ମୁମ୍ବାଇ: ମହାରାଷ୍ଟ୍ରରେ ଏଣିକି ସୁପର ମାର୍କେଟ ଓ ତେଜରାତି ଦୋକାନରେ ମିଳିବ ମଦ । ଏନେଇ ଆଜି (ଗୁରୁବାର) ନିଷ୍ପତ୍ତି ନେଇଛି ମହାରାଷ୍ଟ୍ର କ୍ୟାବିନେଟ । ଏହି ନିଷ୍ପତ୍ତି ପରେ ଖୁବଶୀଘ୍ର ସୁପର ମାର୍କେଟରେ ମଦ ଉପଲବ୍ଧ ହେବ । ସମସ୍ତ ପ୍ରକାର ମଦ ବୋତଲ ଉପରେ ସରକାର ଲିଟର ପିଛା 10 ଟଙ୍କା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରିବେ ।
ମହାରାଷ୍ଟ୍ରରେ ପାଖାପାଖି 45 ଟି ମଦ ପ୍ରସ୍ତୁତକାରୀ ସଂସ୍ଥା ରହିଛି । ସେମାନଙ୍କ ମଧ୍ୟରୁ 15 ରୁ 20 ୟୁନିଟ୍ ସିଧାସଳଖ ଉତ୍ପାଦନ ଓ ବଜାର ସହ ଯୋଡି ହୋଇଥିବା ବେଳେ ଅବଶିଷ୍ଟ ସଂସ୍ଥାମାନେ କେବଳ ଉତ୍ପାଦନ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ