ETV Bharat / bharat

ଆଜି ସୁପ୍ରିମକୋର୍ଟରେ ଅନିଲ ଦେଶମୁଖ ଆବେଦନର ଶୁଣାଣି

author img

By

Published : Apr 8, 2021, 9:42 AM IST

Updated : Apr 8, 2021, 11:32 AM IST

ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଯାଚିକାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଦେଶମୁଖ । ଅଧିକ ପଢନ୍ତୁ...

ଆଜି ସୁପ୍ରିମକୋର୍ଟରେ ଅନିଲ ଦେଶମୁଖ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଯାଚିକାର ଶୁଣାଣି ହେବ । ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଦେଶମୁଖ ।

ପୂର୍ବରୁ ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଭଷ୍ଟ୍ରାଚାର ମାମଲାରେ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ବମ୍ବେ ହାଇକୋର୍ଟ । ହେଲେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଅନିଲ ।

ସୂଚନା ଥାଉକି, ଅନିଲ ଦେଶମୁଖ ସଚିନ ୱାଜେଙ୍କୁ ମୁମ୍ବାଇରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଟାର୍ଗେଟ ଦେଇଥିବା ଅଭିଯୋଗ ଆଣିଥିଲେ ପରମବୀର । ପରେ ଏହି ମାମଲରେ ପରମବୀର ସିଂହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ମାର୍ଚ୍ଚ ୨୫ ତାରିଖରେ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ନେଇ କୋର୍ଟରେ ଆବେଦନ କରିଥିଲେ। ବମ୍ବେ କୋର୍ଟ ଏହି ମାମଲାର ଶୁଣାଣି କରି ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅନିଲ ଦେଶମୁଖ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2021, 11:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.