ETV Bharat / bharat

ସାହିନବାଗ ଉଚ୍ଛେଦ ମାମଲାର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ - ସହିନବାଗ ମାମଲା ଶୁଣାଣି କରିବେ ନାହିଁ ସର୍ବୋଚ୍ଚ କୋର୍ଟ

ସାହିନବାଗ ଉଚ୍ଛେଦ ମାମଲାରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ । ପୀଡିତଙ୍କ ବଦଳରେ କୋର୍ଟରେ କାହିଁକି ଦ୍ବାରସ୍ଥ ହୋଇଛନ୍ତି ରାଜନୈତିକ ଦଳ ବୋଲି କଲେ ପ୍ରଶ୍ନ । ଅନ୍ୟପଟେ ଉଚ୍ଛେଦ ପରିବର୍ତ୍ତେ ଫେରିଆସିଲା ବୁଲଡୋଜର । ନିଜେ ଉଚ୍ଛେଦ ନେଇ ସହମତି ପ୍ରକାଶ କଲେ ବ୍ୟବସାୟୀ । ଅଧିକ ପଢନ୍ତୁ

ସାହିନବାଗ ମାମଲାର ଶୁଣାଣି କରିବାକୁ ମନା କଲେ ସର୍ବୋଚ୍ଚ କୋର୍ଟ

author img

By

Published : May 9, 2022, 4:11 PM IST

ନୂଆଦିଲ୍ଲୀ: ସାହିନବାଗରେ ଜବରଦଖଲ ଉଚ୍ଛେଦ ଡ୍ରାଇଭ ଜାରି ରହିଥିବାବେଳେ ଏହାକୁ ଅସିଦ୍ଧ ଘୋଷଣା କରିବା ପାଇଁ ଦାଏର ମାମଲାର ଶୁଣାଣି କରିବା ପାଇଁ ମନା କରି ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ପୀଡିତଙ୍କ ପରିବର୍ତ୍ତେ ରାଜନୈତିକ ଦଳମାନେ କାହିଁକି ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । CPIM ଦ୍ବାରା ଏହି ଉଚ୍ଛେଦକୁ ବେଆଇନ ବୋଲି ଦର୍ଶାଯିବା ସହ ଅବୈଧ ଘୋଷଣା କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ଆବେଦନ ଦାଏର ହୋଇଥିଲା ।

ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଦେଶବ୍ୟାପୀ ଜବରଦଖଲ ବିରୋଧରେ ଜାରି ରହିଥିବା ଉଚ୍ଛେଦ ଅଭିଯାନକୁ କୋର୍ଟ ବାରଣ କରିନାହାନ୍ତି । ଦିଲ୍ଲୀର ସାହିନବାଗ ଅଞ୍ଚଳରେ ଜାରି ରହିଥିବା ଉଚ୍ଛେଦ ଅଭିଯାନ ଆବାସିକ ଅଟ୍ଟାଳିକା ନୁହେଁ ବରଂ ରାସ୍ତା ପାର୍ଶ୍ବରେ ହୋଇଥିବା ଜବରଦଖଲକୁ ହଟାଇ ଯୋଗାଯୋଗକୁ ସ୍ବାଭାବିକ କରିବା ପାଇଁ ଆରମ୍ଭ ହୋଇଛି । କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ (ସିପିଆଇଏମ) ଏହି ଉଚ୍ଛେଦକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା । କୋର୍ଟ କହିଛନ୍ତି, ଘଟଣାରେ ପ୍ରଭାବିତ ହୋଇଥିବା କୌଣସି ପୀଡିତ ପକ୍ଷ କୋର୍ଟଙ୍କ ଦ୍ବାରସ୍ଥ ହୋଇନାହାନ୍ତି । ଅନ୍ୟପଟେ ସିପିଆଇଏମ କାହିଁକି କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ।

ଆଉ ଏକ ଘଟଣାକ୍ରମରେ ଉଚ୍ଛେଦ ପାଇଁ ଯାଇଥିବା ବୁଲଡୋଜର ମଧ୍ୟ ଫେରିଆସିଛି । ସେଠାରେ କିଛି ବ୍ୟବସାୟୀ ପ୍ରଥମେ ଏହାକୁ ବିରୋଧ କରିଥିଲେ । ପରେ ସେମାନେ ରାସ୍ତା ଉପରୁ ସେମାନଙ୍କ ଜବରଦଖଲ ଦୋକାନ ଓ ଅନ୍ୟାନ୍ୟ ନିର୍ମାଣ ନିଜେ ଉଠାଇ ନେବାକୁ ସହମତି ପ୍ରକାଶ କରିବା ପରେ ବୁଲଡୋଜର ଲଗାଇ ଉଚ୍ଛେଦ କରିବା ଆବଶ୍ୟକ ପଡିନାହିଁ । ଫଳରେ ନଗର ନିଗମ କର୍ତ୍ତୃପକ୍ଷ ବୁଲଡୋଜର ସହ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.