ETV Bharat / bharat

Maha Political Crisis: ଉପବାଚସ୍ପତିଙ୍କ ନୋଟିସକୁ ସୁପ୍ରିମକୋର୍ଟଙ୍କ ରୋକ୍‌, ଜୁଲାଇ ୧୨ରେ ଶୁଣାଣି

author img

By

Published : Jun 27, 2022, 3:39 PM IST

Updated : Jun 27, 2022, 3:56 PM IST

ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକାକୁ ନେଇ ଶୁଣାଣି କରିଛନ୍ତି । ବିଧାୟକ ପଦ ରଦ୍ଦ ନୋଟିସ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

Maha Political Crisis:ଉପବାଚସ୍ପତ୍ତିଙ୍କ ନୋଟିସକୁ ସୁପ୍ରିମକୋର୍ଟଙ୍କ ରୋକ୍‌, ଜୁଲାଇ ୧୨ରେ ଶୁଣାଣି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାରାଜନୈତିକ ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକାକୁ ନେଇ ଶୁଣାଣି କରିଛନ୍ତି । ମହାରାଷ୍ଟ୍ରର ଉପବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ପଦ ରଦ୍ଦ କରିବାକୁ ନୋଟିସ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ବିଦ୍ରୋହୀ ବିଧାୟକ । ଉପବାଚସ୍ପତିଙ୍କ ନୋଟିସ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ କୋର୍ଟ ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉପବାଚସ୍ପତ୍ତିଙ୍କ ନୋଟିସ ଉପରେ ଜୁଲାଇ ୧୧ ତାରିଖ ଯାଏଁ ରୋକ୍‌ ଲଗାଇଛନ୍ତି । ଏହି କ୍ରମରେ ଉପବାଚସ୍ପତ୍ତି, ମହାରାଷ୍ଟ୍ର ବିଧାନସଭା ସଚିବ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି । ଉପବାଚସ୍ପତ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଥିବା ବେଳେ ସେ କାହା ବିଧାୟକ ପଦ ରଦ୍ଦ କରିବାର ଅଧିକାର ରଖୁଛନ୍ତି କି ? ସେ ବାବଦରେ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

ଖାଲି ସେତିକି ନୁହେଁ ଏହି ମାମଲାରେ ପ୍ରଥମେ ବିଦ୍ରୋହୀ ବିଧାୟକ କାହିଁକି ହାଇକୋର୍ଟଙ୍କ ଦ୍ବାରସ୍ତ ହେଲେ ନାହିଁ ପଚାରିଥିଲେ ସୁପ୍ରିମକୋର୍ଟ । ତେବେ ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି ବିଦ୍ରୋହୀ ବିଧାୟକଙ୍କ ଓକିଲ । ଏ ସନ୍ଦର୍ଭରେ ବିଧାୟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ମହାରାଷ୍ଟ୍ର ଉପବାଚସ୍ପତି ନେଇଥିବା ନିଷ୍ପତ୍ତି ଉପରେ ଜୁଲାଇ ୧୧ ତାରିଖ ଯାଏଁ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ । ମାମଲାର ଆଗାମୀ ଶୁଣାଣି ଜୁଲାଇ ୧୨ ତାରିଖରେ ହେବ ।

Last Updated : Jun 27, 2022, 3:56 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.