ETV Bharat / bharat

ଜାତୀୟ ଟାକ୍ସଫୋର୍ସ ଗଠନ କଲେ ସର୍ବୋଚ୍ଚ ନ୍ୟାୟାଳୟ, ଅକ୍ସିଜେନ ଓ ଅନ୍ୟ ଜରୁରୀ ମେଡିକାଲ ସାମଗ୍ରୀ ଆବଣ୍ଟନରେ ଗୁରୁତ୍ବ - ଜାତୀୟ ଟାକ୍ସଫୋର୍ସ ଗଠନ

ଦେଶରେ ଦେଖାଦେଇଥିବା କୋଭିଡର ଦୃତ ସଂକ୍ରମଣ ଓ ଅକ୍ସିଜେନ ଯୋଗାଣ ପ୍ରକ୍ରିୟାର ତଦାରଖ କରିବେ ନିଜେ ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ ଗଠିତ ହେଲା ଟାକ୍ସଫୋର୍ସ । ଅଧିକ ପଢନ୍ତୁ...

ଜାତୀୟ ଟାକ୍ସଫୋର୍ସ ଗଠନ କଲେ ସର୍ବୋଚ୍ଚ ନ୍ୟାୟଳୟ , ଅକ୍ସିଜେନ ଓ ଅନ୍ୟ ଜରୁରୀ ମେଡିକାଲ ସାମଗ୍ରୀ ସୁବଆଣ୍ଟନ ଉପରେ ଗୁରୁତ୍ବ

author img

By

Published : May 8, 2021, 7:31 PM IST

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା କୋଭିଡର ଦୃତ ସଂକ୍ରମଣ ଓ ଅକ୍ସିଜେନ ଯୋଗାଣ ପ୍ରକ୍ରିୟାର ତଦାରଖ କରିବେ ନିଜେ ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ ଏକ ଜାତୀୟ ଟାସ୍କ ଫୋର୍ସ (ଏନଟିଏଫ୍) ଗଠନ କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟ୍ୟାକ୍ସ ଫୋର୍ସ ଗଠନ ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି । ସମଗ୍ର ଦେଶରେ ଅକ୍ସିଜେନର ଆବଶ୍ୟକତା ଏବଂ ସଠିକ ଆବଣ୍ଟନ ପ୍ରକ୍ରିୟାର କାର୍ଯ୍ୟକାରିତା ତଦାରଖ କରିବା ଏହି ଟ୍ୟାକ୍ସ ଫୋର୍ସର ମୁଖ୍ୟ କାର୍ଯ୍ୟ ହେବା ନେଇ କୋର୍ଟ ସ୍ପଷ୍ଟ କରିଛନ୍ତି ।

-

ସୁପ୍ରିମକୋର୍ଟ ଜାତୀୟ ଟାସ୍କ ଫୋର୍ସ ସଦସ୍ୟମାନଙ୍କ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରିଛନ୍ତି ।ଦେଶର ବରିଷ୍ଠ ତଥା ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଗବେଷକମାନେ ଏହି ଟ୍ୟାକ୍ସଫୋର୍ସର ସଦସ୍ୟ ନିଯୁକ୍ତ ହେବା ନେଇ ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି ।

ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡାକ୍ତର ଭବାତୋଶ ବିଶ୍ବାସ, ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲ୍ ପରଚାଳନା ନିର୍ଦ୍ଦେଶକ ଡାକ୍ତର ଦେବେନ୍ଦ୍ର ସିଂ ରାଣା, ବେଙ୍ଗାଲୁରୁର ନାରାୟଣ ସ୍ବାସ୍ଥ୍ୟସେବାର ଚେୟାରମ୍ୟାନ୍ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଦେବୀ ପ୍ରସାଦ ଶେଟ୍ଟୀ, ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ପ୍ରଫେସର ଡାକ୍ତର ଗଗନଦୀପ କାଙ୍ଗ, ତାମିଲ ନାଡୁର ବରିଷ୍ଠ ଡାକ୍ତର ଜେ.ଭି ପିଟର ପ୍ରମୁଖ ଡାକ୍ତରମାନେ ଏହି ଜାତୀୟ ଟ୍ୟାକ୍ସଫୋର୍ସର ସଦସ୍ୟ ରହିବା ନେଇ ସ୍ଥିର କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ସେହିପରି ମେଡାଣ୍ଟା ହସ୍ପିଟାଲ୍ ଏବଂ ହାର୍ଟ ଇନଷ୍ଟିଚ୍ୟୁଟ ମୁଖ୍ୟ ଡାକ୍ତର ନରେଶ ଟ୍ରେହାନ୍, ଓ ମହାରାଷ୍ଟ୍ରର ବରିଷ୍ଠ ଡାକ୍ତର ରାହୁଲ ପଣ୍ଡିତ ଓ ଡାକ୍ତର ସୁମିତ୍ରା ରାଓ୍ବତ, ଡାକ୍ତର ଶିବ କୁମାର ଶରିନ, ଡାକ୍ତର ଜରିର ଉଦ୍ଦାଦୀୟା ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ମଧ୍ୟ ଏହି ଟ୍ୟାକ୍ସ ଫୋର୍ସର ସଦସ୍ୟ ରହିବେ

ଦେଶରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟ ଓ ଜରୁରୀ ମେଡିକାଲ ସାମଗ୍ରୀର ଉପଲବ୍ଧତା ଓ ସଠିକ ଆବଣ୍ଟନ ତଦାରଖ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରିବା ଏହି ଟ୍ୟାକ୍ସ ଫୋର୍ସର ପ୍ରମୁଖ କାର୍ଯ୍ୟ ହେବା ନେଇ କୋର୍ଟ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.