ETV Bharat / bharat

ସୁପ୍ରିମକୋର୍ଟ 73ବର୍ଷ ଇତିହାସରେ ପ୍ରଥମ: ଆଧୁନିକ ଡିଜାଇନରେ କୋର୍ଟ ରୁମ ସହ ମାଗଣା WIFI - ସୁପ୍ରିମକୋର୍ଟରେ ମାଗଣା ଇଣ୍ଟରନେଣ୍ଟ ସେବା

ଗ୍ରୀଷ୍ମକାଳୀନ ଅବକାଶ ପରେ ପେପରଲେସ ସହ ଆଧୁନିକ ଡିଜାଇନର କୋର୍ଟରୁମ ସହିତ ସୁପ୍ରିମକୋର୍ଟ ଖୋଲିଛି । ମାଗଣା ଇଣ୍ଟରନେଟ ସେବା ସହ ଅନ୍ୟାନ ସୁବିଧା ଉପଲବ୍ଧ ହୋଇଛି । ଅଧିକ ପଢନ୍ତୁ

supreme court
green courtrooms opened at supreme court
author img

By

Published : Jul 3, 2023, 1:17 PM IST

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟର କୋର୍ଟ ରୁମରେ ରହିବ ନୂଆ ବ୍ୟବସ୍ଥା । ଟେକ୍ନୋଲୋଜି ସହ ନୂତନ ଡିଜାଇନ ଗ୍ରୀନ କୋର୍ଟରୁମ ଖୋଲା ଯାଇଛି । 73ବର୍ଷ ସୁପ୍ରିମକୋର୍ଟ ଇତିହାସରେ ଦେଶର ପ୍ରଧାନବିଚାରପତିଙ୍କ କୋର୍ଟ ରୁମଙ୍କ ସମେତ ଅନ୍ୟ ଦୁଇ ବରିଷ୍ଠ ବିଚାରପତିଙ୍କ କୋର୍ଟରୁମରେ ରହିବ ସ୍ବତନ୍ତ୍ର ବ୍ୟବସ୍ଥା । ଗ୍ରୀଷ୍ମ ଅବକାଶ ପରେ ପେପରଲେସ, ଟେକ୍ନୋଲୋଜି ସହ ଓକିଲ ଓ ମକଦ୍ଦମାକାରୀ ଏବଂ ଅନ୍ୟମାନଙ୍କ ପାଇଁ ମାଗଣା ୱାଇଫାଇ ସେବା ସହ ଆଜିଠୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି ।

ଆଧୁନିକ ଡିଜାଇନରେ କୋର୍ଟ ରୁମ: ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଘୋଷଣା କରିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟରେ ମାଗଣା ଇଣ୍ଟରନେଟ ସେବା ଉପଲବ୍ଧ ରହିଛି । କୋର୍ଟ 1-5ରେ ମାଗଣା ୱାଇଫାଇ ରହିଛି । ଖୁବଶୀଘ୍ର ଏହା ବାର ରୁମରେ ମଧ୍ୟ ଉପଲବ୍ଧ ହେବ । ଯଦିଓ ପେପରଲେସ କରାଯାଇଛି ତାର ଅର୍ଥ ନୁହେଁ ଯେ ପେପର ଓ ପୁସ୍ତକ ଉପରେ ନିର୍ଭର କରାଯିବ ନାହିଁ । ଶୀର୍ଷ କୋର୍ଟର କୋର୍ଟରୁମରେ ଭବିଷ୍ୟତକୁ ଆଖି ଆଗରେ ରଖି ବର୍ତ୍ତମାନ ବିଭିନ୍ନ ଟେକ୍ନାଲୋଜିର ବ୍ୟବହାରରେ ମର୍ଡନ ଡିଜାଇନ କରାଯାଇଛି । କୋର୍ଟ ରୁମର ଅଧିକ ସ୍କ୍ରିନ ସହିତ ଅରଗ୍ରେଡେଡ ଭିଡିଓ କନଫରେନ୍ସିଂ ସୁବିଧା ରହିଛି । ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଇ-ଫାଇଲର ଅଂଶ ଭଳି କୋର୍ଟକୁ ଆସୁଥିବା ସମସ୍ତେ ଏହି ସୁବିଧା ପାଇ ପାରିବେ । କୋର୍ଟ ପରିସରରେ ଏଲଇଡି ଭିଡିଓ ୱାଲ ସ୍ଥାପନା କରାଯାଇଛି ।''

ଏହା ବି ପଢନ୍ତୁ...Article 142: ସମ୍ବିଧାନର ସ୍ବତନ୍ତ୍ର ଅନୁଚ୍ଛେଦ, ଯାହାକୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ବ୍ୟବହାର କଲେ ସୁପ୍ରିମକୋର୍ଟ

ଏହା ବି ପଢନ୍ତୁ...BBC Documentry: ବିସିସି ଡକ୍ୟୁମେଣ୍ଟାରୀ ରୋକ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

କୋର୍ଟରେ ମାଗଣା WIFI: ଏହା ବ୍ୟତୀତ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲ, ମକଦ୍ଦମାକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ ଲୋକଙ୍କ ପାଇଁ ମାଗଣା ୱାଇଫାଇ ବା ଇଣ୍ଟରନେଟ ସୁବିଧା ରହିଛି । ବର୍ତ୍ତମାନ ପାଇଁ ଏହି ସୁବିଧା ପ୍ରଧାନବିଚାରପତିଙ୍କ କୋର୍ଟ ଯଥା କୋର୍ଟ ନମ୍ବର 2ରୁ 5 ସମେତ କରିଡର ଏବଂ ପ୍ଲାଜା ସହ ପ୍ରତୀକ୍ଷା ସ୍ଥାନ, କ୍ୟାଣ୍ଟିନରେ ଉପଲବ୍ଧ ହୋଇଛି । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଏହି ସମସ୍ତ ସୁବିଧା କୋର୍ଟ ସଂଲଗ୍ନ ଅଞ୍ଚଳ ଯେପରି ବାର ଲାଇବ୍ରେରୀ-1, ମହିଳା ବାର ରୁମ ଆଦିରେ ଉପଲବ୍ଧ ହେବ । ସୁପ୍ରିମକୋର୍ଟ ପରିସରରେ ଉପଲବ୍ଧ ହୋଇଥିବା ଏହି ସେବା କୋର୍ଟ ଆସୁଥିବା ସମସ୍ତଙ୍କୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.