ETV Bharat / bharat

Manipur Viral Video: ସୁପ୍ରିମକୋର୍ଟ ପହଞ୍ଚିଲେ ପୀଡିତା, ଆଜି ହେବ ଶୁଣାଣି

author img

By

Published : Jul 31, 2023, 10:41 AM IST

ମଣିପୁରରେ ଦୁଇ ଯୁବତୀଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ବୁଲାଇବା ଘଟଣା । ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ପୀଡିତା । ଆଜି ଏହି ମାମଲାର ଶୁଣାଣି କରିବେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ଏଧିକ ପଢନ୍ତୁ

Manipur Incident
Manipur Incident

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେଲେ ମଣିପୁରରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ଦୁଇ ପୀଡିତା । ଉଭୟଙ୍କ ପରିଚୟ ଲୁଚାଇ ରଖାଯିବାକୁ କୋର୍ଟରେ ଆବେଦନ କରିଛନ୍ତି । ଯାଚିକା ଦାଖଲ କରି ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ଗୁହାରି କରିଛନ୍ତି । ଏହି ଭିଡିଓ ଭାଇରାଲ ଘଟଣାରେ ପୀଡିତା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଆଜି ମାମଲାର ଶୁଣାଣି କରିବେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ।

ଏହା ମଧ୍ୟ ପଢନ୍ତୁ-Manipur violence: ରାଜ୍ୟପାଳଙ୍କୁ ‘ଇଣ୍ଡିଆ’ ପ୍ରତିନିଧି ଟିମ୍‌ର ସ୍ମାରକପତ୍ର, ମୋଦିଙ୍କ ନୀରବତାକୁ ସମାଲୋଚନା

ମାମଲାର ତଦନ୍ତ କରୁଛି ସିବିଆଇ: ଗତ ମେ’ 4ରେ ମଣିପୁରରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ସଡକଠୁ ସଂସଦ ସବୁଠୁ ମଣିପୁର ଲଜ୍ଜାକୁ ନେଇ ଚର୍ଚ୍ଚା ଲାଗି ରଡିଛି । ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ଅଡି ବସିଛନ୍ତି ସାଧାରଣ ଜନତା । ଏହି ଘଟଣାରେ ପୋଲିସ 7 ଅଭିଯୁକ୍ତଙ୍କୁ ବାନ୍ଧି ସାରିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି ସିବିଆଇ ।

ଏହା ମଧ୍ୟ ପଢନ୍ତୁ-ମଣିପୁର ହିଂସା ପଛରେ ଚୀନର ଭୂମିକାକୁ ଏଡାଇ ହେବନାହିଁ: ପୂର୍ବତନ ସ୍ଥଳସେନା ମୁଖ୍ୟ

ମଣିପୁର ଗସ୍ତ କରି ଫେରିଲେ ବିରୋଧି ମେଣ୍ଟର ସାଂସଦ: ଶନିବାର ଦୁଇଦିନିଆ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିଥିଲେ ନବଗଠିତ ‘ଇଣ୍ଡିଆ’ ମେଣ୍ଟର 21ଜଣିଆ ପ୍ରତିନିଧି ମଣ୍ଡଳୀ । ରବିବାର ରାଜ୍ୟପାଳ ଅନସୂୟା ୟୁକେଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦଙ୍ଗା ପ୍ରଭାବିତ ଲୋକଙ୍କୁ ତୁରନ୍ତ ପୁନଃ ଥଇଥାନ କରିବା ସହ ହିଂସା ରୋକିବା ଦିଗରେ ରାଜ୍ୟ ସରକାର ତ୍ବରାନ୍ବିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ। ସେହିପରି ବିରୋଧୀ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ନେଇ ମଧ୍ୟ ଆଲୋଚନା କରିଥିଲେ । ମଣିପୁରର ଚୁରାଚାନ୍ଦପୁର, ମୋଇରାଙ୍ଗ ଏବଂ ଇମ୍ଫାଲରେ ରିଲିଫ ଶିବିର ଯାଇ ପୀଡିତଙ୍କୁ ଭେଟିବା ପରେ ଦୁଇ ଦିନିଆ ଗସ୍ତ ଶେଷ କରି ଦିଲ୍ଲୀ ଫେରି ଆସିଛନ୍ତି ବିରୋଧି ମେଣ୍ଟର ସାଂସଦ ।

ଜୁଲାଇ 20ରୁ ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଣିପୁରର ଦୁଇ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ପୁରା ଦେଶରେ ମଣିପୁର ପ୍ରସଙ୍ଗରେ ଉଦବେଗ ପ୍ରକାଶ ପାଇଥିଲା । ମୌସୁମୀ ଅଧିବେଶନ ଆରମ୍ଭ ହେବାପରେ ଏହି ପ୍ରସଙ୍ଗରେ ବିରୋଧୀ ଉଭୟ ଗୃହରେ ହୋହଲ୍ଲା ଜାରି ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.