାଳୟ ଡିସେମ୍ବର 18, 2019ରେ ସମ୍ପୃକ୍ତ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ ।

ଜାନୁଆରୀ 2020ର ଦ୍ବିତୀୟ ସପ୍ତାହ ସୁଦ୍ଧା କେନ୍ଦ୍ର ସରକାର ନୋଟିସ ଜାରି କରି ଜବାବ ତଲବ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । କୋଭିଡ -19 ମହାମାରୀ ରୋକିବା ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ ଏହି ମାମଲାର ଶୁଣାଣି ହୋଇପାରିନଥିଲା । ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀଙ୍କ ମଧ୍ୟରୁ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML)ଏହାର ଆବେଦନରେ କହିଛି ଯେ ଆଇନ ସମାନତାର ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.