ETV Bharat / bharat

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସିଚବଙ୍କ ବିରୋଧରେ ମାମଲା ଦାୟର - Union Minister Smriti Irani

କେନ୍ଦ୍ରମନ୍ତ୍ରୀ ତଥା ଆମେଠୀ ସାଂସଦ ସ୍ମୃତି ଇରାନୀ ଓ ତାଙ୍କ ବ୍ୟକ୍ତିଗତ ସିଚବ ସହ ଜଣେ ବିଜେପି ନେତାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂହ । ରାଜ୍ୟ ମହିଳା ଆୟୋଗର ନିଯୁକ୍ତିକୁ ନେଇ 25 ଲକ୍ଷ ଟଙ୍କା ଲାଞ୍ଚ ମାଗିବା ନେଇ କରିଛନ୍ତି ଅବିଯୋଗ । ଅଧିକ ପଢନ୍ତୁ...

Union Minister Smriti Irani
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ବ୍ୟକ୍ତିଗତ ସିଚବଙ୍କ ବିରୋଧରେ ମାମଲା ଦାୟର
author img

By

Published : Dec 23, 2020, 10:45 PM IST

ଲକ୍ଷ୍ନୌ: କେନ୍ଦ୍ରମନ୍ତ୍ରୀ ତଥା ଆମେଠି ସାଂସଦ ସ୍ମୃତି ଇରାନୀ ଓ ତାଙ୍କ ବ୍ୟକ୍ତିଗତ ସିଚବ ସହ ଜଣେ ବିଜେପି ନେତାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂହ । ଏହାକୁ ଏମପି ଏମଏଲଏ କୋର୍ଟ ଗ୍ରହଣ କରିଛି ଆସନ୍ତା 2 ତାରଖ ଦିନ ଶୁଣାଣି କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଏହି ମାମଲା ରାଜ୍ୟ ମହିଳା ଆୟୋରର ନିଯୁକ୍ତିକୁ ନେଇ 25 ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଉପରେ ହୋଇଛି ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ବ୍ୟକ୍ତିଗତ ସିଚବଙ୍କ ବିରୋଧରେ ମାମଲା ଦାୟର

ପ୍ରତାପଗଡ ଜିଲ୍ଲାର ରହୁଥିବା ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂହ ଜିଲ୍ଲା ଏବଂ ସତନ୍ତ୍ର ଅଦାଲତରେ ମାମଲା ଦାୟର କରିଛନ୍ତି । ଯେଉଁଥିରେ ରାଜ୍ୟ ମହିଳା ଆୟୋରର ନିଯୁକ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଜୟ ଗୁପ୍ତା 25 ଲକ୍ଷ ଟଙ୍କା ଲାଞ୍ଚ ମାଗିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତିକା ଏହି ପ୍ରସଙ୍ଗକୁ ସାର୍ବଜନୀନ କରିବା ପରେ ତାଙ୍କ ବିରୋଧରେ ମୁସାଫିରଖାନା ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା। ପୋଲିସ ତାଙ୍କ ଘରକୁ ଆସିବା ପରେ ସେ ଏହି ମାମଲା ବିଷୟରେ ଜାଣିବାକୁ ପାଇଥିଲେ।

‘‘ମୁଁ ଜଣେ ଆନ୍ତର୍ଜାତୀୟ ସୁଟର । ମୁଁ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ବିଜେତା । ମହିଳାମାନଙ୍କ ପାଇଁ କେନ୍ଦ୍ରୀୟ ଆୟୋଗର ସଦସ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ବିଜୟ ଗୁପ୍ତାଙ୍କ ସହ ବିଜେପି ନେତା ଡକ୍ଟର ରଜନୀଶଙ୍କ ପକ୍ଷରୁ ମୋତେ ଆଶାୟୀ କରାଯାଇଥିଲା। ମୋତେ 2500000 ଟଙ୍କା ଦେବାକୁ ଦାବି କରାଯାଇଥିଲା। ଯାହାର ଅଡିଓ ରେକର୍ଡିଂ ମୋ ପାଖରେ ଅଛି । ସଚିବ ବିଜୟ ଗୁପ୍ତା କହିଛନ୍ତି ଯଦି ଟଙ୍କା ଦିଆନଯାଏ ତେବେ ଆପଣଙ୍କୁ ଏହି ପଦବୀରୁ ହଟିବାକୁ ପଡିବ । ଏହି ପରିପ୍ରେକ୍ଷୀରେ ସେ ମୁଁ ସ୍ମୃତି ଇରାନୀଙ୍କୁ ମଧ୍ୟ ଭେଟିଥିଲି,’’ ବୋଲି ବର୍ତ୍ତିକା କହିଛନ୍ତି ।

ସମଗ୍ର ମାମଲାରେ ଶୁଣାଣି ପାଇଁ ଜାନୁଆରୀ ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି ସ୍ୱତନ୍ତ୍ର ବିଚାରପତି ପି.କେ ଜୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ସ୍ମୃତି ଇରାନୀ ରହିଛନ୍ତି । ଭାରତୀୟ ଜନତା ପାର୍ଟିର ନେତା ଡକ୍ଟର ରଜନୀଶ ସିଂଙ୍କୁ ବିରୋଧରେ ମଧ୍ୟ ମାମଲା ଦାୟର କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.