ETV Bharat / bharat

Delhi Excise policy scam: ସିସୋଦିଆଙ୍କ ଭୂମିକା ସନ୍ଦେହଜନକ, ବେଲ୍‌ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Oct 30, 2023, 11:22 AM IST

Updated : Oct 30, 2023, 12:06 PM IST

ମନୀଷ ସିସୋଦିଆଙ୍କ ବେଲ ଆବେଦନକୁ ଖାର କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Delhi excise policy case
Delhi excise policy case

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା। ସିସୋଦିଆଙ୍କ ବେଲ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସ.ଭି.ଏମ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ଏହି ମାମଲାର ଶୁଣାଣି 6ରୁ 8 ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶୁଣାଣି ଯଦି ମନ୍ଥର ଗତିରେ ଚାଲେ ତେବେ ସିସୋଦିଆ ପରବର୍ତ୍ତୀ ପର୍ଯ୍ୟାୟରେ ପୁନର୍ବାର ଜାମିନ ଆବେଦନ କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତଳ କୋର୍ଟରୁ ଏକାଧିକ ଥର ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ, ଅବକାରୀ ନୀତି ଦୁର୍ନୀତି ମାମଲାରେ ଅନେକ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏହି ଦୁର୍ନୀତିରେ 338 କୋଟି ଟଙ୍କାର କାରବାର ହୋଇଛି। ଯେଉଁଥିରେ ସିସୋଦିଆଙ୍କ ଭୂମିକା ସନ୍ଦେହଜନକ ମନେ ହେଉଛି । ତେଣୁ ତାଙ୍କ ଆବେଦନକୁ ଖାରଜ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Delhi liquor Policy: 30ରେ ସିସୋଦିଆଙ୍କ ବେଲ ଆବେଦନର ରାୟ

ଚଳିତ ବର୍ଷ ଫେବୃଆରୀରେ ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ସିସୋଦିଆ । ସେତେବେଳେ ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ । ଅନେକ ଥର ସମନ ଜାରି କରିବା ପରେ କାର୍ଯ୍ୟାଳୟ ଓ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ସେ ବିଚାର ବିଭାଗୀୟ ଜେଲ୍‌ରେ ରହିଛନ୍ତି । ପ୍ରଥମେ ସିବିଆଇ ତାଙ୍କୁ ଗିରଫ କରିଥିଲା ବେଳେ ପରବର୍ତ୍ତୀ ସମୟରେ ଜେଲ୍‌ରେ ଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-Delhi Excise policy scam: ପୁଣି ବଢିଲା ନ୍ୟାୟିକ ହାଜତ ଅବଧି, ନଭେମ୍ବର 22 ପର୍ଯ୍ୟନ୍ତ ଜେଲରେ ରହିବେ ସିସୋଦିଆ

ଗତ 19 ତାରିଖରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ବୃଦ୍ଧି ହୋଇଥିଲା। ରାଉଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ବୃଦ୍ଧି କରିଥିଲେ । ଯାହା ଫଳରେ ଆସନ୍ତା ନଭେମ୍ବର 22 ପର୍ଯ୍ୟନ୍ତ ସେ ଜେଲ୍‌ରେ ରହିବେ । ଦିଲ୍ଲୀର ପ୍ରଥମେ ସିବିଆଇ ଓ ପରେ ଇଡି ଦ୍ବାରା ଗିରଫ ହୋଇ ଏପର୍ଯ୍ୟନ୍ତ ବେଲ ପାଇବାରେ ସଫଳ ହୋଇନାହାନ୍ତି ସିସୋଦିଆ । ଉଭୟ ରାଉଜ ଆଭିନ୍ୟୁ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇବାରେ ନିରାଶ ହେବା ପରେ ସିସୋଦିଆ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି ସୁପ୍ରିମକୋର୍ଟରେ ମଧ୍ୟ ତାଙ୍କ ବେଲ ଆବେଦନ ଖାରଜ ହୋଇଛି ।

Last Updated : Oct 30, 2023, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.