ETV Bharat / bharat

Parliament Row: ସୁପ୍ରିମକୋର୍ଟରେ ସଂସଦ ଭବନ ଉଦଘାଟନ ମାମଲା ଖାରଜ - ନୂଆ ସଂସଦ ଭବନ ବିବାଦ

ସଂସଦ ଭବନ ଉଦଘାଟନ ସମ୍ପର୍କିତ ଜନସ୍ବାର୍ଥ ମାମଲା ଖାରଜ । ଆବେଦନକାରୀଙ୍କୁ ଭତ୍ସନା କଲେ କୋର୍ଟ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟରେ ସଂସଦ ଭବନ ଉଦଘାଟନ ମାମଲା ଖାରଜ

author img

By

Published : May 26, 2023, 1:34 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦଘାଟନକୁ ବିରୋଧି କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଖାରଜ ହୋଇଛି । ଆଜି (ଶୁକ୍ରବାର) ସର୍ବୋଚ୍ଚ ଅଦାଲତ ସଂସଦ ଭବନ ସମ୍ପର୍କିତ ଏହି ମାମଲାକୁ ଖାରଜ କରିଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ ସଂସଦ ଭବନର ଉଦଘାଟନ କରନ୍ତୁ ଅପିଲ୍ କରି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟର ଆଇନଜୀବୀ ଜୟା ସୁକିନ ଏହି ପିଆଇଏଲ ଦାଖଲ କରିଥିଲେ । ହେଲେ କୋର୍ଟ ଏହାକୁ ଖାରଜ କରିବା ସହ ଏଥିପାଇଁ ଓଲଟା ଆବେଦନକାରୀଙ୍କୁ ଭର୍ସନା କରିଛନ୍ତି ।

ସୁପ୍ରିମକୋର୍ଟ ବେଞ୍ଚ ମାମଲା ଖାରଜ କରି କହିଛନ୍ତି, ଆମେ ଜାଣୁ ଆପଣ କାହିଁକି ଏମିତି ପିଟିସନ ଦାଖଲ କରନ୍ତି ଏବଂ ଆମେ ଏହା ଉପରେ ବିଚାର କରିବାକୁ ଇଚ୍ଛୁକ ନୁହେଁ । କୃତଜ୍ଞ ରୁହନ୍ତି ଯେ, ଏଥିପାଇଁ ଆପଣଙ୍କ ଉପରେ କୌଣସି ଜରିମାନା ଲାଗୁ କରିନୁ ।

ପ୍ରକାଶଥାଉ କି, ସଂସଦ ଭବନ ଉଦଘାଟନକୁ ଆଉ ଦୁଇଟା ଦିନ ବାକି ଥିବାବେଳେ ବିବାଦ ମଧ୍ୟରେ ସର୍ବୋଚ୍ଚ ଅଦାଲତର ଆଇନଜୀବୀ ଜୟା ସୁକିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନକୁ ବିରୋଧ କରି ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ସେ କହିଥିଲେ ଯେ, ରାଷ୍ଟ୍ରପତି, ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ । କିନ୍ତୁ ସଂସଦ ଭବନର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁଙ୍କୁ ନିମନ୍ତ୍ରିତ କରାନଯିବା ଦ୍ବାରା ସମ୍ବିଧାନ ନିୟମର ଉଲ୍ଲଘଂନ କରାଯାଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରିବା ପାଇଁ ଲୋକସଭା ସଚିବାଳୟକୁ ନିର୍ଦ୍ଦେଶ ଦେବାକୁ ପିଆଇଏଲରେ ଅପିଲ କରିଥିଲେ ।

ଏହାମଧ୍ୟ ପଢନ୍ତୁ: New Parliament Inauguration: ପୁରୁଣା ସଂସଦଠୁ କେତେ ଭିନ୍ନ ନୂଆ ସଂସଦ ? ଜାଣନ୍ତୁ ପାର୍ଥକ୍ୟ

ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନ ହେବାକୁ ଯାଉଛି । କିନ୍ତୁ ଯେତିକି ସମୟ ପାଖଉଛି, ବିରୋଧ ସେତିକି ତେଜିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଉଦଘାଟନକୁ ବିରୋଧ କରି କଂଗ୍ରେସ, ଆପ୍, ଟିଏମସି, ଡିଏମକେ, ଏନସି ସମେତ ୨୦ରୁ ଅଧିକ ବିରୋଧି ଦଳ ଉଦଘାଟନୀ ସମାରୋହ ବର୍ଜନ କରିବାକୁ ଘୋଷଣା କରିଛନ୍ତି । ଏହି ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟର ଆଇନଜୀବୀ ଜୟା ସୁକିନ ଜନସ୍ବାର୍ଥ ମାମଲା କରିଥିଲେ । ସୁପ୍ରିମକୋର୍ଟ କ'ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ହେଲେ କୋର୍ଟ ମାମଲା ଖାରଜ କରିବା ସହ ଓଲଟା ଆବେଦନକାରୀଙ୍କୁ ଭର୍ସନା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.