ETV Bharat / bharat

ଅନିଲ ଦେଶମୁଖଙ୍କୁ ଜାମିନ ମାମଲା, ଇଡି ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

author img

By

Published : Oct 12, 2022, 9:37 AM IST

ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ମାମଲା ବିରୋଧରେ ଇଡି କରିଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

supreme court rejects ed plea
ଅନିଲ ଦେଶମୁଖଙ୍କୁ ଜାମିନ ମାମଲା, ଇଡି ଆବେଦନରୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନିଲ ଦେଶମୁଖଙ୍କ ଜାମିନକୁ ବିରୋଧ କରି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଜାମିନ ମାମଲାରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଗତ 4 ତାରିଖରେ ବମ୍ବେ ହାଇକୋର୍ଟ ଅନିଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଥିଲେ ।

ଉକ୍ତ ଜାମିନ ନିର୍ଦ୍ଦେଶ ଅକ୍ଟୋବର 13ରୁ କାର୍ଯ୍ୟକାରୀ ହେବ ବୋଲି କହିଥିଲେ ହାଇକୋର୍ଟ । ଇଡି ଯଦି ଚାହିଁବ ଜାମିନ ରାୟ ବିରୋଧରେ ଉପର କୋର୍ଟରେ ଅପିଲ କରି ପାରିବ ବୋଲି ଦର୍ଶାଇଥିଲେ ହାଇକୋର୍ଟ । ଏହାରି ଭିତରେ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା ଇଡି । ଜାମିନକୁ ବିରୋଧ କରି ମାମଲାର ତୁରନ୍ତ ଶୁଣାଣି ଲାଗି ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ କରିଥିଲା । ମାତ୍ର ଇଡିର ଏହି ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧକ୍ଷତାରେ ଖଣ୍ଡପୀଠ ବସିଥିଲା ।

ଏହା ବି ପଢନ୍ତୁ...ମିଳିଲାନି ଗାଡି, ବାଇକରେ ପୁଅ ମୃତଦେହ ବୋହିଲେ ବାପା

ସୂଚନାନୁସାରେ, ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ମୁମ୍ବାଇର ବିଭିନ୍ନ ରେସ୍ତୋରାଁ ଓ ବାରରୁ ପ୍ରତିମାସରେ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାର ମାମଲା ରହିଛି । ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ତାଙ୍କ ବିରୁଦ୍ଧରେ ଏହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ହେଲେ ଦେଶମୁଖ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । କିନ୍ତୁ ବମ୍ବେ ହାଇକୋର୍ଟ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦ୍ଦେଶ ହୋଇଥିଲା ।

ଗତବର୍ଷ ଏପ୍ରିଲ 21ରେ ମାମଲା ରୁଜ୍ଜୁ ହେବା ପରେ ସେ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ପରେ ଇଡି ତଦନ୍ତ ଦାୟିତ୍ବ ପାଇଥିଲା । ଗତବର୍ଷ ନଭେମ୍ବରରେ ଇଡି ଅନିଲ ଦେଶମୁଖଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସେ ମୁ୍ମ୍ବାଇ ରୋଡ ଜେଲରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.