ETV Bharat / bharat

ଦିଲ୍ଲୀ ପ୍ରଦୂଷଣ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ, ଲକଡାଉନ ଚାହୁଁଥିଲେ ଜଣାଅ

author img

By

Published : Nov 13, 2021, 1:49 PM IST

ଚିନ୍ତା ବଢାଉଛି ଦିଲ୍ଲୀ ପ୍ରଦୂଷଣ । କେନ୍ଦ୍ର ସରକାରଙ୍କୁ ଯୋଜନା ବାବଦରେ ପ୍ରଶ୍ନ ପଚାରିଲେ ସୁପ୍ରିମକୋର୍ଟ, '୨ ଦିନ ଲକଡାଉନ ଚାହୁଁଥିଲେ ଜଣାନ୍ତୁ' । ଅଧିକ ପଢନ୍ତୁ...

ଦିଲ୍ଲୀରେ ବଢୁଛି ପ୍ରଦୂଷଣ, ପ୍ରସ୍ତୁତି ବାବଦରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୀତ ଆରମ୍ଭରୁ ଦିଲ୍ଲୀରେ ବୃଦ୍ଧି ପାଇଲାଣି ପ୍ରଦୂଷଣ ମାତ୍ରା । ଏପରିକି ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି ଦିଲ୍ଲୀବାସୀ । ଏପରି ସ୍ଥିତିକୁ ନଜରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ଏକ ଶୁଣାଣି କରିଛନ୍ତି । ରାଜଧାନୀରେ ବାୟୁ ଗୁଣାବତ୍ତାର ଉନ୍ନତି ପାଇଁ କେନ୍ଦ୍ର ସରକାର କି କି ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରୁଛନ୍ତି ସେନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନ୍ନା ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୮ରେ ଦିଲ୍ଲୀର ଜଣେ ୧୭ ବର୍ଷୀୟ ଛାତ୍ର ଆଦିତ୍ୟ ଦୁବେ ପ୍ରଦୂଷଣ ନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଜି ସୁପ୍ରିମକୋର୍ଟରେ ଆଦିତ୍ୟ କରିଥିବା ଆବେଦନର ଶୁଣାଣି ହୋଇଛି । ଶୁଣାଣି ବେଳେ ମୁଖ୍ୟ ବିଚାରପତି କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ, ପ୍ରଦୂଷଣ ହ୍ରାସ ପାଇଁ କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି କି, ତେବେ ଜଣାଅ । ଦୁଇ ଦିନ ଲକଡାଉନ କରିବାକୁ ଚାହୁଁଛନ୍ତି କି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି ପରିସ୍ଥିତି କେତେ ଖରାପ । ଲୋକଙ୍କୁ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡୁଛି । ବର୍ତ୍ତମାନ ସମୟରେ ପିଲାମାନେ ସ୍କୁଲ୍ ଯାଉଛନ୍ତି ।

ତେବେ ପ୍ରତିବର୍ଷ ପରି କେନ୍ଦ୍ର ସରକାର ଏବର୍ଷ ମଧ୍ୟ ପ୍ରଦୂଷଣ ପାଇଁ ପଡୋଶୀ ରାଜ୍ୟରେ କୃଷକମାନେ ପାଳଗଦା ଜାଳିବାକୁ ଦାୟୀ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ କହିଛନ୍ତି ଯେ, ପଞ୍ଜାବରେ ପାଳଗଦାରେ ନିଆଁ ଲଗାଯାଉଥିବାରୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି । ପାଳଗଦା ନ ଜାଳିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଏନେଇ ପଞ୍ଜାବ ସରକାରଙ୍କ ସହ ମଧ୍ୟ କଥାବାର୍ତ୍ତା କରୁଥିବା କହିଛନ୍ତି । କିନ୍ତୁ ଗତ ୫-୬ ଦିନ ମଧ୍ୟରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି ।

ମୁଖ୍ୟ ବିଚାରପତି ଏହାର ଜବାବରେ କହିଛନ୍ତି ଯେ, 'ଆପଣ କଣ ପାଇଁ କୃଷିଜନିତ ପ୍ରଦୂଷଣକୁ ମୁଖ୍ୟ ଭାବେ ବିବେଚନା କରୁଛନ୍ତି ? ଏହା ପ୍ରଦୂଷଣର ସ୍ବଳ୍ପ କାରଣ ମାତ୍ର । ବାକି ସବୁ କାରଣ ପାଇଁ ଆପଣ କି ପଦକ୍ଷେପ ନେଉଛନ୍ତି ? ଆମର କେନ୍ଦ୍ର କିମ୍ବା ରାଜ୍ୟ ସରକାରରେ କିଛି କରିବାର ନାହିଁ । ବାସ୍ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ଆପଣ କି ପଦକ୍ଷେପ ନେଉଛନ୍ତି ଜଣାନ୍ତୁ, କେବଳ ୨ କି ୩ ଦିନ ପାଇଁ ନୁହେଁ । ଆଗାମୀ ଭବିଷ୍ୟତ ପାଇଁ ମଧ୍ୟ କଣ ଯୋଜନା କରୁଛନ୍ତି ଜଣାନ୍ତୁ ।'

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.