ETV Bharat / bharat

ଗୌରୀଙ୍କ ନିଯୁକ୍ତି ବିରୋଧ ଯାଚିକାକୁ ସୁପ୍ରିମକୋର୍ଟଙ୍କ ଖାରଜ, ଅତିରିକ୍ତ ଜଜ୍‌ ଭାବେ ନେଲେ ଶପଥ - Supreme Court on plea against appointment of judge

ଓକିଲ ଲକ୍ଷ୍ମଣଚନ୍ଦ୍ର ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନ ଖାରଜ । ଅଧିକ ପଢନ୍ତୁ

Supreme Court on judge appointment case
ଗୌରୀଙ୍କ ନିଯୁକ୍ତି ବିରୋଧ ଯାଚିକାକୁ ସୁପ୍ରିମକୋର୍ଟଙ୍କ ଖାରଜ
author img

By

Published : Feb 7, 2023, 11:30 AM IST

Updated : Feb 7, 2023, 1:00 PM IST

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିରାରପତି ଭାବେ ଲକ୍ଷ୍ମଣଚନ୍ଦ୍ର ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଯାଚିକାକୁ ଖାରଜ କରିଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧକ୍ଷତାର ଗଠିତ ଖଣ୍ଡପୀଠ ମାମାଲର ଶୁଣାଣି କରିଛନ୍ତି । ଗୌରୀଙ୍କ ନିଯୁକ୍ତିକୁ ବିରୋଧ କରି ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବେ ନାହିଁ ବୋଲି ସଫାସଫା ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ମାଡ୍ରାସ ହାଇକୋର୍ଟ ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଛନ୍ତି ଲକ୍ଷଣଚନ୍ଦ୍ର ଭିକ୍ଟୋରିଆ ଗୌରୀ ।

ଗୌରୀଙ୍କ ନାମରେ ସୁପ୍ରିମକୋର୍ଟଙ୍କ ସୁପାରିଶ ପରେ ଚୂଡାନ୍ତ ଅନୁମୋଦନ ଦେଇଥିଲେ କେନ୍ଦ୍ର ସରକାର । ଗୌରୀଙ୍କ ନିଯୁକ୍ତି ବିରୋଧ ମାମଲା କାଠଘଡାରେ ପହଞ୍ଚିଥିଲା ଓ ଏହାର ଶୁଣାଣି ସୁପ୍ରିମକୋର୍ଟ 10 ତାରିଖରେ କରିବାକୁ ସମୟ ନିର୍ଦ୍ଧାରିତ ହୋଇଥିଲା । ମାତ୍ର ଗୌରୀ ଆଜି ଶପଥ ନେବାର କିଛି ସମୟ ପୂର୍ବରୁ ଦାଖଲ ହୋଇଥିବା ପିଟିସନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାପରେ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିରାରପତି ଭାବେ ଶପଥ ନେଇଛନ୍ତି ଲକ୍ଷ୍ମଣଚନ୍ଦ୍ର ଭିକ୍ଟୋରିଆ ଗୌରୀ ।

ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ହିଁ ଆଡଭୋକେଟ ଗୌରୀଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବା ଲାଗି ସରକାରଙ୍କୁ ତାଙ୍କ ନାମ ସୁପାରିସ କରିଥିଲେ । ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ଓକିଲମାନେ ଗୌରୀଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ । ପ୍ରାୟ 22 ଜଣ ଓକିଲ ଏ ସମ୍ପର୍କରେ ରାଷ୍ଟ୍ରପତି ଓ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ ।

ଏହା ବି ପଢନ୍ତୁ...ବିବାଦୀୟ ଆଇନଜୀବୀ ଏଲସିଭି ଗୌରୀଙ୍କୁ ବିଚାରପତି ନିଯୁକ୍ତି ମାମଲା: କାଲି ସୁପ୍ରିମକୋର୍ଟରେ ଶୁଣାଣି

କର୍ଣ୍ଣାଟକ ବାର ଆସୋସିଏସନର କିଛି ସଦସ୍ୟ ଆଇନଜୀବୀ ଗୌରୀଙ୍କୁ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ନେଇ କଲେଜିୟମ କରିଥିବା ସୁପାରିଶକୁ ପୁଣି ଥରେ ସମୀକ୍ଷା କରିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଗୌରୀ ଇସଲାମ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିରୋଧରେ କଠୋର ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଗୌରୀ ଦୁଇ ନିର୍ଦ୍ଦିଷ୍ଟ ଧର୍ମକୁ ପ୍ରତ୍ୟେକ୍ଷ ଆତଙ୍କବାଦ ସହ ତୁଳନା କରିଥିବା ନେଇ ମଧ୍ୟ ଅଭିଯୋଗ ରହିଛି ।

Last Updated : Feb 7, 2023, 1:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.