ETV Bharat / bharat

ସମଲିଙ୍ଗୀ ବିବାହକୁ ମିଳିବ କି ଅନୁମତି, ସୁପ୍ରିମକୋର୍ଟ କରିବେ ଶୁଣାଣି

author img

By

Published : Nov 25, 2022, 11:06 PM IST

ସ୍ୱତନ୍ତ୍ର ବିବାହ ଆଇନ ଆଧାରରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ଏକାଧିକ ପିଟିସନ ଦାୟର ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ଏନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ନୋଟିସ କରିଛନ୍ତି। ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ସ୍ୱତନ୍ତ୍ର ବିବାହ ଆଇନ ଆଧାରରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ଏକାଧିକ ପିଟିସନ ଦାୟର ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ଏନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ନୋଟିସ କରିଛନ୍ତି।

ଆଜି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି । ସର୍ବୋଚ୍ଚ ଅଦାଲତା ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ ଶୁଣାଣି କରିବେ ।

ଆଜି(ଶୁକ୍ରବାର) କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ସମଲିଙ୍ଗୀ ବିବାହ ସମ୍ପର୍କରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଛନ୍ତି । ହାଇଦ୍ରାବାଦରେ ରହୁଥିବା ଗେ’ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗେ’ ବିବାହକୁ ମଧ୍ୟ ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ଆଣିବାକୁ ଆବେଦନ କରିଛନ୍ତି। ଏହାର ବିଚାର କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ପ୍ରସଙ୍ଗ ସହ ଜଡିତ ଏକାଧିକ ଆବେଦନ ହାଇକୋର୍ଟ ଗୁଡିକରେ ମଧ୍ୟ ଶୁଣାଣି ପାଇଁ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.