ETV Bharat / bharat

ଦୁଷ୍କର୍ମ ମାମଲାରେ ବଡ ରାୟ, ଟୁ ଫିଙ୍ଗର ଟେଷ୍ଟ ବ୍ୟାନ କରିଲେ ସୁପ୍ରିମକୋର୍ଟ - ଟୁ ଫିଙ୍ଗର ଟେଷ୍ଟ ଉପରେ ପ୍ରତିବନ୍ଧକ

ଦୁଷ୍କର୍ମ ମାମଲାରେ ବଡ ରାୟ । ଆଜି ସୁପ୍ରିମକୋର୍ଟ ଟୁ ଫିଙ୍ଗର ଟେଷ୍ଟ(Two Finger Test) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ବନ୍ଦ କରିବା ପାଇଁ ଆଜି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଟୁ ଫିଙ୍ଗର ଟେଷ୍ଟ ବ୍ୟାନ କରିଲେ ସୁପ୍ରିମକୋର୍ଟ

author img

By

Published : Oct 31, 2022, 5:33 PM IST

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦୁଷ୍କର୍ମ ମାମଲାରେ ଟୁ ଫିଙ୍ଗର ଟେଷ୍ଟବ୍ୟାନ କରିଲେ ସୁପ୍ରିମକୋର୍ଟ (Supreme Court Bans Two-Finger Test)। ଏନେଇ ଆଜି ସୁପ୍ରିମକୋର୍ଟ କହିଛନ୍ତି ଏହା ଦୁର୍ଭାଗ୍ୟଜନକ ଯେ, ବର୍ତ୍ତମାନ ସୁଦ୍ଧା ମଧ୍ୟ ଦୁଷ୍କର୍ମ ପୀଡିତାଙ୍କ ପରୀକ୍ଷା କରାଇବା ପାଇଁ ଟୁ ଫିଙ୍ଗର ଟେଷ୍ଟର(Two Finger Test) ପ୍ରଥା ଚାଲୁଅଛି । ତେବେ ଏହାକୁ ବନ୍ଦ କରିବା ପାଇଁ ଆଜି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହା ମଧ୍ୟ ପଢନ୍ତୁ: Bhubaneswar-Jeypore Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ବିମାନ

ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି । ଜଣେ ଦୁଷ୍କର୍ମ ଓ ହତ୍ୟାକାରୀ ଦୋଷୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦୋଷମୁକ୍ତ କରି ଦେଇଥିବା ରାୟକୁ ରଦ୍ଦ କରିବା ବେଳେ ସୁପ୍ରିମକୋର୍ଟ ଟୁ ଫିଙ୍ଗର ଟେଷ୍ଟ ବ୍ୟାନ କରିବା କଥା କହିଛନ୍ତି ।

ଦୁଷ୍କର୍ମ ପୀଡ଼ିତାଙ୍କୁ ଯାଞ୍ଚ କରିବାର ଏଭଳି ଅବୈଜ୍ଞାନିକ ଏବଂ ଆକ୍ରାମକ ଉପାୟ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କୁ ପୁଣି ଥରେ ପ୍ରତାଡ଼ିତ କରୁଛି । ଏହା ମହିଳାଙ୍କ ସମ୍ମାନ ଓ ଗୋପନୀୟତାକୁ ଉଂଲଘନ କରୁଛି ।

ଗଠିତ ଖଣ୍ତପୀଠରେ କୁହାଯାଇଛି," ଏହା ଦୁର୍ଭାଗ୍ୟଜନକ ଯେ ଏହି ପ୍ରଥା ଆଜି ମଧ୍ୟ ପ୍ରଚଳିତ ହେଉଛି । ଏହି ଟେଷ୍ଟ ମହିଳାଙ୍କ ସମ୍ମାନକୁ ହାନି କରିଥାଏ ।"

ଏହା ମଧ୍ୟ ପଢନ୍ତୁ: ନବୀନ ନିବାସ ଘେରିବ ବିଜେପି, ୪ ମନ୍ତ୍ରୀଙ୍କ କ୍ବାଟର ଆଗରେ ପୋଲିସ ଛାଉଣୀ

ଏହି ପରୀକ୍ଷା କୌଣସି ବିଜ୍ଞାନ ସମ୍ମତ ନୁହେଁ ବରଂ ଏହା ପୀଡିତାଙ୍କୁ ମାନସିକ ଆଘାତ ଦେଇଥାଏ । ଏହା ସହ କୋର୍ଟ ଚେତାବନୀ ଦେଇଛନ୍ତି ଯେ ଯଦି କେହି ବ୍ୟକ୍ତି ଏହିଭଳି ପରୀକ୍ଷଣ କରୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ଦୋଷୀ ବୋଲି ଧରାଯିବ । ଏହା ସହିତ ମେଡିକାଲ କଲେଜଗୁଡ଼ିକରେ ଏହି ଟେଷ୍ଟ ଅଧ୍ୟୟନ ସମୟରେ ବ୍ୟବହୃତ ସାମଗ୍ରୀ ଦ୍ୱାରା ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଯୌନ ନିର୍ଯାତନାର ଘଟଣାକୁ ପୁଣି ଥରେ ମନେ ପକାଇବ । ତେଣୁ ଏହି ଟୁ ଫିଙ୍ଗର ଟେଷ୍ଟକୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.