ETV Bharat / bharat

ରବିବାର ହେବ NEET, ପରୀକ୍ଷା ଘୁଞ୍ଚାଇବାକୁ ଦାଖଲ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ - NEET UG Exam 2021

NEET UG Exam 2021 ପରୀକ୍ଷା ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ ହୋଇଥିଲା । ଏହି ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ରବିବାର ହେବ NEET, ପରୀକ୍ଷା ଘୁଞ୍ଚାଇବାକୁ ଦାଖଲ ଯାଚିକା ଖାରଡଜ କଲେ ସୁପ୍ରିମକୋର୍ଟ

author img

By

Published : Sep 6, 2021, 3:36 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର 12ରେ ହେବାକୁ ଥିବା NEET ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରି ଦାଖଲ ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । NEET UG Exam 2021 ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ ହୋଇଥିଲା ।

ଯାଚିକାକର୍ତ୍ତାଙ୍କ କହିବାନୁଯାୟୀ, ସିବିଏସଏ କମ୍ପାର୍ଟମେଣ୍ଟ ପରୀକ୍ଷାକୁ ଦୃଷ୍ଟିରେ ରଖି ନିଟ୍‌ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ନିର୍ଦ୍ଧାରିତ ସମୟ ଅର୍ଥାତ ଆସନ୍ତା ରବିବାର ଏହି ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ସୁପ୍ରିମକୋର୍ଟ ନିଜ ଶୁଣାଣିରେ କହିଛନ୍ତି, ନିଟ୍‌ ପରୀକ୍ଷାରେ 16 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ହୋଇଥାନ୍ତି । କେବଳ କିଛି ଛାତ୍ରଛାତ୍ରୀଙ୍କ ଯାଚିକା ଉପରେ ପରୀକ୍ଷା ଘୁଞ୍ଚାଯାଇପାରିବ ନାହିଁ । ଜଷ୍ଟିସ ଏଏମ ଖାନୱିଲକର, ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ସିଟି ରବି କୁମାରଙ୍କ ଖଣ୍ଡପୀଠ କହିଛନ୍ତି, କୋର୍ଟ ଏହି ଯାଚିକା ଉପରେ ଶୁଣାଣି କରିପାରିବେ ନାହିଁ । ଆମେ ଅନିଶ୍ଚିତତା ସ୍ଥିତି ଚାହୁଁନାହୁଁ । ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET ପରୀକ୍ଷା 12 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ | କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 12 ଜୁଲାଇରେ ଏହି ଘୋଷଣା କରିଥିଲେ। ପ୍ରଧାନ ଟ୍ବିଟ୍ କରି କହିଥିଲେ, କୋରୋନା ଗାଇଡଲାଇନ ଅନୁପାଳନ ପୂର୍ବକ ସେପ୍ଟେମ୍ବର 12ରେ ସାରା ଦେଶରେ NEET-UG 2021 ଅନୁଷ୍ଠିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.