ETV Bharat / bharat

Bilkis Bano plea: ଆଜି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

ଗୁଜୁରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା । ଦୋଷୀଙ୍କୁ ଛାଡ ବିରୋଧରେ କରାଯାଇଥିବା ଆବେଦନର ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ । ଅଧିକ ପଢନ୍ତୁ

Bilkis Bano plea
Bilkis Bano plea
author img

By

Published : Dec 13, 2022, 10:41 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁଜୁରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା (Bilkis Bano gang rape case)। 11 ଦୋଷୀଙ୍କୁ ଛାଡ ବିରୋଧରେ କରାଯାଇଥିବା ଆବେଦନର ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିରେ ଏହି 11 ଦୋଷୀଙ୍କୁ ଜେଲରୁ ଖଲାସ କରାଯାଇଥିବା ବେଳେ ଏହାକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ମାମଲା ଦାଖଲ ହୋଇଥିଲା । ଏହା ବିରୋଧରେ ନଭେମ୍ବର 30 ତାରିଖରେ ବାନୋ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଆଜି ହେବାକୁ ଯାଉଛି ।

ଦୁଷ୍କର୍ମୀମାନଙ୍କୁ ଜେଲରୁ ଛଡାଯିବା ପରେ କିଛି ନିର୍ଦ୍ଦିଷ୍ଟ ଧର୍ମର ସଂଗଠନ ସେମାନଙ୍କୁ ସ୍ବାଗତ କରିଥିଲେ । ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା ମଧ୍ୟ କରାଯାଇଥିଲା । ଜଣେ ଦୋଷୀ କରିଥିବା କ୍ଷମା ଆବେଦନ ନେଇ ବିଚାର କରିବାକୁ ସର୍ବୋଚ୍ଚ କୋର୍ଟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 1992 କ୍ଷମାନୀତି (1992 remission policy) ଆଧାରରେ ଗୁଜୁରାଟ ସରକାର ଏହି ଆବେଦନର ନିଷ୍ପତ୍ତି ନେଇ ପାରିବେ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଗୁଜୁରାଟ ସରକାର ସମସ୍ତ 11 ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ଦୁଖଃପ୍ରକାଶ କରିଥିଲେ ବାନୋ ।

ଏହା ମଧ୍ୟ ପଢନ୍ତୁ-LACରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ, ଜରୁରୀକାଳୀନ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ

2002 ଗୋଧ୍ରା ଦଙ୍ଗା ସମୟରେ ପରିବାର ସଦସ୍ୟଙ୍କୁ ହତ୍ୟା ଓ ଗଣଦୁଷ୍କର୍ମର ଶିକାର ହୋଇଥିଲେ ବିଲକିସ ବାନୋ । ଏହି ଘଟଣାରେ 2008ରେ 11 ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ତେବେ 14 ବର୍ଷ ସଜ୍ଜା କାଟିବା ପରେ ସେମାନଙ୍କ ଆଚରଣରେ ସୁଧାର ଆସିବା ଦର୍ଶାଇ ଏମାନଙ୍କୁ ଜେଲରୁ ଖଲାସ କରିବାକୁ ଗୁଜୁରାଟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.