ETV Bharat / bharat

Sedition Law: ଦେଶଦ୍ରୋହ ଆଇନ୍ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ଜୁଲାଇରେ ପରବର୍ତ୍ତୀ ଶୁଣାଣି

author img

By

Published : May 11, 2022, 1:06 PM IST

ଦେଶଦ୍ରୋହ ଆଇନ୍‌ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଆଉ ବ୍ୟବହାର ହୋଇପାରିବନି ଏହି ଆଇନ୍‌। ପୁନର୍ବିଚାର ଯାଏ ଦେଶଦ୍ରୋହ ଆଇନ୍‌ ତଥା ଆଇପିସିର ୧୨୪(କ) ଜରିଆରେ କୌଣସି ନୂଆ ମାମଲା ରୁଜୁ ମଧ୍ୟ କରାଯିବ ନାହିଁ ବୋଲି ଆଜି (ବୁଧବାର) ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି । ଅଧିକ ପଢନ୍ତୁ

ଦେଶଦ୍ରୋହ ଆଇନ୍‌ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ୍‌ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଆଉ ବ୍ୟବହାର ହୋଇପାରିବନି ଏହି ଆଇନ୍‌। ପୁନଃର୍ବିଚାର ଯାଏ ଦେଶଦ୍ରୋହ ଆଇନ୍‌ ତଥା ଆଇପିସିର ୧୨୪(କ) ଜରିଆରେ କୌଣସି ନୂଆ ମାମଲା ରୁଜୁ ମଧ୍ୟ କରାଯିବ ନାହିଁ ବୋଲି ଆଜି (ବୁଧବାର) ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି । ଏଥି ସହିତ ବିଚାରାଧୀନ ମାମଲାଗୁଡ଼ିକରେ ସ୍ଥିତାବସ୍ଥା ବଜାୟ ରଖାଯିବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କେନ୍ଦ୍ର ଦେଶଦ୍ରୋହ ଆଇନ ଉପରେ ପୁନଃର୍ବିଚାର ନକରିବା ଯାଏଁ ଆଇନ ଉପରେ ରୋକ ଲଗାଇଛନ୍ତି ଏସସି ।

ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ବିଚାରଧୀନ ଅଛନ୍ତି ସେମାନେ ଉପଯୁକ୍ତ କୋର୍ଟରେ ଜାମିନ ଆବେଦନ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏହି ଆଇନ ଉପରେ କେନ୍ଦ୍ର ସରକାର ପୁନଃର୍ବିଚାର କରିବେ ବୋଲି ଚିଫ ଜଷ୍ଟିସ୍‌ କହିଛନ୍ତି । ଆସନ୍ତା ଜୁଲାଇ ତୃତୀୟ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବୁଧବାର ସୁପ୍ରିମକୋର୍ଟରେ ଦେଶଦ୍ରୋହ ଆଇନ୍‌ର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ ଦେବା ମାମଲାର ଶୁଣାଣି କରିଥିଲେ ।

ଏହି ଆଇନର ପୁନଃର୍ବିଚାର ଓ ପୁନଃ ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ରାଜଦ୍ରୋହ ଆଇନର ଧାରା ୧୨୪ ଏର ବୈଧତା ଉପରେ ପୁନର୍ବାର ବିଚାର କରାଯିବ । ଗତକାଲି ମଧ୍ୟ ଏହି ମାମଲାରେ ଶୁଣାଣି ହୋଇଥିଲା । ଦେଶରେ ଲାଗୁ ହେଉଥିବା ଦେଶଦ୍ରୋହ ଆଇନ ଉପରେ ନିଜର ମତ ସ୍ପଷ୍ଟ କରିବାକୁ ବୁଧବାର ଯାଏଁ କେନ୍ଦ୍ର ସରକାରଙ୍କୁ ସମୟ ଦେଇଥିଲେ ସୁପ୍ରିମକୋର୍ଟ ।

ସୂଚନା ମୁତାବକ, ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ଦେଶଦ୍ରୋହ ଆଇନ ଉପରେ ଶୁଣାଣି କରୁଛନ୍ତି । ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଏନ୍‌ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.