ନୂଆଦିଲ୍ଲୀ: କେରଳର ସାମ୍ବାଦିକ ସିଦ୍ଦିକ୍ କପ୍ପନଙ୍କୁ 5 ଦିନିଆ ଅନ୍ତରୀଣ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ନିଜର ଅସୁସ୍ଥ ମା’କୁ ଦେଖାକରିବାକୁ ଯିବା ପାଇଁ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଏହି ସମୟରେ ସେ କୌଣସି ସାକ୍ଷାତକାର କିମ୍ବା ଲୋକଙ୍କୁ ଭେଟି ପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ଏହା ସହ ଉତ୍ତରପ୍ରଦେଶ ପୋଲିସ ତାଙ୍କୁ କେରଳ ନେବା ସହିତ ତାଙ୍କ ସହିତ ରହିବ । ତାଙ୍କ ଘରେ ମଧ୍ୟ ସୁରକ୍ଷାକର୍ମୀ ନିୟୋଜିତ ରହିବେ । କିନ୍ତୁ ମା’ଙ୍କୁ ସାକ୍ଷାତ ସମୟରେ କୌଣସି ପୋଲିସ ଅଧିକାରୀ ସେଠାରେ ରହିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।
ଅନ୍ୟପଟେ ପରିବାରର ଅନ୍ୟ ଲୋକଙ୍କୁ ସେ ଭେଟି ପାରିବେ ନାହିଁ କିମ୍ବା କୌଣସି ଡାକ୍ତରଙ୍କୁ ମଧ୍ୟ ସାକ୍ଷାତ କରିପାରିବେ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି । ସୂଚନାଥାଉକି, କେରଳର ଏହି ସାମ୍ବାଦିକଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗତବର୍ଷ ଗିରଫ କରିଥିଲା । ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଆସୁଥିବା ସମୟରେ ତାଙ୍କୁ ପୋଲିସ ଗିରଫ କରିଥିଲା ।
ପିଏଫଆଇ(ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ) ସହିତ ସମ୍ପର୍କ ଥିବା ଦର୍ଶାଇ ପୋଲିସ ସାମ୍ବାଦିକଙ୍କ ସହିତ ତିନି ଜଣଙ୍କୁ ଗିରଫ କରିଥିଲା ।
@ANI