ETV Bharat / bharat

ବଙ୍ଗ ହିଂସା ମାମଲା: ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : May 18, 2021, 4:08 PM IST

ବିଧାନସଭା ନିର୍ବାଚନ ପରେ ଟିଏମସି ସମର୍ଥକଙ୍କ ଦ୍ବାରା ବିଜେପି କର୍ମୀଙ୍କ ହତ୍ୟା ମାମଲାରେ ଏସଆଇଟି/ସିବିଆଇ ଯାଞ୍ଚ ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ରିଟ୍‌ ପିଟିସନ । ମମତା ବାନାର୍ଜୀଙ୍କ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଝଟକା । ଅଧିକ ପଢନ୍ତୁ...

ବଙ୍ଗ ହିଂସା ମାମଲା: ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ
ବଙ୍ଗ ହିଂସା ମାମଲା: ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

କୋଲକାତା: ପଶ୍ଚିମବଙ୍ଗ ହିଂସାକୁ ନେଇ ମମତା ବାନାର୍ଜୀଙ୍କ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଝଟକା । ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ପଠାଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଟିଏମସି ସମର୍ଥକଙ୍କ ଦ୍ବାରା ବିଜେପି କର୍ମୀଙ୍କ ହତ୍ୟା ମାମଲାରେ ଏସଆଇଟି/ସିବିଆଇ ଯାଞ୍ଚ ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ରିଟ୍‌ ପିଟିସନ ।

ମାମଲାରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ମଙ୍ଗଳବାର ଏହି ମାମଲାରେ କୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଦିବଙ୍ଗତ ବିଜେପି କାର୍ଯ୍ୟକର୍ତ୍ତା ଅଭିଜୀତ ସରକାରଙ୍କ ଭାଇ ବିଶ୍ବଜୀତ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରାଯାଇଥିଲା । ଏହା ଉପରେ ଶୁଣାଣି କରିଛନ୍ତି କୋର୍ଟ । ପଶ୍ଚିମବଙ୍ଗ ହିଂସା ସମୟରେ ଟିଏମସି କର୍ମୀ ଅଭିଜିତ ସରକାରଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ମେ 2ରେ ତୃଣମୂଳ କଂଗ୍ରେସ କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିବା ପରେ ପଶ୍ଚିମବଙ୍ଗରେ ହୋଇଥିବା ବ୍ୟାପକ ହିଂସାର ଯାଞ୍ଚ ପାଇଁ ଯାଚିକାରେ ଦାବି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.