ETV Bharat / bharat

ଆମାଜନ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ବଡ ଆଶ୍ୱସ୍ତି, ଗିରଫଦାରୀରେ ସୁପ୍ରିମକୋର୍ଟଙ୍କ ରୋକ

author img

By

Published : Mar 5, 2021, 4:05 PM IST

ୱେବ ସିରିଜ ତାଣ୍ଡବର କଣ୍ଟେଣ୍ଟ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି । ଅପର୍ଣ୍ଣାଙ୍କ ଗିରଫଦାରୀରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଆମାଜନ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ବଡ ଆଶ୍ୱସ୍ତି, ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ଆମାଜନ ପ୍ରାଇମ ଇଣ୍ଡିଆର ୱେବ ସିରିଜ ତାଣ୍ଡବର କଣ୍ଟେଣ୍ଟ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି । ଅପର୍ଣ୍ଣାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଶୁଣାଣି ସମୟରେ ଓଟିଟି ପ୍ଲାଟଫର୍ମ ପାଇଁ ଅଣାଯାଇଥିବା ଗାଇଡଲାଇନ ଉପରେ ମଧ୍ୟ କୋର୍ଟ ଟିପ୍ପଣୀ କରିଛନ୍ତି ।

ଅପର୍ଣ୍ଣା ପୁରୋହିତଙ୍କ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ନିଜ ଉତ୍ତରରେ କହିଛନ୍ତି, ଓଟିଟି ପ୍ଲାଟଫର୍ମ ପାଇଁ ଗଠନ ହୋଇଥିବା ନିୟମ ନିକଟରେ ଆସିଛି । ଏଭଳି ସ୍ଥିତିରେ ଏହି ନିୟମକୁ ସେ ଖୁବଶୀଘ୍ର ଦେଖିବେ ।

ଅପର୍ଣ୍ଣାଙ୍କ ସପକ୍ଷରେ ମୁକୁଲ ରୋହତଗୀ ଏହା ମଧ୍ୟ କହିଛନ୍ତି, ସେ ଆମାଜନର ଜଣେ କର୍ମଚାରୀ । ତେବେ ଯେଉଁମାନେ ୱେବ ସିରିଜ ତିଆରି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଥିବା କହିଛନ୍ତି ରୋହତଗୀ ।

ଏହା ପୂର୍ବରୁ ଫେବୃଆରୀ 25ରେ ଆହ୍ଲାବାଦ ହାଇକୋର୍ଟ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ହିନ୍ଦୁ ଦେବାଦେବୀଙ୍କ ଅମାନଜରେ ଚିତ୍ରଣ ଓ ସିରିଜ ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ବିରୋଧରେ ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ବିରୋଧରେ ଏତଲା ଦାଏର କରିଥିଲେ ଉତ୍ତରପ୍ରଦେଶ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.