ETV Bharat / bharat

Gyanvapi Case: ପ୍ରତିପକ୍ଷଙ୍କୁ ‘ସୁପ୍ରିମ’ ଝଟକା, ଜାରି ରହିବ ASIର ସାଇଣ୍ଟିଫିକ୍ ସର୍ଭେ - ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ

ଗତକାଲି ଜ୍ଞାନବ୍ୟାପୀ ପରିସରର ସର୍ଭେ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟ ଏଏସଆଇ ସର୍ଭେ ନେଇ ଜିଲ୍ଲା କୋର୍ଟଙ୍କ ରାୟକୁ କାଏମ ରଖିବା ସହ ସର୍ଭେ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ସର୍ବୋଚ୍ଚ ଅଦଲାତଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ । ଅଧିକ ପଢନ୍ତୁ

ପ୍ରତିପକ୍ଷଙ୍କୁ ‘ସୁପ୍ରିମ’ ଝଟକା, ଜାରି ରହିବ ASI ସର୍ଭେ

author img

By

Published : Aug 4, 2023, 5:09 PM IST

ପ୍ରତିପକ୍ଷଙ୍କୁ ‘ସୁପ୍ରିମ’ ଝଟକା, ଜାରି ରହିବ ASI ସର୍ଭେ

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ପରିସରରେ (ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ) ଏଏସଆଇର ସର୍ଭେ ଜାରି ରହିବ । ପୁରା ପରିସରର ସର୍ଭେ କରିବ ଏଏସଆଇ । ସର୍ଭେ ସମୟରେ ଯେପରି ମୂଳ ଢାଞ୍ଚାକୁ କୌଣସି କ୍ଷତି ପହଞ୍ଚିବ ନାହିଁ । ସର୍ଭେ ରିପୋର୍ଟକୁ ବନ୍ଦ ଲଫାପାରେ ଦାଖଲ ହେବ । ଜ୍ଞାନବ୍ୟାପୀ ସର୍ଭେ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟିର ପିଟିସନ ଉପରେ ଶୁଣାଣି କରି ଏଭଳି ନିର୍ଦ୍ଦେଶନାମା ଦେଇଛନ୍ତି ସୁପ୍ରମକୋର୍ଟ ।

  • Supreme Court declines to stay the scientific survey by the Archaeological Survey of India (ASI) of the Gyanvapi mosque premises.

    Supreme Court says that ASI has clarified that the entire survey would be completed without any excavation and without causing any damage to the… pic.twitter.com/Q2lF2uOkRD

    — ANI (@ANI) August 4, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- ଜ୍ଞାନବ୍ୟାପୀ ମସଜିଦ ମାମଲା: ହାଇକୋର୍ଟଙ୍କ ରାୟ ପରେ ASI ସର୍ଭେ ଆରମ୍ଭ

ଗତକାଲି ଜ୍ଞାନବ୍ୟାପୀ ପରିସରର ସର୍ଭେ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟ ଏଏସଆଇ ସର୍ଭେ ନେଇ ଜିଲ୍ଲା କୋର୍ଟଙ୍କ ରାୟକୁ କାଏମ ରଖିବା ସହ ସର୍ଭେ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ସର୍ବୋଚ୍ଚ ଅଦଲାତଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ । ପରେ ସୁପ୍ରିମକୋର୍ଟ ଏଏସଆଇ ସର୍ଭେ ଜାରି ରହିବ ବୋଲି ନିର୍ଦ୍ଦେଶନାମା ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଏଏସଆଇ ସର୍ଭେ ଦ୍ବାରା ମୂଳ ଢାଞ୍ଚାର କୌଣସି କ୍ଷତି ହେବ ନାହିଁ । ସର୍ଭେ ରିପୋର୍ଟକୁ ବନ୍ଦ ଲଫାପାରେ ରଖିବାକୁ ଆମେ ଏଏସଆଇକୁ ନିର୍ଦ୍ଦେଶ ଦେବୁ ।

ସେପଟେ ଗୁରୁବାର ଆହ୍ଲାବାଦ ହାଇକୋର୍ଟ ଜ୍ଞାନବ୍ୟାପୀ ପରିସରର ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ASI) ପକ୍ଷରୁ ସାଇଣ୍ଟିଫିକ ସର୍ଭେ ପାଇଁ ଅନୁମତି ଦେବା ପରେ ଆଜି (ଶୁକ୍ରବାର) ସକାଳୁ ଏଏସଆଇ ଟିମ ବାରଣାସୀ ସ୍ଥିତ ଜ୍ଞାନବ୍ୟାପୀ ପରିସରରେ ସର୍ଭେ ଜାରି ରଖିଛନ୍ତି । କଡା ସୁରକ୍ଷା ମଧ୍ୟରେ ସର୍ଭେ କାର୍ଯ୍ୟ ଜାରି ରହିଛି । ସପ୍ତଦଶ ଶତାବ୍ଦୀର ଏହି ଢାଞ୍ଚାକୁ ନେଇ ଏବେ ହିନ୍ଦୁ ପକ୍ଷ ଓ ମୁସଲିମ ପକ୍ଷ ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଛି । ଯାହାକୁ ନେଇ ଏବେ ଏଏସଆଇ ସର୍ଭେ ଆରମ୍ଭ ହୋଇଛି । ସର୍ଭେ ହେଲେ ଜ୍ଞାନବ୍ୟାପୀ ବିବାଦର ଅନ୍ତ ହେବ ବୋଲି କୁହାଯାଉଛି । ହିନ୍ଦୁ ପକ୍ଷର ଦାବି ଜ୍ଞାନବ୍ୟାପୀ ମସଜିଦ ନୁହେଁ ମନ୍ଦିର । ମନ୍ଦିରକୁ ଧ୍ବସ୍ତ କରି ମସଜିଦ ନିର୍ମାଣ ହୋଇଛି । ମୁସଲିମ ପକ୍ଷର ଦାବି ହେଉଛି ଏହା ମସଜିଦ । ହିନ୍ଦୁ ପକ୍ଷକାର ମାନେ ଏନେଇ ଜ୍ଞାନବ୍ୟାପୀ ପରିସରରେ ଥିବା ଶୁଙ୍ଗାରଗୌରୀଙ୍କ ପୂଜାର୍ଚ୍ଚନା ପାଇଁ ଦାବି କରିଛନ୍ତି । ଯାହାର ଶୁଣାଣି ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ହେବ ।

ଏହାବି ପଢନ୍ତୁ- ASI survey: ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ମୁସଲିମ ପକ୍ଷ

ସୂଚନାଯୋଗ୍ୟଯେ ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ଥିବା ଜ୍ଞାନବ୍ୟାପୀ ପରିସରରକୁ ନେଇ ଉଭୟ ପକ୍ଷ ମଧ୍ୟରେ ଦାବି ହେବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ବାରଣାସୀ ଜିଲ୍ଲା କୋର୍ଟ ମସଜିଦ ପରିସରରେ ଏଏସଆଇ ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ସର୍ଭେ ହେଲେ ମସଜିଦ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦର୍ଶାଇ ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ହାଇକୋର୍ଟ ଗତକାଲି ରାୟରେ ଜିଲ୍ଲା କୋର୍ଟଙ୍କ ରାୟ କାଏମ ରଖିଥିଲେ । ମସଜିଦ କମିଟି ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.