ETV Bharat / bharat

ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ୭୫ ପ୍ରତିଶତ ସଂରକ୍ଷଣ ରହିତାଦେଶ ରଦ୍ଦ କଲେ ସର୍ବୋଚ୍ଚ କୋର୍ଟ

author img

By

Published : Feb 17, 2022, 4:02 PM IST

ହରିୟାଣା ସରକାରଙ୍କ ସ୍ଥାନୀୟଙ୍କୁ ନିଯୁକ୍ତିରେ ୭୫ପ୍ରତିଶତ ସଂରକ୍ଷଣ ମାମଲା । ହାଇକୋର୍ଟଙ୍କ ରହିତାଦେଶକୁ ରଦ୍ଦ କଲେ ସର୍ବୋଚ୍ଚ କୋର୍ଟ । କହିଲେ ରୋକ ଲଗାଇବା ପାଇଁ ନାହିଁ ପର୍ଯ୍ୟାପ୍ତ କାରଣ । ଅଧିକ ପଢନ୍ତୁ

ହରିୟାଣା ସରକାରଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ବସ୍ତି, ହଟିଲା ୭୫ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ଉପରେ ରହିତାଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ହରିୟାଣା ସରକାରଙ୍କୁ ବଡ ଆଶ୍ବସ୍ତି । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଘରୋଇ ନିଯୁକ୍ତି କ୍ଷେତ୍ରରେ ୭୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଆଇନ ପ୍ରଣୟନ ହରିୟାଣା-ପଞ୍ଜାବ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିବା ବେଳେ ଆଜି ଏହି ସ୍ଥଗିତାଦେଶକୁ ହଟାଇ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । କିଛି ଶିଳ୍ପ ଓ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ଜଷ୍ଟିସ ଏଲ ନାଗେଶ୍ବର ରାଓଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ରଦ୍ଦ କରିଛନ୍ତି ।

ଆଜି ଶୁଣାଣି ସମୟରେ ହରିୟାଣା ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ । ହାଇକୋର୍ଟ ପର୍ଯ୍ୟାପ୍ତ କାରଣ ଓ ଉଚିତ ତର୍କ ପାଇଁ ସମୟ ନଦେଇ ମାତ୍ର ଖୁବ କମ ସମୟ ଅବଧି ବିଶିଷ୍ଟ ଶୁଣାଣି ଏପରି ରହିତାଦେଶ ଲଗାଇଥିବା କହିଥିଲେ ଆଇନଜୀବୀ ମେହେଟ୍ଟା ।

ଖଣ୍ଡପୀଠ କହିଛନ୍ତି, ସରକାର ଆଣିଥିବା ନିଯୁକ୍ତି ସଂରକ୍ଷଣ ଆଇନ ରଦ୍ଦ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ଯେଉଁ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି, ତାହାର ପର୍ଯ୍ୟାପ୍ତ କାରଣ ମଧ୍ୟ ଦର୍ଶାଯାଇନାହିଁ । ଏପରି ସ୍ଥଳେ ଆବଶ୍ୟକୀୟ ତଥା ପର୍ଯ୍ୟାପ୍ତ କାରଣ ବିନା ସରକାରଙ୍କ ନିଷ୍ପତ୍ତିକୁ ରୋକିବାର କୌଣସି କାରଣ ନାହିଁ । ହରିୟାଣାର ଖଟ୍ଟର ସରକାର ଏପରି ସଂରକ୍ଷଣ ବ୍ୟବସ୍ଥା ଆଣିବା ଫଳରେ କିଛି ଶିଳ୍ପ ସଂସ୍ଥା ଓ ଅନ୍ୟ ଘରୋଇ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ।

କଣ ଏହି ସଂରକ୍ଷଣ ଆଇନ:-

ରାଜ୍ୟରେ ଘରୋଇ କ୍ଷେତ୍ରର ନିଯୁକ୍ତିରେ ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ 75% ସଂରକ୍ଷଣ ଦେବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଥିଲେ। ହରିୟାଣା ରାଜ୍ୟ ସ୍ଥାନୀୟ ପ୍ରାର୍ଥୀ ନିଯୁକ୍ତି ଆଇନ-2020, ଚଳିତବର୍ଷ ଜାନୁଆରୀ 15 ତାରିଖରୁ ଲାଗୁ ହୋଇଥିଲା । ତେବେ ଏହି ଆଇନ ଅଧୀନରେ 10ରୁ ଅଧିକ ଲୋକ କାମ କରୁଥିବା ରାଜ୍ୟର ଶିଳ୍ପସଂସ୍ଥା ଓ ବେସରକାରୀ କମ୍ପାନୀ, ସୋସାଇଟି, ଟ୍ରଷ୍ଟ ଓ ଅନ୍ୟ ସଂସ୍ଥାଗୁଡ଼ିକରେ ନିଜ ନିଯୁକ୍ତି କ୍ଷମତାର ୭୫ ପ୍ରତିଶତ କେବଳ ରାଜ୍ୟର ଆଶାୟୀ ଶ୍ରମିକ ଓ ଅନ୍ୟମାନଙ୍କ ପାଇଁ ସଂରକ୍ଷିତ ରଖିବାର ବ୍ୟବସ୍ଥା ରହିଥିଲା ।

ଯାହାକୁ ନେଇ ବିବାଦ ଦେଖାଯିବା ସହ କିଛି ସଂସ୍ଥା ଖଟ୍ଟର ସରକାରଙ୍କ ଏହି ଆଇନ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଇନର କାର୍ଯ୍ୟକାରୀତା ଉପରେ ରହିତାଦେଶ ଲଗାଇଥିଲେ । ପରେ ହରିୟାଣା ସରକାର ସୁପ୍ରିମକୋର୍ଟରେ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରହିତାଦେଶକୁ ହଟାଇ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.