ETV Bharat / bharat

କେଦାରନାଥରେ ପ୍ରବଳ ତୁଷାରପାତ: 2 ଦିନ ପରେ ସ୍ବାଭାବିକ ହେଲା ସ୍ଥିତି - ତୁଷାରପାତ ପାଇଁ ବନ୍ଦ ରହିଲା ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ

କେଦାରନାଥରେ ପ୍ରବଳ ତୁଷାରପାତ । ଦୀର୍ଘ ଦୁଇ ଦିନ ଧରି ତୁଷାରପାତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଆଜି(ରବିବାର) ପାଗରେ ସାମାନ୍ୟ ସୁଧାର ଆସିଛି । ଅଧିକ ପଢନ୍ତୁ

କେଦାରନାଥରେ ପ୍ରବଳ ତୁଷାରପାତ: ଆଜି ସ୍ବାଭାବିକ ହେଲା ସ୍ଥିତି

author img

By

Published : Dec 5, 2021, 5:02 PM IST

ଡେରାଡୁନ : କେଦାରନାଥରେ ପ୍ରବଳ ତୁଷାରପାତ । ଦୀର୍ଘ ଦୁନ ଦିନ ଧରି ତୁଷାରପାତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଆଜି ପାଗରେ ସାମାନ୍ୟ ସୁଧାର ଆସିଛି । ଫଳର ଜନଜୀବନ ଆଗପରି ସ୍ବାଭାବିକ ହୋଇଛି । ଏପରିକି କେଦାରନାଥରେ ୨ରୁ ତିନି ଇଞ୍ଚର ବରଫ ମଧ୍ୟ ଏବେବି ଜମା ହୋଇ ରହିଛି । ଲଲିତ ରମାଦାଶ ମହାରାଜ ମଧ୍ୟ ନିଜ ଧ୍ୟାନରେ ମଗ୍ନ ରହିଛନ୍ତି । ଏହାସହ କେଦାରନାଥରେ ଆରମ୍ଭ ହୋଇଥିବା ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଯାହା ତୁଷାରପାତ ପାଇଁ ବନ୍ଦ ରହିଥିଲା ।

କେଦାରନାଥରେ ପ୍ରବଳ ତୁଷାରପାତ: ଆଜି ସ୍ବାଭାବିକ ହେଲା ସ୍ଥିତି

କେଦାରନାଥ ଧାମରେ ​ଡାକ୍ତରଖାନା ନିର୍ମାଣ କାର୍ଯ୍ୟ, ତୀର୍ଥଯାତ୍ରୀଙ୍କ ପାଇଁ ଅତିଥି ନିବାସ, ପୋଲିସ ପୋଷ୍ଟ, ବନ୍ୟା ସୁରକ୍ଷା ପାଇଁ ଘର ନିର୍ମାଣ କାର୍ଯ୍ୟ ଚାଲିଛି । ସମୁଦ୍ର ପତ୍ତନ ଠାରୁ 11,700 ଫୁଟ ଉଚ୍ଚରେ ଅବସ୍ଥିତ କେଦାରନାଥ ଧାମରେ ​​ପୁନଃ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । -10 ଡିଗ୍ରୀ ତାପମାତ୍ରାରେ ଶ୍ରମିକମାନେ ଏଠାରେ କାର୍ଯ୍ୟ କରୁଛନ୍ତି । ପ୍ରାୟ ୩ ଶହ ଶ୍ରମିକ ଏ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । (ବାରଫାନି )ନାମରେ ଜଣାଶୁଣା ଲଲିତ ରାମଦାସ ମହାରାଜ ଧାମରେ ​​ରହି ତପସ୍ୟା କରୁଛନ୍ତି ।

ବରଫପାତ ପାଇଁ ଧାମ ବନ୍ଦ ଥିଲେ ମଧ୍ୟ ଲଲିତ ରାମଦାସ ନିଜ ତପସ୍ୟାରେ ମଗ୍ନ ରହି ଭୋଳାନାଥଙ୍କୁ ଡାକୁଛନ୍ତି । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କୁ ମଧ୍ୟ ଖାଦ୍ୟ ଓ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି । ଲଲିତ ରାମଦାସଙ୍କର ଆଶ୍ରମ ଧାମ ଆଡକୁ ଯାଉଥିବା ପୁରୁଣା ରାସ୍ତାରେ ଅଛି । ଯେଉଁଥିରେ 200ରୁ ଅଧିକ ଲୋକଙ୍କ ରହିବାର ବ୍ୟବସ୍ଥା କରାଯାଇଛି ।

ଗ୍ରୀଷ୍ମ ଦିନରେ ଶହଶହ ତୀର୍ଥଯାତ୍ରୀ ଆଶ୍ରମକୁ ଆସି ରାତ୍ରିଯାପନ କରନ୍ତି । ଏବଂ ଶୀତଦିନେ ଶ୍ରମିକମାନେ ଏଠାରେ ପ୍ରାୟତଃ ରହିଥାନ୍ତି । କେଦାରପୁରୀରେ ପାଗ ଠିକ ହେବା ପରେ ଶ୍ରମିକମାନେ ନିଜ ସ୍ବାଭାବିକ ସ୍ଥିତିକୁ ଫେରିଛନ୍ତି । ଶୀତଦିନେ କେଦାରନାଥଧାମରେ ​​କାମ କରିବା କଷ୍ଟକର ହୋଇଯାଏ । ତୁଷାରପାତ ହେତୁ ଶ୍ରମିକମାନେ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏପରି ପରିସ୍ଥିତିରେ ଶ୍ରମିକମାନେ ବରଫ ତରଳିବା ପାଇଁ ପାଣିକୁ ବ୍ୟବହାର କରନ୍ତି । ବର୍ତ୍ତମାନ ପାଗ ଠିକ ହେବା ପରେ ବରଫ ତରଳିବା ଶ୍ରମିକଙ୍କ କାମକୁ ସହଜ କରିଛି ।

ଜିଲ୍ଲା ମାଜିଷ୍ଟ୍ରେଟ ମନୋଜ ଗୋୟଲ କହିଛନ୍ତି ଯେ ଦୁଇ ଦିନ ଧରି ଏ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି । ଯେଉଁଥିପାଇଁ ଏଠାରେ ଥଣ୍ଡା ବୃଦ୍ଧି ପାଇଛି। ସେ କହିଛନ୍ତି ଯେ କେଦାରପୁରୀରେ ପିଏମ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଅଧୀନରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି । ତୁଷାରପାତ ହେଲେ ଧାମରେ ​​କାମ ବନ୍ଦ ହୋଇଯାଏ । ଏବଂ ପାଗ ଠିକ ହେବା ପରେ ପୁଣି କାମ ଆରମ୍ଭ ହୁଏ । ସେ କହିଛନ୍ତି ଯେ ଶୀତଦିନେ ଶୀତରୁ ରକ୍ଷା କରିବା ପାଇଁ ଧାମର ଶ୍ରମିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.