ETV Bharat / bharat

Sukesh Letter: ରାକ୍ଷୀରେ ଗରିବ ଉଭଣୀଙ୍କୁ 30 କୋଟି ଟଙ୍କା ଦେବ ଠକ ସୁକେଶ, କେନ୍ଦ୍ର ସରକାରଙ୍କୁ ଚିଠି

author img

By ETV Bharat Odisha Team

Published : Aug 29, 2023, 12:57 PM IST

ରାକ୍ଷୀ ଅବସରରେ ସୁକେଶର ଚିଠି । ଗରିବ ଭଉଣୀଙ୍କୁ 30 କୋଟି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲା ସୁକେଶ। ଅଧିକ ପଢନ୍ତୁ

sukesh chandrasekhar wrote letter to central govt

ନୂଆଦିଲ୍ଲୀ: ଦିଲ୍ଲୀର ମାଣ୍ଡୋଲି ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ଚିଠି ପୁଣି ସାମ୍ନାକୁ ଆସିଛି । ଦିଲ୍ଲୀ ଉପରାଜ୍ୟପାଳଙ୍କୁ ନୁହଁ ବରଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମହିଳା ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଛି ଠକ ସୁକେଶ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗରିବ ଝିଅ ମାନଙ୍କୁ 30 କୋଟି ଟଙ୍କା ଦାନ କରିବାକୁ ସେ ଚିଠିରେ କେନ୍ଦ୍ର ସରକାରଙ୍କ ଦୁଇ ବିଭାଗର ମନ୍ତ୍ରୀଙ୍କୁ ଅନୁରୋଧ କରିଛି ।

ସୂଚନା ଅନୁସାରେ, ତିନି ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ଉଭୟ ମନ୍ତ୍ରଣାଳୟକୁ ସୁକେଶ ଅନୁରୋଧ କରିଛି ଯେ, ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ସରକାର ମାଧ୍ୟମରେ ଆଦିବାସୀ, ଗରିବ ଏବଂ ଭିନ୍ନକ୍ଷମ ଭଉଣୀମାନଙ୍କୁ 30 କୋଟି ଟଙ୍କା ଦାନ କରିବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବେଟି ବଚାଓ ବେଟି ପଢାଓ ଅଭିଯାନ ଜାରି ରହିଛି , ଯାହା ଅତ୍ୟନ୍ତ ଗର୍ବର ବିଷୟ । ଭାରତର ଜଣେ ଦାୟିତ୍ବବାନ ନାଗରିକ ହିସାବରେ ଦେଶର କନ୍ୟା ସନ୍ତାନଙ୍କ ପାଇଁ ମୁଁ କିଛି କରିବାକୁ ଚାହୁଁଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛି ଠକ ସୁକେଶ ।

ଏହା ମଧ୍ୟ ପଢନ୍ତୁ-ଗୋଆ ନିର୍ବାଚନ ପାଇଁ ଏକ ଘରୋଇ ସଂସ୍ଥା ଆପ୍‌କୁ 13 କୋଟି ଟଙ୍କା ଦେଇଛି: ସୁକେଶ

ଝିଅମାନଙ୍କ ପାଇଁ 30 କୋଟି ଟଙ୍କାର ଛାତ୍ରବୃତ୍ତି: ସୁକେଶ ଚିଠିରେ ଲେଖିଛି ଯେ, ସେ ସମାଜର ବସବାସ କରୁଥିବା ଆର୍ଥିକ ରୂପେ ଦୁର୍ବଳ ଶ୍ରେଣୀର ଝିଅମାନଙ୍କୁ ମୁଁ ଛାତ୍ରବୃତ୍ତି ଭାବରେ 30 କୋଟି ଟଙ୍କାର ଛୋଟ ସହାୟତା ଦେବାକୁ ଚାହୁଁଛି ଏବଂ ଏହି ପାଣ୍ଠି ଡ୍ରାଫ୍ଟ ମାଧ୍ୟମରେ ସରକାରଙ୍କ ନିକଟକୁ ପଠାଯିବ । ଏହି ଅର୍ଥକୁ ବିଭିନ୍ନ ସଂଗଠନ ଏବଂ ଏନ୍‌ଜିଓ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ମହିଳା ଶିଶୁ କଲ୍ୟାଣ ବିକାଶ ବିଭାଗକୁ ଦିଆଯିବ । ଏହା ଏକ ଛୋଟ ସହାୟତା । ଆଗାମୀ ଦିନରେ ସରକାରଙ୍କୁ ଅଧିକ ସାହାଯ୍ୟ ଓ ସହଯୋଗ କରିବି ବୋଲି ମୋର ଆଶା ରହିଛି । ଚିଠି ଲେଖିବା ପରେ ରାକ୍ଷୀ ଅବସରରେ ଶୁଭେଚ୍ଛା ମଧ୍ୟ ଜଣାଇଛି ଠକ ସୁକେଶ ।

ଗତ ଅଗଷ୍ଟ 20 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଥିଲା ସୁକେଶ । ଏକ ବେସରକାରୀ ସଂସ୍ଥାକୁ ମେଡିକାଲ କଣ୍ଟ୍ରାକ୍ଟ ପ୍ରଦାନ ସମୟରେ ଉଭୟ ନିୟମ ଉଲ୍ଲଂଘନ କରିଛନ୍ତି । ଗୋଆ ନିର୍ବାଚନ ପାଇଁ ଏକ ଘରୋଇ ସଂସ୍ଥା ଆପ୍‌ ପାର୍ଟିକୁ 13 କୋଟି ଟଙ୍କା ପ୍ରଦାନ କରିଥିବା ଚନ୍ଦ୍ରଶେଖର ଚିଠିରେ ଅଭିଯୋଗ କରିଥିଲା ସୁକେଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.