ETV Bharat / bharat

କୋଭିଡ ଭ୍ୟାକ୍ସିନ ବାଧ୍ୟତାମୂଳକ ! ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଟୀକାକରଣର ଟ୍ରାଏଲ ତଥ୍ୟ ସାର୍ବଜନିକ କରିବା ଉପରେ କେନ୍ଦ୍ରକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ଯାଚିକା । ଅଧିକ ପଢନ୍ତୁ...

author img

By

Published : Aug 9, 2021, 4:28 PM IST

କୋଭିଡ ଭ୍ୟାକ୍ସିନ ବାଧ୍ୟତାମୂଳକ ! ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
କୋଭିଡ ଭ୍ୟାକ୍ସିନ ବାଧ୍ୟତାମୂଳକ ! ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭ୍ୟାକ୍ସିନର ୨ଟି ଡୋଜ ବାଧ୍ୟତାମୂଳକକୁ ଚ୍ୟାଲେଞ୍ଜ କରି ଦାଖଲ ଯାଚିକା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ମାମଲାରେ ଟିପ୍ପଣୀ କରି ସୁପ୍ରିମକୋର୍ଟ କହିଛନ୍ତି, ସାର୍ବଜନିକ ସ୍ବାସ୍ଥ୍ୟ ତୁଳନାରେ ଜୀବନର ଅଧିକାରକୁ ପ୍ରାଥମିକତା ମିଳୁଛି କି ନାହିଁ ଏହା ଆମେ ଦେଖିବୁ । ଏହି ଦାବି ଉପରେ ସରକାରଙ୍କୁ ନିଜ ପକ୍ଷ ରଖିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ୪ ସପ୍ତାହ ପରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ ଦାବି କରାଯାଇଛି ଯେ କ୍ଲିନିକାଲ ଟ୍ରାଏଲ ପରିଣାମ ସହ ଟୀକାକରଣ ପରେ ଯେଉଁ ଟ୍ରାଏଲ କରାଯାଇଛି ଏହାର ପରିଣାମକୁ ମଧ୍ୟ ସାର୍ବଜନୀନ କରାଯାଉ । ଶିଶୁରୋଗ ବିଶେଷଜ୍ଞ ଜ୍ୟାକବ ପୁଲିୟାଲଙ୍କ ପକ୍ଷରୁ ଦାଖଲ ହୋଇଛି ଏହି ଯାଚିକା ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି ଯେ ଆମେ ଆପଣଙ୍କ ଆବେଦନକୁ ଗ୍ରହଣ କରୁଛୁ, କିନ୍ତୁ ଟୀକାକରଣ ବିଷୟରେ ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚାହୁଁନାହୁଁ । କାରଣ ଟିକା ବିଷୟରେ ପୂର୍ବରୁ ଦ୍ବନ୍ଦ ରହିଛି ତାହା ସମସ୍ୟା ସୃଷ୍ଟି କରୁଛି |

ଯେତେବେଳେ ଦେଶରେ 50 କୋଟିରୁ ଅଧିକ ଲୋକଙ୍କ ଟୀକାକରଣ ହୋଇସାରିଛି, ସେତେବେଳେ ଆପଣଙ୍କ ଏହି ଆବେଦନ ଅନ୍ୟମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିବ କି ନାହିଁ ବୋଲି କୋର୍ଟ ମନ୍ତବ୍ୟ ଦେବା ସହ ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ପଚାରିଛନ୍ତି ଯେ ଆପଣ ଟୀକାକରଣ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଚାହୁଁଛନ୍ତି କି ? ଏହା ଉପରେ ପ୍ରଶାନ୍ତ ଭୂଷଣ କହିଛନ୍ତି, ନା, ମୁଁ କହୁନାହିଁ ଯେ ଟୀକାକରଣ କାର୍ଯ୍ୟକ୍ରମ ବନ୍ଦ କରାଯାଉ। ଅଦାଲତ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି କି ଆମ ଦେଶରେ, ବିଶେଷକରି ଗ୍ରାମାଞ୍ଚଳରେ ଟୀକାକରଣକୁ ନେଇ ପୂର୍ବରୁ ଦ୍ବନ୍ଦ ରହିଆସିଛି । ତେବେ ଏହି ଆବେଦନ ପରେ ଆହୁରି ଦ୍ବନ୍ଦ ଉପୁଜିବ କି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.