ETV Bharat / bharat

Joshimath Subsidence: ଜୁରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ - ଯୋଶୀମଠ ଭୂସ୍ଖଳନ ଜରୁରୀ ଶୁଣାଣି ନେଇ ସୁପ୍ରିମକୋର୍ଟ

ଯୋଶୀମଠରେ ଭୂସ୍ଖଳ ନେଇ ଜରୁରୀ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ( Joshimath Subsidence ) । ଆସନ୍ତା ଜାନୁଆରୀ 16 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଅଧିକ ପଢନ୍ତୁ

ଜୁରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
Joshimath Subsidence
author img

By

Published : Jan 10, 2023, 12:40 PM IST

Updated : Jan 10, 2023, 1:57 PM IST

ନୂଆଦିଲ୍ଲୀ: ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସୁପ୍ରିମକୋର୍ଟ ଆସିବା ଜୁରୁରୀ ନୁହେଁ । ସବୁ ମାମଲାର ଜରୁରୀ ଶୁଣାଣି ହୋଇପାରିବ ନାହିଁ । ଏ ମାମଲାରେ ଗଣତାନ୍ତ୍ରିକ ସଂସ୍ଥା କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଉତ୍ତରାଖଣ୍ଡ ଯୋଶୀମଠ ଭୂସ୍ଖଳନ ନେଇ ଜରୁରୀ ଶୁଣାଣି କରିବାକୁ ମନା କରି ଏହା କହିଛନ୍ତି ସର୍ବୋଚ୍ଚ ନାୟ୍ୟାଳୟ (Joshimath Subsidence) । ଆସନ୍ତା ଜାନୁଆରୀ 16 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ ନରସିମ୍ହାଙ୍କ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇ ଆସନ୍ତା 16 ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଛନ୍ତି । ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସୁପ୍ରିମକୋର୍ଟ ଆସିବ ଜରୁରୀ ନୁହେଁ । ଏନେଇ ଗଣତାନ୍ତ୍ରିକ ନିର୍ବାଚିତ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯୋଶୀମଠରେ ଭୂସ୍ଖଳନ ନେଇ ଜରୁରୀ ଶୁଣାଣି ଉପରେ ଏହା କହିଛନ୍ତି ସର୍ବୋଚ୍ଚ ଅଦାଲତ । ଧର୍ମିକ ନେତା ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦଙ୍କ ଦ୍ୱାରା ଜରୁରୀ ଶୁଣାଣି ପାଇଁ ଜନସ୍ବାର୍ଥ ମାମଲାର ଆବେଦନ ହୋଇଥିଲା ।

ଏହା ବି ପଢନ୍ତୁ...Joshimath land subsidence: ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଗଠନ କଲା କେନ୍ଦ୍ର

ଉତ୍ତରାଖଣ୍ଡ ଯୋଶୀମଠ ଦବିବା ଘଟଣାରେ ଦେବଭୂମି ଲୋକ ଭୟଭୀତ ରହିଛନ୍ତି । କେଉଁଠି ରାସ୍ତା ଫାଟି ଆଁ କରିଛି ତ କେଉଁଠି ଘର କାନ୍ଥ । ସ୍ଥାନୀୟ ଲୋକଙ୍କ ନିଦ ହଜାଇଲାଣି ଯୋଶୀମଠ ଭୁସ୍ଖଳନ । ଯୋଶୀମଠ ସ୍ଥିତି ପରଖିଥିଲା କେନ୍ଦ୍ରୀୟ ଟିମ । ବର୍ଷକୁ 1 ସେମି ଧସୁଛି ଯୋଶୀମଠ । ବେପରୁଆ ତଥା ବେଆଇନ ଭାବେ ଭିତ୍ତିଭୂମି ନିର୍ମାଣ ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ଅନୁସାରେ ଭୂମି ଅବକ୍ଷୟ, ନାଶ ଅତଡା ଖସିବା ଏବଂ ବିଭିନ୍ନ ପ୍ରକାର ମାନବୀୟ ଗତିବିଧି ପାଇଁ ଏହି ଅଞ୍ଚଳ ଦୁର୍ବଳ ହୋଇ ପଡିଛି । କେବଳ ଯୋଶୀମଠ ନୁହେଁ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ସମାମ ପରିସ୍ଥିତି ଉପୁଜିଛି । ଅଞ୍ଚଳ ଅଧିକ ବିପଦସଂଙ୍କୁଳ ଅବସ୍ଥାରେ ଥିବାରୁ ତାହାକୁ ଡେଞ୍ଜର ଜୋନ୍‌ ଭାବେ ଘୋଷଣା କରାଯାଇଛି । ଲୋକଙ୍କୁ ତୁରନ୍ତ ସ୍ଥାନନ୍ତରିତ କରାଯାଇଛି । ପ୍ରଭାବତିଙ୍କ ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି ।

ଏହା ବି ପଢନ୍ତୁ...JOSHIMATH LAND SUBSIDENCE: ବାସ ଅନୁପଯୋଗୀ ସ୍ଥାନ ଚିହ୍ନଟ ଆରମ୍ଭ, ବିପଦରେ ଶଙ୍କରାଚାର୍ଯ୍ୟଙ୍କ ଜୋର୍ତିମଠ

ଆଜି ଯୋଶୀ ମଠରେ 200ହୋଟେଲ ଭଙ୍ଗାଯିବ । ହୋଟେଲ ମାଉଣ୍ଟ ଭିଉ ଓ ମାଲାରି ଇନକୁ ଭାଙ୍ଗିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରୁର୍କୀର ସିବିଆରଆଇ ଟିମ ହୋଟେଲ ଭାଙ୍ଗିବା ନେଇ ସର୍ଭେ ଶେଷ କରିଛି । ଲୋକମାନଙ୍କୁ ଡାକବାଜି ଯନ୍ତ୍ରରେ ଦୂରତା ବଜାୟ ରଖିବାକୁ କୁହାଯାଉଛି । ଏହା ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

Last Updated : Jan 10, 2023, 1:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.